ETV Bharat / bharat

ସତ୍ୟେନ୍ଦ୍ର ଜୈନଙ୍କୁ ପଦ୍ମ ବିଭୂଷଣ ମିଳିବା ଉଚିତ୍ କହିଲେ କେଜ୍ରିଓ୍ବାଲ, ପାଲଟା ଜବାବ ଦେଲା ବିଜେପି

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀ ନେଇ ରାଜନୀତି ଜୋର । ଖୋଲା ସମର୍ଥନ କରିବା ସହ ଜୈନଙ୍କୁ ପଦ୍ମ ବିଭୂଷଣ ମିଳିବା ଉଚିତ କହିଲେ କେଜ୍ରିଓ୍ବାଲ । କଡା ସମାଲୋଚନା କଲା ବିଜେପି । ଅଧିକ ପଢନ୍ତୁ

ସତ୍ୟେନ୍ଦ୍ର ଜୈନଙ୍କୁ ପଦ୍ମ ବିଭୁଷଣ ମିଳିବା ଉଚିତ କହିଲେ କେଜ୍ରିଓ୍ବାଲ, ପାଲଟା ଜବାବ ଦେଲା ବିଜେପି

author img

By

Published : Jun 1, 2022, 8:04 PM IST

ନୂଆଦିଲ୍ଲୀ: ଆର୍ଥିକ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା APP ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ସିଧାସଳଖ ଜୈନଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ତଥା ଦେଶଭକ୍ତ ବୋଲି କହିବା ପରେ ବିଜେପି ଆକ୍ରମଣାତ୍ମକ ଭଙ୍ଗୀକୁ ଆସିଛି । କେଜ୍ରିଓ୍ବାଲ କହିଛନ୍ତି ଜୈନ ଜଣେ ରାଷ୍ଟ୍ରଭକ୍ତ, ତାଙ୍କ ପ୍ରଚେଷ୍ଟାରେ ଦିଲ୍ଲୀରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଧୁରିଛି । ଦିଲ୍ଲୀ ସମେତ ବିଶ୍ବର ବିଭିନ୍ନ ପ୍ରାନ୍ତର ଲୋକ ମୋହଲା କ୍ଲିନିକରେ ଚିକିତ୍ସା ସେବା ପାଇବାରେ ସକ୍ଷମ ହେଉଛନ୍ତି । ତାଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରିବା ଉଚିତ ବୋଲି କେଜ୍ରିଓ୍ବାଲ କହିଥିଲେ ।

ସେହିପରି ଜୈନଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦର୍ଶାଇବା ସହ ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ମଧ୍ୟ କେଜ୍ରିଓ୍ବାଲ କହିଛନ୍ତି । ତେବେ କେଜ୍ରିଓ୍ବାଲଙ୍କ ଏପରି କ୍ଲିନଚିଟ ପରେ ଏହାକୁ କଡା ସମାଲୋଚନା କରିଛି ବିଜେପି । ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରେସମିଟ କରି ଏହି ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କ ଉପରେ ବର୍ଷିଛନ୍ତି ।

ମାମଲା ବିଚାରାଧୀନ ରହିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାର ତଦନ୍ତ ମଧ୍ୟ ଜାରି ରଖିଛି । କିନ୍ତୁ କେଜ୍ରିଓ୍ବାଲ ବିଚାରପତି ଭୂମିକାରେ ଥିବା ପରି ମନ୍ତବ୍ୟ ଦେଉଛନ୍ତି । 2010ରୁ 2015 ମସିହା ମଧ୍ୟରେ କୋଲକାତାରୁ ଅପରେଟ ହେଉଥିବା ଏକ ହାଓ୍ବାଲା କମ୍ପାନୀ ଜରିଆରେ ଜୈନ ଆର୍ଥିକ କାରବାର କରିଥିବା କେଜ୍ରିଓ୍ବାଲ ଅସ୍ବୀକାର କରିପାରିବେ କି ବୋଲି ଇରାନୀ ପ୍ରଶ୍ନ କରିଛନ୍ତି ।

ଏହି ମାମଲାରେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବେ ଗିରଫ ହୋଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ରହିଛନ୍ତି । କୋର୍ଟ ଜୈନଙ୍କୁ 9 ଦିନିଆ ରିମାଣ୍ଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ପଠାଇବା ପରେ ଅଧିକ ଜେରା ଜାରି ରଖଛି ତଦନ୍ତକାରୀ ସଂସ୍ଥା । ତେବେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.