ETV Bharat / bharat

Mukul Royଙ୍କ ସଭ୍ୟ ପଦ ରଦ୍ଦ ମାମଲା, ନିଷ୍ପତ୍ତି ନେବେ WB Speaker

ଦଳ ବଦଳ ପରେ ଟିଏମସି ନେତା ମୁକୁଲ ରାୟ (Mukul Roy)ଙ୍କ ସଦସ୍ୟ ପଦ ରଦ୍ଦ ମାମଲାରେ ବାଚସ୍ପତିଙ୍କୁ ନିଷ୍ପତ୍ତି ନେବାକୁ କହିଲେ ସର୍ବୋଚ୍ଚ କୋର୍ଟ । ନିର୍ବାଚନୀ ବିଫଳତା ପରେ BJP ଛା଼ଡି TMC ରେ ସାମିଲ ହୋଇଥିଲେ ମୁକୁଲ । ଅଧିକ ପଢନ୍ତୁ

author img

By

Published : Nov 22, 2021, 10:41 PM IST

TMC leader Mukul Royଙ୍କ ସଭ୍ୟ ପଦ ରଦ୍ଧ ମାମଲା, ନିଷ୍ପତ୍ତି ନେବେ WB Speaker

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ BJPରୁ ଇସ୍ତଫା ଦେଇ TMCରେ ସାମିଲ ହୋଇଥିବା ବିଧାୟକ ମୁକୁଲ ରାୟ (Mukul Roy)ଙ୍କ ବିଧାୟକ ପଦ ରଦ୍ଦ (disqualification petition) ନେଇ ହୋଇଥିବା ଆବେଦନର ନିଷ୍ପତ୍ତି ନେବାକୁ ପଶ୍ଚିମବଙ୍ଗ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ (SC) । ଆଜି (ସୋମବାର)ଏହି ମାମଲାରେ ଶୁଣାଣି କରି କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଆସନ୍ତାବର୍ଷ (2022) ଜାନୁଆରୀ ତୃତୀୟ ସପ୍ତାହ ସୁଦ୍ଧା ଏହି ନିଷ୍ପତ୍ତି ନେବାକୁ କୋର୍ଟ କହିଛନ୍ତି । ଜଷ୍ଟିସ୍ ଏଲ. ନାଗେଶ୍ବର ରାଓ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

ସମ୍ବିଧାନର ଦଶମ ଅନୁସୂଚୀତ (Tenth Schedule of the constitution)ଅନୁଯାୟୀ ଏହିପରି ସମସ୍ୟାରେ ବାଚସ୍ପତି ନିର୍ଣ୍ଣୟ ନେଇ ପାରିବେ । ତେବେ ଏକାଧିକ ପ୍ରସଙ୍ଗରେ ବାଚସ୍ପତିଙ୍କ ଦ୍ବାରା ନିର୍ଣ୍ଣୟ ପ୍ରକ୍ରିୟା ବିଳମ୍ବ ହେଉଥିବା ସାମ୍ନାକୁ ଆସୁଛି ବୋଲି କହିଥିଲେ କୋର୍ଟ । ତେଣୁ ବାଚସ୍ପତି ନିର୍ଦ୍ଧାରିତ ସମୟରେ ନିଷ୍ପତ୍ତି ନିଅନ୍ତୁ ବୋଲି କହିଛନ୍ତି ଖଣ୍ଡପୀଠ ।

ନିର୍ବାଚନ ପରେ ବିଜେପିର ଶୌଚନିୟ ପରାଜୟ ପରେ BJP ଛାଡି TMCରେ ସାମିଲ ହୋଇଥିଲେ ମୁକୁଲ । TMCରେ ସାମିଲ ହେବା ପରେ ତାଙ୍କୁ ପଶ୍ଚିମବଙ୍ଗ ବିଧାନସଭାର ପବ୍ଲିକ ଆକାଉଣ୍ଟସ କମିଟି (Public Accounts Committee ,PAC) ର ଅଧ୍ୟକ୍ଷ ଭାବ ମୁକୁଲ ରୟଙ୍କ ନିଯୁକ୍ତି କରିଥିଲେ ମମତା ସରକାର । ତେବେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି BJP ବିଧାୟିକା ଅମ୍ବିକା ରୟଙ୍କ ଦ୍ବାରା ପଶ୍ଚିମବଙ୍ଗ ହାଇକୋର୍ଟଙ୍କ ମାମଲା ରଜୁ ହୋଇଥିଲା ।

ଆଜି ସର୍ବୋଚ୍ଚ ଅଦାଲତରେ ଶୁଣାଣି ସମୟରେ ବରିଷ୍ଠ ଆଡଭୋକେଟ୍ ଅଭିଷେକ ମନୁ ସିଂଭି ଖଣ୍ଡପୀଠକୁ କହିଛନ୍ତି ଯେ ମୁକୁଲ ରୟଙ୍କ ବିରୋଧରେ ଦାଖଲ ହୋଇଥିବା ଅଯୋଗ୍ୟତା ଘୋଷଣା ଆବେଦନ ଶୁଣାଣି ଡିସେମ୍ବର 21 ରେ କରିବା ନେଇ ସ୍ଥିର କରିଛନ୍ତି ବାଚସ୍ପତି । ବାଚସ୍ପତି ଏହି ମାମଲାରେ ଆଇନ ଅନୁଯାୟୀ ନିଷ୍ପତ୍ତି ଶେଷ କରିବେ ବୋଲି ଖଣ୍ଡପୀଠ ଆଶା ରଖିଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.