ETV Bharat / bharat

କମିଲା RT-PCR ଟେଷ୍ଟ ମୂଲ୍ୟ; ଜାଣନ୍ତୁ, କେଉଁ ରାଜ୍ୟରେ କେତେ ରହିଛି ?

author img

By

Published : Dec 3, 2020, 4:10 PM IST

ଓଡିଶାରେ ଘରୋଇ ହସ୍ପିଟାଲରେ ୪୦୦ ଟଙ୍କାରେ ହେବ କୋରୋନା ଆରଟିପିସିଆର ଟେଷ୍ଟ । ତେବେ ଯଦି ସମସ୍ତ ରାଜ୍ୟକୁ ଦେଖିବା ତେବେ ଗୋଆରେ RT-PCR ଟେଷ୍ଟର ମୂଲ୍ୟ ସର୍ବାଧିକ 4500 ଟଙ୍କା ରହିଥିବା ବେଳେ ଓଡିଶାରେ ଏହାର ମୂଲ୍ୟ ସବୁଠୁ କମ ରହିଛି । ଅଧିକ ପଢନ୍ତୁ...

କମିଲା RT-PCR ଟେଷ୍ଟ ମୂଲ୍ୟ
କମିଲା RT-PCR ଟେଷ୍ଟ ମୂଲ୍ୟ

ହାଇଦ୍ରାବାଦ: ଦେଶବ୍ୟାପୀ ଆରଟିପିସିଆର ଟେଷ୍ଟର ସମାନ ମୂଲ୍ୟ ଧାର୍ଯ୍ୟ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି । ଦେଶରେ କୋରୋନା ପାଇଁ ହେଉଥିବା ଆରଟିପିସିଆର ଟେଷ୍ଟ ନାଁରେ ଲୁଟ୍ କରାଯାଉଛି । ଏହାକୁ ରୋକିବା ଆବଶ୍ୟକତା ରହିଛି । ଭାରତରେ ବଢୁଥିବା କୋରୋନା ଆକ୍ରାନ୍ତଙ୍କୁ ଖୁବ କମ ସମୟ ମଧ୍ୟରେ ଏବଂ ସଠିକ୍ ଭାବେ ଚିହ୍ନଟ କରିବା ପାଇଁ ଆରଟିପିସିଆର ଟେଷ୍ଟକୁ ଗୁରୁତ୍ବ ଦିଆଯାଇଛି ।

ରିଅଲ୍ ଟାଇମ୍ ପଲିମେରେଜ୍ ଚେନ୍ ପ୍ରତିକ୍ରିୟା ବା RT-PCR ପରୀକ୍ଷାଟି ମାନବ କୋଷରେ COVID-19 ଜୀବାଣୁକୁ ଚିହ୍ନଟ କରିବା ପାଇଁ ସବୁଠାରୁ ପ୍ରଭାବଶାଳୀ ପରୀକ୍ଷା । ସଂକ୍ରମଣ ରୋକିବା ପାଇଁ ଯେପରି କୌଣସି କୋଭିଡ ପଜିଟିଭ ମାମଲା ବାଦ ନପଡେ ସେଥିଲାଗି ଏହି ଆରଟିପିସିଆର ପରୀକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ଏହି RT-PCR ପରୀକ୍ଷଣରେ, ଅଳ୍ପ ପରିମାଣର DNA କୁ ନେଇ କୋଭିଡ ପରୀକ୍ଷା କରାଯାଏ । ଏହି କୋଭିଡ ସଂକ୍ରମଣ ଅଧିକରୁ ଅଧିକ ହେଉଥିଲେ ତାହାକୁ ଶୀଘ୍ର ଠାବ କରିବା ପାଇଁ ରାପିଡ଼ ଆଣ୍ଟିଜେନ ଟେଷ୍ଟ କରାଯାଉଥିଲେ ମଧ୍ୟ ଆରଟିପିସିଆର ସବୁବେଳେ କୋଭିଡ ପରୀକ୍ଷାର ଶ୍ରେଷ୍ଠ ଉପାୟ ବୋଲି ବିବେଚନା କରାଯାଉଛି ।

ତେବେ ମହାମାରୀ ଆରମ୍ଭରୁ ଏହି ଆରଟିପିସିଆର ଟେଷ୍ଟର ମୂଲ୍ୟ ଚଢାଦର ଥିଲା । କେଉଁ ରାଜ୍ୟରେ କେତେ ମୂଲ୍ୟରେ ଏହି ପରୀକ୍ଷଣର ମୂଲ୍ୟ ଧାର୍ଯ୍ୟ କରିବ ତାହା ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ରାଜ୍ୟସରକାରଙ୍କୁ ସ୍ଥିର କରିବାକୁ କହିଛି । ଅଧିକାଂଶ ସରକାରୀ ଚିକିତ୍ସାଳୟରେ କୋଭିଡ-19 ଟେଷ୍ଟକୁ ମାଗଣା କରାଯାଇଛି । କିନ୍ତୁ ଦେଶର ସମସ୍ତ ରାଜ୍ୟରେ ଥିବା ଘରୋଇ ଲ୍ୟାବରେ ଏହି ଆରଟିପିସିଆର ଟେଷ୍ଟର ମୂଲ୍ୟ ନିଜ ହିସାବରେ ରହିଛି ।

ତେବେ ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କେତେ ମୂଲ୍ୟ ରହିଛି ଆରଟିପିସିଆର ଟେଷ୍ଟର । ଓଡିଶା କଥା ଯଦି ଆଲୋଚନା କରିବା ତେବେ, ରାଜ୍ୟର ଘରୋଇ ଲାବ୍ରୋଟାରୀ ବା ଘରୋଇ ହସ୍ପିଟାଲରେ ୪୦୦ ଟଙ୍କାରେ ହେବ କୋରୋନା ଆରଟିପିସିଆର ଟେଷ୍ଟ । ପରୀକ୍ଷା ପାଇଁ ଘରୋଇ ଡାକ୍ତରଖାନା ନେଇ ପାରିବେନି ଅଧିକ ଟଙ୍କା । ପୂର୍ବରୁ ଦେବାକୁ ପଡ଼ୁଥିଲା ୧୨୦୦ ଟଙ୍କା । ୨୨୦୦ ଟଙ୍କାରୁ ୧୨୦୦ ଟଙ୍କା କରିଥିଲେ ରାଜ୍ୟ ସରକାର । ଏବେ କୋରୋନା ପାଇଁ ଆରଟିପିସିଆର ଟେଷ୍ଟ ବାବଦରେ GST ସହ ପଡିବ ୪୦୦ ଟଙ୍କା । ଆରଏମଆରସି ତତ୍ୱାବଧାନରେ ପରୀକ୍ଷା ହେବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହିପରି ଅନ୍ୟ ରାଜ୍ୟମାନଙ୍କ କଥା ଯଦି ଆଲୋଚନା କରିବା ତେବେ ଆନ୍ଧ୍ର ପ୍ରଦେଶରେ ଘରୋଇ ହସ୍ପିଟାଲରେ RT-PCR ଟେଷ୍ଟର ମୂଲ୍ୟ ରହିଛି 1600 ଟଙ୍କା । ଆସାମରେ ଜରୁରୀକାଳୀନ ବେଳେ ଆରଟିପିସିଆର ଟେଷ୍ଟ କରିବାକୁ 2200 ଟଙ୍କା ଦେବାକୁ ପଡିବ । ବିହାରରେ 800 ଟଙ୍କା, ଛତିଶଗଡ଼ରେ 1600 ଟଙ୍କା, ଦିଲ୍ଲୀରେ 800 ଟଙ୍କା, ଗୋଆରେ 4500 ଟଙ୍କା ରହିଛି ଆରଟିପିସିଆରର ମୂଲ୍ୟ । ତେବେ ଗୋଆରେ ଆରଟିପିସିଆର ଟେଷ୍ଟର ମୂଲ୍ୟ ସର୍ବାଧିକ ରହିଛି ।

ସେହିପରି ଅନ୍ୟ ରାଜ୍ୟ କଥା ଆଲୋଚନା କରାଯାଏ ତେବେ ଗୁଜୁରାଟରେ ଘରୋଇ ହସ୍ପିଟାଲାରେ RT-PCR ଟେଷ୍ଟର ମୂଲ୍ୟ ରହିଛି 800 ଟଙ୍କା, ହରିୟାଣାରେ 900 ଟଙ୍କା, ଝାଡଖଣ୍ଡରେ 1050 ଟଙ୍କା, କର୍ଣ୍ଣାଟକରେ 1200 ଟଙ୍କା, କେରଳରେ 2100 ଟଙ୍କା, ମଧ୍ୟପ୍ରଦେଶରରେ 1200 ଟଙ୍କା, ମହାରାଷ୍ଟ୍ରରେ 980 ଟଙ୍କା, ପଞ୍ଜାବରେ 1600 ଟଙ୍କା, ରାଜସ୍ଥାନରେ 800 ଟଙ୍କା ରହିଛି RT-PCR ଟେଷ୍ଟର ମୂଲ୍ୟ ।

ସେପଟେ ତାମିଲନାଡୁ ସରକାରଙ୍କ ସ୍ବାସ୍ଥ୍ୟ ବିମା ଯୋଜନା କରିଥିବା ଉପଭକ୍ତାଙ୍କୁ RT-PCR ଟେଷ୍ଟ କରାଇଲେ ଦେବାକୁ ପଡିବ 1500 ଟଙ୍କା । ଏବଂ ସାଧାରଣ ବ୍ୟକ୍ତିଙ୍କୁ ଟେଷ୍ଟ ପ୍ରତି 2000 ଟଙ୍କା ଦେବାକୁ ପଡିବ । ତେଲେଙ୍ଗାନାରେ ଆରଟିପିସିଆର ଟେଷ୍ଟର ମୂଲ୍ୟ ରହିଛି 850 ଟଙ୍କା, ଉତ୍ତରପ୍ରଦେଶରେ 700 ଟଙ୍କା, ଉତ୍ତରାଖଣ୍ଡରେ 900 ଟଙ୍କା ଏବଂ ପଶ୍ଚିମବଙ୍ଗରେ ଘରୋଇ ହସ୍ପିଟାଲରେ RT-PCR ଟେଷ୍ଟର ମୂଲ୍ୟ 1500 ଟଙ୍କା ରହିଛି । ଆମେ ଯଦି ସମସ୍ତ ରାଜ୍ୟକୁ ଦେଖିବା ତେବେ ଗୋଆରେ RT-PCR ଟେଷ୍ଟର ମୂଲ୍ୟ ସର୍ବାଧିକ ରହିଥିବା ବେଳେ ଓଡିଶାରେ ଏହାର ମୂଲ୍ୟ ସବୁଠୁ କମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.