ETV Bharat / bharat

PM Security Breach Case: ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କ ସହ ଓକିଲଙ୍କୁ SFJର ଧମକପୂର୍ଣ୍ଣ କଲ୍

author img

By

Published : Jan 18, 2022, 7:42 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷାଜନିତ ତ୍ରୁଟି ମାମଲା । ସୁପ୍ରମିକୋର୍ଟ ଓକିଲଙ୍କ ସମେତ ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କୁ SFJର ଧମକ । ଅଧିକ ପଢନ୍ତୁ

PM Security Breach Case: ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କ ସହ ଓକିଲଙ୍କୁ SFJର ଧମକପୂର୍ଣ୍ଣ କଲ୍
PM Security Breach Case: ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କ ସହ ଓକିଲଙ୍କୁ SFJର ଧମକପୂର୍ଣ୍ଣ କଲ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷାଜନିତ ତ୍ରୁଟି ମାମଲାରେ ସୁପ୍ରିମକୋର୍ଟଙ୍କ ଓକିଲମାନଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସୁଛି । ଆଗରୁ ମଧ୍ୟ ଏପରି କଲ୍ ଆସିଥିଲା । ପିଏମ୍‌ଙ୍କ ସୁରକ୍ଷାରେ ବିଭ୍ରାଟ ପାଇଁ ଆନ୍ତର୍ଜାତିକ ଆତଙ୍କୀ ସଙ୍ଗଠନ ଶିଖ୍ ଫର୍ ଜଷ୍ଟିସ(Sikhs for Justice) ନିଜକୁ ଦାୟୀ କରିଥିବାବେଳେ ଏହି ଘଟଣାରେ ଏବେ ଧମକ ଦେବାରେ ଲାଗିଛି । ମାମଲାର ଯାଞ୍ଚ କରୁଥିବା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଇନ୍ଦୁ ମଲହୋତ୍ରାଙ୍କୁ ମଧ୍ୟ ଧମକ ଦିଆଯାଇଛି ।

ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ୍, ଯିଏକି ଗତ ସପ୍ତାହରେ ଧମକପୂର୍ଣ୍ଣ କଲ୍‌ ପାଇବା ନେଇ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ ସେ ସୋମବାର ପୁନର୍ବାର ଏଭଳି କଲ୍ ପାଇଥିବା ଅଭିଯୋଗ କରିଛନ୍ତି । କଲ୍‌ରେ କୁହାଯାଇଛି କି, ଆମେ ଚେତାବନୀ ଦେଉଛୁ, ଯାହା ଘଟିଲା ତାହା ପ୍ରଧାନମନ୍ତ୍ରୀ ଓ ଆମ ଶିଖ୍‌ଙ୍କ ଭିତର କଥା । ଜଷ୍ଟିସ୍ ଇନ୍ଦୁ ମଲହୋତ୍ରାଙ୍କୁ ପିଏମ୍‌ଙ୍କ ସୁରକ୍ଷା ଭଙ୍ଗ ମାମଲାର ତଦନ୍ତ କରିବାକୁ ଦେବୁ ନାହିଁ ।

ସେହିପରି ଜୈନଙ୍କ ବ୍ୟତୀତ ଅନ୍ୟ ଦୁଇ ଆଇନଜୀବୀ ଅପୂର୍ବ ଶୁକ୍ଲା ଏବଂ ନିଶାନ୍ତ କଟନେସ୍ବାରକର( Nishant Katneshwarkar) ମଧ୍ୟ ପୂର୍ବରୁ ରେକର୍ଡ ହୋଇଥିବା ଅଡିଓ ସହ ଏକ ଅନ୍ତର୍ଜାତୀୟ ନମ୍ବରରୁ କଲ୍ ପାଇଛନ୍ତି । ଯେଉଁଥିରେ ଶିଖ୍ ଫର୍ ଜଷ୍ଟିସ ବିରୁଦ୍ଧରେ ମାମଲା ରୁଜୁ କରାଯିବା ନେଇ ସଙ୍ଗଠନ ପକ୍ଷରୁ ଧମକ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.