ETV Bharat / bharat

ଦିଲ୍ଲୀ ପ୍ରଦୂଷଣ ସଙ୍କଟ, NCR ରାଜ୍ୟଙ୍କ ସହ ବୈଠକ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ - ଦିଲ୍ଲୀ ବାୟୁ ପ୍ରଦୂଷଣ

ବାୟୁ ପ୍ରଦୂଷଣ ସଙ୍କଟ ଚରମ ସ୍ତରରେ ପହଞ୍ଚି ଥିବାବେଳେ NCR ରାଜ୍ୟମାନଙ୍କ ସହ ଜରୁରୀ ବୈଠକ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ବାୟୁ ପ୍ରଦୂଷଣ ସଙ୍କଟ ନେଇ NCR ରାଜ୍ୟମାନଙ୍କ ସହ ଜରୁରୀ ବୈଠକ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ

author img

By

Published : Nov 15, 2021, 7:58 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଉତ୍ତର ଭାରତରେ ଦେଖାଯାଇଥିବା ବାୟୁ ପ୍ରଦୂଷଣ ସଙ୍କଟ ଚରମ ସ୍ତରରେ ପହଞ୍ଚି ଥିବାବେଳେ ବିଭିନ୍ନ କଟକଣା ସତ୍ତ୍ବେ ମଧ୍ୟ ନିୟନ୍ତ୍ରଣକୁ ଆସୁନାହିଁ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏହି ସମସ୍ୟା ସମ୍ପର୍କିତ ଏକ ଜରୁରୀ ବୈଠକ ଜାତୀୟ ରାଜଧାନୀ କ୍ଷେତ୍ରରେ ଆସୁଥିବା ସମସ୍ତ ରାଜ୍ୟଙ୍କ ସହ କରିବାକୁ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ଏହି ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ ଏହି ପ୍ରସଙ୍ଗରେ ଏକ କମିଟି ଗଠନ କରିବା ସହ ପ୍ରଭାବିତ ଉତ୍ତର ଭାରତୀୟ ରାଜ୍ୟମାନଙ୍କ ସହ ଆଲୋଚନା କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତର ଭାରତରେ ଦିଲ୍ଲୀ ସମେତ ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶ କିଛି ଭାଗରେ ଏହି ପ୍ରଦୂଷଣ ସଙ୍କଟ ଚରମ ସ୍ତରରେ ପହଞ୍ଚିଛି ।

ସେହିପରି କୋର୍ଟ ହରିୟାଣା ଓ ପଞ୍ଜାବରେ ଅମଳ ପରବର୍ତ୍ତୀ ସମୟରେ କ୍ଷେତରେ ଲଗାଯାଉଥିବା ନିଆଁ ରୋକିବା ଦିଗରେ ପଦକ୍ଷେପ ନେବାରେ ଉଭୟ ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀଙ୍କୁ ସଚେତନ କରିବା ଓ ଆବଶ୍ୟକ ସ୍ଥଳେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହୁଛନ୍ତି କୋର୍ଟ । ସେହିପରି ଦିଲ୍ଲୀ ଓ ପଡୋଶୀ ରାଜ୍ୟର ଗଭୀର ପ୍ରଦୂଷିତ ଅଞ୍ଚଳରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ଓ ଯାନବାହନ ଚଳପ୍ରଚଳ ମାତ୍ରାକୁ ହ୍ରାସ କରିବା ପାଇଁ ସମ୍ପୃକ୍ତ ସରକାରମାନେ ପଦକ୍ଷେପ ନେବାକୁ କହିଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.