ETV Bharat / bharat

ସୁରକ୍ଷା ପ୍ରତି ବିପଦ ଥିବୀ ଦିଲ୍ଲୀ ପୋଲିସକୁ ଚିଠି ଲେଖିଲେ ଦେହାଦ୍ରାଇ, ମୋଇତ୍ରାଙ୍କ ବିରୋଧରେ କରିଥିଲେ ଅଭିଯୋଗ

author img

By ETV Bharat Odisha Team

Published : Oct 21, 2023, 10:16 PM IST

ମହୁଆ ମୋଇତ୍ରାଙ୍କ ବିରୋଧରେ ଅଭିଯୋଗ କରିଥିବା ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇ ନିଜ ପ୍ରତି ଗମ୍ଭୀର ବିପଦ ଥିବା ଆଶଙ୍କା କରି ଦିଲ୍ଲୀ ପୋଲିସ କମିଶନରଙ୍କୁ ଲେଖିଲେ ଚିଠି । କହିଲେ ଅଭିଯୋଗ ପ୍ରତ୍ୟାହାର କରିବା ପାଇଁ ମିଳୁଛି ଧମକ । ଅଧିକ ପଢନ୍ତୁ

Etv Bharatସୁରକ୍ଷା ପ୍ରତି ବିପଦ ଥିବୀ ଦିଲ୍ଲୀ ପୋଲିସକୁ ଚିଠି ଲେଖିଲେ ଦେହାଦ୍ରାଇ, ମହୁଆ ମୋଇତ୍ରାଙ୍କ ବିରୋଧରେ କରିଥିଲେ ଅଭିଯୋଗ

ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ଚିଠି ଲେଖିଥିବା ଓ ସିବିଆଇରେ ଅଭିଯୋଗ କରିଥିବା ସର୍ବୋଚ୍ଚ କୋର୍ଟର ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇ ନିଜ ପ୍ରତି ଗମ୍ଭୀର ବିପଦ ଥିବା ଅଭିଯୋଗ କରିଛନ୍ତି । ଆଜି ସେ ଦିଲ୍ଲୀ ପୋଲିସ କମିଶନରଙ୍କୁ ଏନେଇ ଚିଠି ଲେଖି, ସେ କରିଥିବା ଅଭିଯୋଗ ପ୍ରତ୍ୟାହାର କରିବାକୁ ଧମକ ମିଳୁଥିବା ଓ ସେହି କାରଣରୁ ତାଙ୍କ ପ୍ରତି ପ୍ରତ୍ୟେକ୍ଷ ବିପଦ ଥିବା ସେ ଅଭିଯୋଗ କହିଛନ୍ତି ।

ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରାଙ୍କୁ ଲେଖିଥିବା ଚିଠିରେ ଦେହାଦ୍ରାଇ ଉଲ୍ଲେଖ କରିଛନ୍ତି,‘‘ ମୁଁ ଅକ୍ଟୋବର 14 ରେ ସିବିଆଇରେ କରିଥିବା ଅଭିଯୋଗ ଓ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ଅନ୍ୟମାନଙ୍କୁ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଲେଖିଥିବା ଚିଠି କାରଣରୁ ମୋର ସୁରକ୍ଷା ପ୍ରତି ଅତି ଗୁରୁତର ବିପଦ ଥିବା ଅନୁଭବ କରୁଛି । ମୁଁ କରିଥିବା ଅଭିଯୋଗ ପ୍ରତ୍ୟାହାର କରିବା ପାଇଁ ମୋ ଉପରେ ଚାପ ସୃଷ୍ଟି କରାଯାଉଛି । ଯଦି ମୁଁ କରିଥିବା ଅଭିଯୋଗ ପ୍ରତ୍ୟାହାର ନକରେ ତେବେ ମୋର ସାମାଜିକ ପ୍ରତିଷ୍ଠାକୁ ନଷ୍ଟ କରିଦେବାକୁ ଧମକ ମଧ୍ୟ ମିଳିଛି ।’’

ଅଭିଯୋଗରେ ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି, ତାଙ୍କ କୁକୁର ‘ହେନେରୀ’ ଏବେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ନିକଟରେ ରହିଛି । ସେ ଯଦି ଅଭିଯୋଗ ପ୍ରତ୍ୟାହାର କରିବାକୁ ସହମତି ପ୍ରକାଶ କରନ୍ତି, ତେବେ ତାଙ୍କ କୁକୁର ହେନେରୀକୁ ମୋଇତ୍ରା ତାଙ୍କୁ ଫେରାଇ ଦେବେ ବୋଲି ତାଙ୍କୁ ଏକ ବାର୍ତ୍ତା ଆସିଛି । ନିଜ ବିରୋଧୀଙ୍କୁ ହଇରାଣ କରିବାରେ ମହୁଆଙ୍କର ରହିଥିବା ପ୍ରଭାବ ଓ ଇତିହାସ ସମ୍ପର୍କରେ ମଧ୍ୟ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ତେଣୁ ତାଙ୍କ ଅଭିଯୋଗକୁ ହାଲୁକାରେ ନେବା ଉଚିତ ନୁହେଁ ବୋଲି ମଧ୍ୟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Real life 'Judaai': ବଲିଉଡ କାହାଣୀ ନୁହେଁ ସତ, ସ୍ବାମୀଙ୍କୁ ୫ ଲକ୍ଷ ଟଙ୍କାରେ ବିକ୍ରି କଲା ପତ୍ନୀ !

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜୟ ଅନନ୍ତଙ୍କ ଚିଠି ଆଧାରରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଟିଏମସିର ଏହି ଫାଏରବ୍ରାଣ୍ଡ ସାଂସଦଙ୍କ ଉପରେ ଗମ୍ଭୀର ଅଭିଯୋଗ କରିଛନ୍ତି । ମହୁଆ ଶିଳ୍ପପତି ଦର୍ଶନ ହୀରାନନ୍ଦାନୀଙ୍କଠୁ ଅର୍ଥ ନେଇ ସଂସଦରେ ଆଦାନୀ ସମୂହ ବିରୋଧରେ ପ୍ରଶ୍ନ ଉଠାଇଥିବା ଅଭିଯୋଗ କରିଥିଲେ ଦୁବେ । ତେବେ ଏହି ମାମଲାରେ ଜୟ ଅନନ୍ତ ମଧ୍ୟ ସିବିଆଇକୁ 14 ତାରିଖରେ ଚିଠି ଲେଖି ମହୁଆ ମୋଇତ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏବେ ଜୟ ଅନନ୍ତ ଏପରି ବିପଦ ଆଶଙ୍କା କରି ଦିଲ୍ଲୀ ପୋଲିସକୁ ଚିଠି ଲେଖି ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.