ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ହୋଇପାରନ୍ତି ବରିଷ୍ଠ ଆଇନଜୀବୀ ସୌରଭ କ୍ରିପାଲ । ସୁପ୍ରିମକୋର୍ଟ କଲେଜିୟମ ସୌରଭ କ୍ରିପାଲଙ୍କୁ ଦିଲ୍ଲୀ ହାଇକୋର୍ଟର ବିଚାରପତି ପାଇଁ ସୁପାରିଶ କରିଛନ୍ତି । ଯଦି କଲେଜିୟମଙ୍କ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିବ ତେବେ ଭାରତର ପ୍ରଥମ ସମଲିଙ୍ଗୀ ବିଚାରପତି ହେବେ ସୌରଭ କ୍ରିପଲ । ସୌରଭ ଜଣ ସମଲିଙ୍ଗୀ ଅଟନ୍ତି ।
ସୁପ୍ରିମକୋର୍ଟର କଲେଜିୟମ ପ୍ରଥମ ଥର କୌଣସି ସମଲିଙ୍ଗୀଙ୍କୁ ଜଜ୍ ବନାଇବାକୁ ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏକ ବୟାନରେ ଏ ସମ୍ପର୍କରେ କୁହାଯାଇଛି । ଏହାପୂର୍ବରୁ ଗତ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟର ତତ୍କାଳୀନ ମୁଖ୍ୟ ବିଚାପପତି ଜଷ୍ଟିସ ଏସଏ ବୋବଡେ ସୌରଭଙ୍କୁ ବିଚାରପତି ଭାବେ ପଦୋନ୍ନତି ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥଲେ ଏବଂ ଏହି ପ୍ରସ୍ତାବ ଉପରେ ରାୟ ସ୍ପଷ୍ଟ କରିବାକୁ କହିଥିଲେ ।
ସୂଚନାଯୋଗ୍ୟ, ନଭେମ୍ବର ୧୧ରେ ସୁପ୍ରିମକୋର୍ଟ କଲେଜିୟମର ବୈଠକ ବସିଥିଲା । ଏଥିରେ ଆଇନଜୀବୀ ସୌରଭଙ୍କୁ ବିଚାରପତି ଭାବେ ପଦୋନ୍ନତି ଦେବାକୁ ନିଷ୍ପତ୍ତି ନିଆଯାଇଛି । ୨୦୧୭ରେ ପ୍ରଥମ ଥର କଲେଜିୟମ ସୌରଭଙ୍କୁ ହାଇକୋର୍ଟ ଜଜ୍ ଭାବେ ନିଯୁକ୍ତ କରିବାକୁ ସୁପାରିଶ କରିଥିଲେ । ତେବେ ଯଦି କଲେଜିୟମଙ୍କ ଏହି ପ୍ରସ୍ତାବକକୁ ଅନୁମୋଦନ ମିଳିବ ତେବେ ଏହା ଭାରତର ଏକ ଐତିହାସିକ ନିଷ୍ପତ୍ତି ହେବ ।