ETV Bharat / bharat

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ହେବେ ପ୍ରଶାନ୍ତ କିଶୋର, ଜବାବ୍ ମାଗିଲା ସୁପ୍ରିମକୋର୍ଟ - ପ୍ରଶାନ୍ତ କିଶୋର

ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିବା ପ୍ରଶାନ୍ତ କିଶୋରଙ୍କ ବିରୋଧରେ ହାଇକୋର୍ଟରେ କରାଯାଇଥିବା ଆବେଦନକୁ ଖାରଜ କରାଯାଇଥିଲା । ଏହା ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଛନ୍ତି ଆବେଦନକାରୀ । ଅଧିକ ପଢନ୍ତୁ...

ପ୍ରଶାନ୍ତ କିଶୋର
ପ୍ରଶାନ୍ତ କିଶୋର
author img

By

Published : May 10, 2021, 10:34 AM IST

Updated : May 10, 2021, 11:21 AM IST

ନୂଆଦିଲ୍ଲୀ: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଏହାସହ ପଞ୍ଜାବ ସରକାରଙ୍କଠାରୁ ଏ ବାବଦରେ ଜବାବ୍ ମାଗିଛନ୍ତି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ବ୍ୟକ୍ତିଗତ ରାଜନୈତିକ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିବା ପ୍ରଶାନ୍ତ କିଶୋରଙ୍କ ବିରୋଧରେ କରାଯାଇଥିବା ଆବେଦନକୁ ପ୍ରଥମେ ହାଇକୋର୍ଟ ଖାରଜ କରିଥିଲେ। ତେବେ ଏହା ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଛନ୍ତି ଆବେଦନକାରୀ ।

ଜଷ୍ଟିସ ସଞ୍ଜୟ କିଶାନ କୌଲ ଏବଂ ହେମନ୍ତ ଗୁପ୍ତାଙ୍କ ଏକ ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ, ପ୍ରଶାନ୍ତ କିଶୋର ନିର୍ବାଚନ ଆୟୋଜନ କରିବାରେ ଅଭିଜ୍ଞ ଏବଂ ବିଭିନ୍ନ ରାଜ୍ୟରେ ଦଳମାନଙ୍କୁ ସାହାଯ୍ୟ କରୁଛନ୍ତି। ଅନ୍ୟପକ୍ଷେ ପ୍ରଶାନ୍ତ କିଶୋରଙ୍କୁ କ୍ୟାବିନେଟ ପାହ୍ୟା ପଦବୀକୁ ବିରୋଧ କରାଯାଇଛି । ଜଣେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ରାଜନୈତିକ ପରାମର୍ଶଦାତାଙ୍କୁ ଜନତାଙ୍କ ଅର୍ଥରେ ନିଯୁକ୍ତି ଦେବାକୁ ବିରୋଧ କରିଛନ୍ତି ଆବେଦନକାରୀ ।

ଅନ୍ୟପକ୍ଷେ କିଶୋରଙ୍କ ସପକ୍ଷରେ ଥିବା କାଉନସିଲ୍ ଶୀର୍ଷ ଅଦାଲତରେ ଯୁକ୍ତି ବାଢିଥିଲେ ଯେ ଶାସନ ଉଦ୍ଦେଶ୍ୟରେ ସରକାର, କୌଣସି ନିର୍ଦ୍ଦିଷ୍ଟ ପାରଦର୍ଶୀତାରେ ଥିବା କୌଣସି ପରାମର୍ଶଦାତା ରଖିପାରନ୍ତି । ଏହାସହ ଜବାବ୍ ରଖିବାକୁ ଦିଆଯାଇଥିବା ଆଦେଶର ବୈଧତା ଉପରେ ମଧ୍ୟ ପ୍ରଶ୍ନ କରିଛି କାଉନସିଲ୍। ପ୍ରକାଶଥାଉକି, ଅମରିନ୍ଦର ସିଂ ଚଳିତ ବର୍ଷ ମାର୍ଚ୍ଚରେ କିଶୋରଙ୍କୁ ନିଯୁକ୍ତ କରିଥିଲେ। ନିଯୁକ୍ତି ପାଇଁ କୌଣସି ବିଜ୍ଞାପନ କିମ୍ବା ସାକ୍ଷାତକାର ହୋଇନାହିଁ ବୋଲି ଆବେଦନକାରୀମାନେ ଦାବି କରିଛନ୍ତି, ଯାହାକି ସମ୍ବିଧାନର ଧାରା 14 ଏବଂ 16 ର ସ୍ପଷ୍ଟ ଉଲ୍ଲଂଘନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 10, 2021, 11:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.