ETV Bharat / bharat

ମଝି ଆକାଶରେ ଭାଙ୍ଗିଗଲା ବିମାନର କାଚ, ଜରୁରୀ ଅବତରଣ କଲା କାର୍ଗୋ ଫ୍ଲାଇଟ୍ - କୋଲକାତାରେ ଜରୁରୀ ଅବତରଣ କଲା କାର୍ଗୋ ବିମାନ

ବିମାନର କାଚ ଭାଙ୍ଗିଯିବାରୁ କୋଲକାତାରେ ଜରୁରୀ ଅବତରଣ କଲା ସାଉଦି ଆରବ ଏୟାର ଲାଇନ୍ସର କାର୍ଗୋ ବିମାନ । ଅଧିକ ପଢ଼ନ୍ତୁ

cargo flight emergency landing
କାର୍ଗୋ ବିମାନର ଜରୁରୀ ଅବତରଣ
author img

By

Published : Apr 15, 2023, 4:31 PM IST

କୋଲକାତା: କୋଲକାତା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କଲା କାର୍ଗୋ ବିମାନ । ସାଉଦି ଆରବ ଏୟାର ଲାଇନ୍ସର କାର୍ଗୋ ବିମାନର ସାମ୍ନା କାଚ ଭାଙ୍ଗି ଯିବାରୁ ଜରୁରୀ ଅବତରଣ କରିଛି । ଜେଦ୍ଦାରୁ ହଂକଂ ଅଭିମୁ୍ଖେ ଯାତ୍ରା କରୁଥିଲା ଏହି ବିମାନ । ସମସ୍ତ ଯାତ୍ରା ସୁରକ୍ଷିତ ଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଜେଦ୍ଦାରୁ ହଂକଂ ଅଭିମୁ୍ଖେ ଉଡ଼ାଣ ଭରିଥିବା କାର୍ଗୋ ବିମାନ । ମଝି ଆକାଶରେ ବିମାନର ସାମ୍ନାର କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ବିମାନର କାଚ ଭାଙ୍ଗିବା ସୂଚନା ପାଇ ଜରୁରୀ ଅବତରଣ ଲାଗି ପାଇଲଟ ନିଷ୍ପତ୍ତି ନେଇଥିଲେ । କିଛି ଅଘଟଣ ଘଟିବା ପୂର୍ବରୁ କୋଲକାତା ବିମାନ ବନ୍ଦରରେ ଅବତରଣ କରିବାକୁ ନିଷ୍ପତ୍ତି ନିଆଗଲା । ଅନୁମତି ମିଳିବା ପରେ ୧୨.୦୨ରେ ସୁରକ୍ଷିତ ଭାବେ ବିମାନଟି ଜରୁରୀ ଅବତରଣ ହେଲା ।

ବିମାନକୁ ନିରାପଦରେ ଅବତରଣ କରାଇବାକୁ କୋଲକାତା ବିମାନ ବନ୍ଦର ସମସ୍ତ ପ୍ରସ୍ତୁତି କରିଥିଲା । ଏହା ପୂର୍ବରୁ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀ ପରିସ୍ଥିତି ଘୋଷଣା କରିଦିଆ ଯାଇଥିଲା । ଅବତରଣ ପୂର୍ବରୁ ବିମାନବନ୍ଦରରେ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିଲା। ବିମାନ ବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ପରେ ବିମାନର ନିରାପଦ ଅବତରଣ ପରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତିକୁ ହଟାଇ ଦିଆଯାଇଥିଲା । ପୂର୍ବରୁ ଅନେକ ଥର ମଧ୍ୟ ବିମାନରେ ପକ୍ଷୀ ମାଡ ହେବା ପରେ ଜରୁରୀ ଅବତରଣ ହୋଇଥିବା ସୂଚନା ରହିଛି ।

ନିକଟରେ ଆବୁଧାବି ଅଭିମୁଖେ ଯାଉଥିବା ଏତିହାଦ ଏୟାରୱେଜ ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ଉଡ଼ାଣର କିଛି ସମୟ ପରେ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା । ବିମାନର ଯାଞ୍ଚ ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲା । ଗତ ସପ୍ତାହରେ ବେଙ୍ଗାଲୁରୁରୁ ବାରାଣାସୀ ଉଡ଼ଣା ଭରିଥିବା ଇଣ୍ଡିଗୋ ବିମାନ ହ୍ରାଇଦ୍ରାବାଦରେ ଜରୁରୀ ଅବତରଣ କରିଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ତେବେ ଏଥିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ ।

ଇଣ୍ଡିଗୋ ବିମାନ 6E897 137 ଜଣ ଯାତ୍ରୀଙ୍କୁ ନେଇ ବାରଣାସୀ ଅଭିମୁଖେ ଉଡାଣ ଭରିଥିଲା । ମଝି ଆକାଶରେ ବିମାନଟି ଉଡାଣ କରୁଥିବା ବେଳେ ପାଇଲଟ ଯାନ୍ତ୍ରିକ ତୃଟି ଥିବା ଜାଣିବାକୁ ପାଇଥିଲେ । କିଛି ଅଘଟଣ ଘଟିବା ପୂର୍ବରୁ ବାରଣାସୀରେ ଅବତରଣ କରିବା ପରିବର୍ତ୍ତେ ତେଲେଙ୍ଗାନାର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଜରୁରୀକାଳୀନ ଅବତରଣ କରିଥିଲା ଇଣ୍ଡିଗୋ ବିମାନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.