ETV Bharat / bharat

ମୋ ସ୍ତ୍ରୀ ମହିଳା ନୁହନ୍ତି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ, ପତ୍ନୀଙ୍କୁ ପଠାଇଲେ ନୋଟିସ - ମୋ ସ୍ତ୍ରୀ ମହିଳା ନୁହନ୍ତି ପୁରୁଷ ମାମଲାର ଶୁଣାଣି ଖବର

ଝିଅ କହି ମୋତେ ଏକ ପୁଅ ସହ ବିବାହ କରି ଦିଆଯାଇଛି । ଏପରି କିଛି ଆଶ୍ଚର୍ଯ୍ୟ କରି ଦେଲା ଭଳି ଅଭିଯୋଗ ଆଣିଛନ୍ତି ଜଣେ ଯୁବକ । ଏହି ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି । ମଧ୍ୟପ୍ରଦେଶର ଗ୍ବାଲିଅରରୁ ଜଣେ ବିବାହିତ ଯୁବକ ଅଭିଯୋଗ କରିଥିବା ମାମଲାର ଶୁଣାଣି ପାଇଁ ରାଜି ହୋଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅଧିକ ପଢନ୍ତୁ

ମୋ ସ୍ତ୍ରୀ ମହିଳା ନୁହନ୍ତି ପୁରୁଷ ମାମଲାର ଶୁଣାଣି ପାଇଁ ରାଜି ସୁପ୍ରିମକୋର୍ଟ

author img

By

Published : Mar 14, 2022, 9:10 AM IST

ନୂଆଦିଲ୍ଲୀ: ମୋ ସ୍ତ୍ରୀ ଜଣେ ମହିଳା ନୁହନ୍ତି ପୁରୁଷ । ମୋ ସହ ଧୋକା ହୋଇଛି । ଝିଅ କହି ମୋତେ ଏକ ପୁଅ ସହ ବିବାହ କରି ଦିଆଯାଇଛି । ଏପରି କିଛି ଆଶ୍ଚର୍ଯ୍ୟ କରି ଦେଲା ଭଳି ଅଭିଯୋଗ ଆଣିଛନ୍ତି ଜଣେ ଯୁବକ । ଏହି ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି । ମଧ୍ୟପ୍ରଦେଶର ଗ୍ବାଲିଅରରୁ ଜଣେ ବିବାହିତ ଯୁବକ ଆଣିଥିବା ମାମଲାର ଶୁଣାଣି ପାଇଁ ରାଜି ହୋଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ସୂଚନାଅନୁସାରେ ସ୍ବାମୀ ଜଣକ ଠକାମିରେ ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି। ଶାରିରୀକ ଗଠନରୁ ତାଙ୍କ ପତ୍ନୀ ମହିଳା ହୋଇଥିଲେ ମଧ୍ୟ ତାଙ୍କ ପ୍ରାଇଭେଟ ପାର୍ଟ ପୁରୁଷଙ୍କ ଭଳି ହୋଇଥିବା ସେ ଅଭିଯୋଗ ଆଣିଛନ୍ତି । ପତ୍ନୀଙ୍କ ଯୌନାଙ୍ଗ ପୁରୁଷ ସରଞ୍ଚନା ବୋଲି ସେ ଅଭିଯୋଗ କରିଛନ୍ତି । ପ୍ରାରମ୍ଭରୁ ଏହି ମାମଲାର ଶୁଣାଣି ପାଇଁ ସୁପ୍ରମକୋର୍ଟ ରାଜି ନଥିଲେ। ମେଡିକାଲ ରିପୋର୍ଟ ଆସିବା ପରେ ସମ୍ପୃକ୍ତ ମହିଳାଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ।

ଉଭୟଙ୍କ ବିବାହ ଜୁଲାଇ ୨୦୧୬ ମସିହାରେ ହୋଇଥିଲା। କିନ୍ତୁ କିଛି ଦିନ ପରେ ପତ୍ନୀ ଋତୁସ୍ରାବ ସମସ୍ୟା ଆଳ ଦେଖାଇ ସମ୍ପର୍କ ସ୍ଥାପନ କରିବାକୁ ମନା କରି ଦେଇଥିଲେ । ଏହାର ଠିକ ପରେ ପୁଣି ଥରେ ସ୍ବାମୀ ସମ୍ପର୍କ ସ୍ଥାପନ କରିବାକୁ ଯାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ପତ୍ନୀ ଜଣେ ମହିଳା ନୁହେଁ ପୁରୁଷ ବୋଲି ସେ ଜାଣିବାକୁ ପାଇଥିଲେ । କେବଳ ଏତିକି ନୁହେଁ ସେ ତାଙ୍କ ପତ୍ନୀଙ୍କୁ ନେଇ ମେଡିକାଲ ପରୀକ୍ଷା ପାଇଁ ଯାଇଥିଲେ। କିନ୍ତୁ ମେଡିକାଲରେ ରିପୋର୍ଟରେ ଏହା ତାଙ୍କର ଜନ୍ମଗତ ସମସ୍ୟା ବୋଲି ଜଣାପଡ଼ିଥିଲା। ଯାହାକୁ ମେଡିକାଲ ଭାଷାରେ ହାଇପରପ୍ଲାସିଆ (hyperplasia) ବୋଲି କୁହାଯାଏ। ଅସ୍ତ୍ରୋପଚାର ଦ୍ବାରା ତାଙ୍କ ପତ୍ନୀଙ୍କ ଲିଙ୍ଗ ପରିବର୍ତ୍ତନ ହେବା ତ ସମ୍ଭବ କିନ୍ତୁ ସେ କେବେ ଗର୍ଭଧାରଣ କରିପାରିବେନି ବୋଲି ସିଧାସିଧା ମନା କରିଦେଇଥିଲେ ଡାକ୍ତର ।

ଯାହାର ଠିକ ପରେ ପତ୍ନୀଙ୍କୁ ନିଜ ବାପଘରକୁ ପଠାଇ ଦେଥିଲେ ପତି । ହେଲେ ଏହାର କିଛି ଦିନ ପରେ ପତ୍ନୀ ଅସ୍ତ୍ରୋପଚାର କରାଇ ଶାଶୂଘରକୁ ଫେରିଥିଲେ । କିନ୍ତୁ ତାଙ୍କ ସହ ବୈବାହିକ ଜୀବନ ଆଗକୁ ନ ବଢାଇ ଏହା ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ପତି ।

@ANI

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.