ETV Bharat / bharat

Jharkhand Mining Scam: ନିଲମ୍ବିତ IAS ପୂଜା ସିଙ୍ଘଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ - ଝାଡଖଣ୍ଡ ଖଣି ଦୁର୍ନୀତି ମାମଲା

ଝାଡଖଣ୍ଡର ନିଲମ୍ବିତ ଖଣି ସଚିବ ପୂଜା ସିଙ୍ଘଲଙ୍କୁ ମିଳିଲା ଅନ୍ତରୀଣ ଜାମିନ (Jharkhand mining scam) । ଝିଅର ଅସୁସ୍ଥତା କାରଣରୁ ମାସେ ଅନ୍ତରୀଣ ଜାମିନ ଦେଲେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

Jharkhand mining scam: ନିଲମ୍ବିତ IAS ପୂଜା ସିଙ୍ଗଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ

author img

By

Published : Jan 3, 2023, 5:18 PM IST

ହାଇଦ୍ରାବାଦ: ବହୁଚର୍ଚ୍ଚିତ ଝାଡଖଣ୍ଡ ଖଣି ଦୁର୍ନୀତି ମାମଲାରେ ନିଲମ୍ବିତ ତଥା ଗିରଫ ହୋଇ ଜେଲରେ ଥିବା ଖଣି ସଚିବ ପୂଜା ସିଙ୍ଘଲଙ୍କୁ ଆଜି ସର୍ବୋଚ୍ଚ କୋର୍ଟରୁ ଜାମିନ ମିଳିଛି (Jharkhand mining scam) । ପୂଜାର ଝିଅ ଅସୁସ୍ଥ ଥିବା କାରଣରୁ ତାଙ୍କୁ ରିଲିଫ ପ୍ରଦାନ କରିବା ପାଇଁ ସେ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଥିଲେ । ମାତ୍ର ଏକ ମାସ ପାଇଁ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

ଆଜି ଏହି ଆବେଦନର ଶୁଣାଣି ବିଚାରପତି ଜଷ୍ଟିସ ସଞ୍ଜୟ କିଶାନ କୌଲ, ଜଷ୍ଟିସ ଅଭୟ ଏସ ଓକାଙ୍କ ଖଣ୍ଡପୀଠରେ ହୋଇଥିଲା । କୋର୍ଟ ପୂଜାଙ୍କୁ ନିୟମିତ ଜାମିନ ପରିବର୍ତ୍ତେ ଝିଅର ଅସୁସ୍ଥତା ପାଇଁ ମାତ୍ର ଏକ ମାସ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ସେହିପରି କିଛି ସର୍ତ୍ତାବଳୀ ମଧ୍ୟ ରଖାଯାଇଛି । ରାଜଧାନୀ ରାଞ୍ଚିରେ ତାଙ୍କ ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନହେବା ଯାଏ ସେ ରାଞ୍ଚି ଗସ୍ତ କରିବେ ନାହିଁ ବୋଲି ମଧ୍ୟ ଅଦାଲତ ଜାମିନରେ ସର୍ତ୍ତ ରଖିଛନ୍ତି (Jharkhand mining scam) ।

ଗତବର୍ଷ (2022) ମେ 11 ତାରିଖରେ ମନି ଲଣ୍ଡ୍ରିଂ ଓ ଆର୍ୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂଜାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପରେ ତାଙ୍କୁ ଦାୟିତ୍ବରୁ ନିଲମ୍ବିତ ମଧ୍ୟ କରିଥିଲେ ଝାଡଖଣ୍ଡ ସରକାର । ପୂଜାଙ୍କ ଘରେ ଚଢାଉ ପରେ ତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ ମଧ୍ୟ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରୁ ପ୍ରାୟ 20 କୋଟି ଟଙ୍କା ଜବତ ହୋଇଥିଲା । ପରେ ପୂଜାଙ୍କୁ ଗିରଫ କରାଯାଇଥିଲା । ପୂଜାଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲା ବ୍ୟତୀତ କ୍ଷମତାର ଅପବ୍ୟବହାର କରି ମନରେଗା ଯୋଜନାରେ ଅର୍ଥ ହଡପ ଅଭିଯୋଗ ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.