ETV Bharat / bharat

ଆଜି ବିଶ୍ବ ହସ୍ତୀ ଦିବସ

author img

By

Published : Apr 16, 2021, 12:52 PM IST

ଆଜି ହେଉଛି ବିଶ୍ବ ହସ୍ତୀ ଦିବସ । ଏହି ଦିବସର ମୂଳ ଲକ୍ଷ୍ୟ ହେଉଛି ହାତୀଙ୍କୁ ବଞ୍ଚାଇବା । 2012 ମସିହାରେ ଥାଇଲାଣ୍ଡର ଏଲିଫ୍ୟାଣ୍ଟ ରିଇନଟ୍ରୋଡ୍ୟୁକ୍ସନ ଫାଉଣ୍ଡେସନ ପକ୍ଷରୁ ଏହାକୁ ପାଳନ କରାଯାଉଛି। ଅଧିକ ପଢନ୍ତୁ...

ଆଜି ବିଶ୍ବ ହସ୍ତୀ ଦିବସ
ଆଜି ବିଶ୍ବ ହସ୍ତୀ ଦିବସ

ହାଇଦ୍ରାବାଦ: ଆଜି ହେଉଛି ବିଶ୍ବ ହସ୍ତୀ ଦିବସ। ହାତୀ ବଂଶକୁ ସୁରକ୍ଷା ଦେବା ସହ ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ପାଇଁ ପାଳନ ହୋଇ ଆସୁଛି ବିଶ୍ବ ହସ୍ତୀ ଦିବସ। ଏହି ଦିବସର ମୂଳ ଲକ୍ଷ୍ୟ ହେଉଛି ହାତୀଙ୍କୁ ବଞ୍ଚାଇବା । 2012 ମସିହାରେ ଥାଇଲାଣ୍ଡର ଏଲିଫ୍ୟାଣ୍ଟ ରିଇନଟ୍ରୋଡ୍ୟୁକ୍ସନ ଫାଉଣ୍ଡେସନ ପକ୍ଷରୁ ଏହାକୁ ପାଳନ କରାଯାଉଛି।

'ହାତୀ ମେରା ସାଥୀ'। ଗଜରାଜଙ୍କୁ ନେଇ ସମସ୍ତଙ୍କ ମନରେ ଏକ ସକରାତ୍ମକ ଭାବନା ଥାଏ। ସେଥିପାଇଁ ପିଲାଦିନରେ ଛୋଟ ଛୁଆଟିର ମନୋରଞ୍ଜନ ପାଇଁ ମା ହାତୀ ଗୀତ ଶୁଣେଇ କୁହେ ହାତୀ ଝୁଲୁରେ. ବାଆ ପାଣି ଖାଇ ଫୁଲୁରେ। କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ ହାତୀ ଓ ମଣିଷର ସଙ୍ଘର୍ଷ। ଏବେ ବି ଏଥିରେ ପୂର୍ଣ୍ଣଚ୍ଛେଦ ପଡିନଥିବା ବେଳେ ଚାଲିଛି ପ୍ରଚେଷ୍ଟା। କେତେବେଳେ ଶିକାରୀଙ୍କ ପାଦ୍ରୁଭାବ ତ ଅନ୍ୟ କିଛି କାରଣ ପାଇଁ ବିଭିନ୍ନ ସମୟରେ ଜୀବନ ହରାଉଛନ୍ତି ଗଜରାଜ। ହାତୀମାନଙ୍କ ପାଇଁ ଦୁଇଟି ମୁଖ୍ୟ ସମସ୍ୟା ହେଉଛି ସେମାନଙ୍କର ବାସସ୍ଥାନ ନଷ୍ଟ ଏବଂ ହାତୀ ଦାନ୍ତର ବାଣିଜ୍ୟ, ଏହି ଦୁଇଟି ବିପଦ ମଣିଷଙ୍କ କାରଣରୁ ହୋଇଥାଏ ।

ହାତୀ ବଞ୍ଚାଅ ଦିବସର ଇତିହାସ

କାନାଡାର ଚଳଚ୍ଚିତ୍ର ନିର୍ମାତା ପାଟ୍ରିସିୟା ସିମସ ଥାଇଲାଣ୍ଡରେ ଏକ ଫାଉଣ୍ଡେସନ୍ ଦ୍ୱାରା ସେଭ୍ ହାତୀ ଦିବସ ପ୍ରତିଷ୍ଠା କରିଥିଲେ । 2012 ମସିହାରେ ଏହାକୁ ବିଶ୍ବ ବ୍ୟାପୀ ପଦକ୍ଷେପ ଆରମ୍ଭ ହେବାପରେ ଷ୍ଟାର୍ ଟ୍ରେକ୍ ସେଲିବ୍ରିଟି ୱିଲିୟମ୍ ଶାଟନର୍ଙ୍କ ଦ୍ୱାରା ବର୍ଣ୍ଣିତ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର “ଜଙ୍ଗଲକୁ ଫେରିବା” ରିଲିଜ୍ ହୋଇଥିଲା ।

ଇଶ୍ବରଙ୍କ ସୃଷ୍ଟିର ସବୁଠୁ ବୃହତକାୟ ଜୀବ ହେଉଛି ହାତୀ । ହେଲେ ଏହି ବନ୍ୟଜନ୍ତୁ ଏବେ ବଡ଼ ସଙ୍କଟରେ । ହାତୀ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ବନ୍ୟଜନ୍ତୁଙ୍କ ପ୍ରତି ଆମର ଯତ୍ନ ଏବଂ ପ୍ରେମ ଦେଖାଇବା । ଏବଂ ହାତୀ ବ୍ୟବସାୟୀ ଠାରୁ ଆରମ୍ଭ କରି ବାସସ୍ଥାନ ନଷ୍ଟ ହେବା ପର୍ଯ୍ୟନ୍ତ ଏସିଆ ଏବଂ ଆଫ୍ରିକାରେ ହାତୀଙ୍କ ଭବିଷ୍ୟତ ପ୍ରତି ଥିବା ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା।

ର୍ତ୍ତମାନ ଆଫ୍ରିକାରେ ହାତୀଙ୍କ ସଂଖ୍ୟା ପ୍ରାୟ ସାଢେ ଚାରି ଲକ୍ଷ ଥିବା ବେଳେ ଏସୀୟ ହାତୀଙ୍କ ସଂଖ୍ୟା 40 ହଜାରକୁ ଖସି ଆସିଲାଣି। ଭାରତରେ ହାତୀଙ୍କ ସଂଖ୍ୟା 32,900 ରହିଛି। ଗତ 70 ବର୍ଷରେ ଏସୀୟ ହାତୀଙ୍କ ସଂଖ୍ୟା 50 ପ୍ରତିଶତ ହ୍ରାସ ପାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.