ETV Bharat / bharat

62 ବର୍ଷରେ ବାପା ହେଲେ ବୃଦ୍ଧ, ଏକା ସାଙ୍ଗରେ 3 ସନ୍ତାନର ଜନନୀ ହେଲେ ଦ୍ବିତୀୟ ପତ୍ନୀ - ପରିଣତ ବୟସରେ ବାପା ହେଲେ ବୃଦ୍ଧ

ମଧ୍ୟପ୍ରଦେଶରୁ ଆସିଛି ଆଶ୍ଚର୍ଯ୍ୟ କଲା ଭଳି ଖବର । 62 ବର୍ଷ ବୟସରେ 3 ସନ୍ତାନଙ୍କ ବାପା ହୋଇଛନ୍ତି ଜଣେ ବୃଦ୍ଧ। ଏକାସାଙ୍ଗରେ 3 ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ତାଙ୍କ ଦ୍ବିତୀୟ ପତ୍ନୀ । ଅଧିକ ପଢନ୍ତୁ

62 ବର୍ଷରେ ବାପା ହେଲେ ବୃଦ୍ଧ
62 ବର୍ଷରେ ବାପା ହେଲେ ବୃଦ୍ଧ
author img

By

Published : Jun 14, 2023, 10:53 PM IST

ଭୋପାଳ: ମଧ୍ୟପ୍ରଦେଶର ସତନା ଜିଲ୍ଲାରୁ ଏକ ଅଜବ ଖବର ସାମନାକୁ ଆସିଛି। 62 ବର୍ଷ ବୟସରେ 3ସନ୍ତାନଙ୍କ ବାପା ହୋଇଛନ୍ତି ଜଣେ ବୃଦ୍ଧ । ଉଚେହରା ବ୍ଲକ ସ୍ଥିତ ଅତର୍ବେଦୀୟାରେ ରହୁଥିବା ଗୋବିନ୍ଦ କୁଶୱାହାଙ୍କ ଧର୍ମପତ୍ନୀ ହୀରାବାଇ କୁଶୱାହା ଏକା ସାଙ୍ଗରେ 3 ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ବର୍ତ୍ତମାନ ମାଆ ସୁସ୍ଥ ଥିବାବେଳେ ଶିଶୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ନଥିବା ଡାକ୍ତର କହିଛନ୍ତି । ଶିଶୁମାନେ ଦୁର୍ବଳ ଥିବାରୁ ସେମାନଙ୍କୁ ବର୍ତ୍ତମାନ ହସ୍ପିଟାଲ ଆଇସିୟୁରେ ରଖାଯାଇଥିବା ଜଣାପଡିଛି।

ସୋମବାର ବିଳମ୍ବିତ ରାତିରେ ପ୍ରସବ ବେଦନା ହେବାରୁ ହୀରାବାଇ କୁଶୱାହାଙ୍କୁ ଜିଲ୍ଲା ମୁଖ୍ୟାଳୟରେ ଥିବା ହସ୍ପଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ମଙ୍ଗଳବାର ସକାଳେ ସେ 3 ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଏହାସହ ଜନ୍ମ ନେଇଥିବା 3 ନବଜାତକଙ୍କ ସ୍ବାସ୍ଥ୍ୟ ସମସ୍ୟା ରହିଥିବା ଡାକ୍ତର ପ୍ରକାଶ କରିଥିବାବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି।

ତେବେ 3 ଶିଶୁଙ୍କ ଜନନୀ ହେବା ପରେ ହୀରାବାଇ ଖୁସି ଅନୁଭବ କରିଥିବା କହିଛନ୍ତି । ଅପରପକ୍ଷେ 3 ନବଜାତକଙ୍କ ପିତା ଅର୍ଥାତ୍ ଗୋବିନ୍ଦ କୁଶୱାହା ମଧ୍ୟ ପରିଣତ ବୟସରେ ପିତା ହେବାର ସୌଭାଗ୍ୟ ଅର୍ଜନ କରିଥିବାରୁ ବେଶ ଖୁସି ଥିବା ପ୍ରକାଶ କରିଛନ୍ତି । ତେବେ ଗୋବିନ୍ଦ କୁଶୱାହାଙ୍କ ବୟସ 62 ବର୍ଷ ହୋଇଥିବାବେଳେ ହୀରାବାଇଙ୍କ ବୟସ 30ବର୍ଷ ହୋଇଥିବା ଜଣା ପଡିଛି ।

ଏକାସହ ଗୋଟିଏ ନୁହେଁ ବରଂ 3 ସନ୍ତାନ ଜନ୍ମ ହୋଇଥିବାରୁ ପରିବାରରେ ଖୁସିର ମୋହୋଲ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଏହା ହେଉଛି ଗୋବିନ୍ଦ କୁଶୱାହାଙ୍କ ଦ୍ବିତୀୟ ବିବାହ। ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ସେ ଦ୍ବିତୀୟ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କର ଏକ ପୁତ୍ର ସନ୍ତାନ ରହିଥିବାବେଳେ କୌଣସି ଏକ ଦୁର୍ଘଟଣାରେ ପତ୍ନୀଙ୍କର ଦେହାନ୍ତ ହୋଇଥିଲା। ପରେ ଗୋବିନ୍ଦ ହୀରାବାଇଙ୍କୁ ବିବାହ କରିଥିବାବେଳେ ପୁଣି ଥରେ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

ତେବେ ଏକକାଳୀନ ଗୋଟିଏ କିମ୍ବା ଜମଜ ଅର୍ଥାତ୍ 2ଟି ସନ୍ତାନ ଜନ୍ମ ନେବା ସାଧାରଣ କଥା। ହେଲେ ଏକା ସହ 3 ଟି ସନ୍ତାନ ଜନ୍ମ ନେବା ଆଶ୍ଚର୍ଯ୍ୟଜନକ । ଏଭଳି ଘଟଣା ବିରଳ ଏବଂ କ୍ବଚିତ୍ ଦେଖିବା ପାଇଁ ମିଳିଥାଏ । ତେବେ ମଧ୍ୟପ୍ରଦେଶରେ ଏକା ସହ 3 ସନ୍ତାନ ଜନ୍ମ ନେବା ଘଟଣାରେ ସେମାନଙ୍କ ବନ୍ଧୁ ପରିଜନଙ୍କ ସମେତ ସ୍ଥାନୀୟବାସିନ୍ଦା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ଏହା ଦେଶରେ ନୂଆ ନୁହେଁ, ଏକା ସାଙ୍ଗରେ 3 ସନ୍ତାନ କିମ୍ବା 4 ସନ୍ତାନର ଜନନୀ ହେବା ଭଳି ଖବର ପୂର୍ବରୁ ମଧ୍ୟ ଅନେକ ସ୍ଥାନରୁ ଆସିଥିବାର ନଜିର ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.