ETV Bharat / bharat

ଜମ୍ମୁ କାଶ୍ମୀରକୁ ନେଇ ସୁପ୍ରିମ ରାୟ: '2024 ସେପ୍ଟେମ୍ବର ସୁଦ୍ଧା ନିର୍ବାଚନ, ଶୀଘ୍ର ରାଜ୍ୟ ପାହ୍ୟା '

author img

By ETV Bharat Odisha Team

Published : Dec 11, 2023, 2:28 PM IST

JK statehood and Polls by September 2024: ଜମ୍ମୁ କାଶ୍ମୀର ଉପରେ ସୁପ୍ରିମକୋର୍ଟଙ୍କ ଗୁରୁ୍ତ୍ବପୂର୍ଣ୍ଣ ରାୟ। 2024 ସେପ୍ଟେମ୍ବର ସୁଦ୍ଧା ନିର୍ବାଚନ ସାରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ। ଜମ୍ମୁ କାଶ୍ମୀରକୁ ଖୁବ ଶୀଘ୍ର ରାଜ୍ୟ ପାହ୍ୟା ଦେବାକୁ କେନ୍ଦ୍ରକୁ କହିଲେ ସର୍ବୋଚ୍ଚ ନ୍ୟାୟାଳୟ। ଅଧିକ ପଢ଼ନ୍ତୁ,

ଜମ୍ମୁ କାଶ୍ମୀରକୁ ନେଇ ସୁପ୍ରିମ ରାୟ
ଜମ୍ମୁ କାଶ୍ମୀରକୁ ନେଇ ସୁପ୍ରିମ ରାୟ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ମାମଲାରେ ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରି୍ମକୋର୍ଟ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବୈଧ ଘୋଷଣା କରିଥିବା ବେଳେ, ଏହାକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି । ମାମଲାର ରାୟ ଶୁଣାଇବା ଅବସରରେ କେନ୍ଦ୍ର ସରକାର ଏବଂ ନିର୍ବାଚନ କମିଶନଙ୍କୁ ଦୁଇଟି ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଜମ୍ମୁ କଶ୍ମୀରକୁ ତୁରନ୍ତ ରାଜ୍ୟ ମାନ୍ୟତା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଧାରା ୩୭୦ ଉଚ୍ଛେଦ ଉପରେ ଐତିହାସିକ ରାୟ ଶୁଣାଇବା ସମୟରେ ସୁପ୍ରିମକୋର୍ଟଙଅଖ ୫ ଜଣିଆ ଖଣ୍ଡପୀଠ, କେନ୍ଦ୍ର ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ସେହପରି ୨୦୨୪ ସେପ୍ଟେମ୍ବର ମାସ ସୁଦ୍ଧା ଜାମ୍ମୁ କାଶ୍ମୀରରେ ନିର୍ବାଚନ କରାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିଶନ ଜମ୍ମୁ କାଶ୍ମୀରରେ ନିର୍ବାଚନ କରାଇବା ପାଇଁ ପଦକ୍ଷେପ ନେବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଜାମ୍ମୁ କାଶ୍ମୀର ରାଜ୍ୟର ବିଭାଜନ ସମେତ, ଜମ୍ମୁ କାଶ୍ମୀର ଏବଂ ଲାଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ କେନ୍ଦ୍ର ସରକାରଙ୍କ ପୁନର୍ଗଠନ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବିଧି ସମ୍ମତ ବୋଲି କହିଛନ୍ତି । ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି ଯେ, ଏ ନେଇ ସଂସଦ ଗ୍ରହଣ କରିଥିବା ନିଷ୍ପତ୍ତିକୁ ଅଦାଲତ ଖାରଜ କରିପାରିବେ ନାହିଁ।

ଏହା ମଧ୍ଯ ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ଫୈସଲା: ବୈଧ ରହିଲା ୩୭୦ ଉଚ୍ଛେଦ ନିଷ୍ପତ୍ତି, ଜମ୍ମୁ କାଶ୍ମୀରରେ ସେପ୍ଟେମ୍ବରରେ ନିର୍ବାଚନ ପାଇଁ ନିର୍ଦ୍ଦେଶ

କେନ୍ଦ୍ର ସରକାରଙ୍କ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଏହି ମାମଲାର ରାୟ ପ୍ରକାଶ କରିବା ସହ ଜମ୍ମୁ କଶ୍ମୀରକୁ ରାଜ୍ୟ ପାହ୍ୟା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଲାଗୁ ହେବା ପରେ, ଜମ୍ମୁ କାଶ୍ମୀରରେ ମଧ୍ୟ ଅନ୍ୟ ରାଜ୍ୟ ଭଳି ସମାନ ଆଇନ ବ୍ୟବସ୍ଥା ଲାଗୁ ହେବ ।

ଏହା ମଧ୍ଯ ପଢ଼ନ୍ତୁ: ପିଡିପି ମୁଖ୍ୟ ମେହବୁବା ମୁଫତି ଗୃହବନ୍ଦୀ

୨୦୧୯ ଅଗଷ୍ଟ ୫ରେ ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିଥିଲେ କେନ୍ଦ୍ର ସରକାର। ଦୀର୍ଘ ୪ ବର୍ଷ ପରେ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୋହର ଲଗାଇଛନ୍ତି ସୁପ୍ରିମ କୋର୍ଟ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠଙ୍କ ଆଜି( ଡିସେମ୍ବର ୧୧ ତାରିଖ) ଧାରା ୩୭୦କୁ ନେଇ ବଡ଼ ଫୈସଲା ଶୁଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.