ETV Bharat / bharat

କୋର୍ଟରୁ ନିରାଶ ହେଲେ ଶଶିକଳା, AIADMKରୁ ବହିଷ୍କାର ନିଷ୍ପତ୍ତିକୁ କରିିଥିଲେ ଚ୍ଯାଲେଞ୍ଜ

ଦଳରୁ ବହିଷ୍କାର ନିଷ୍ପତ୍ତି ବିରୋଧରେ କରିଥିବା ଆବେଦନରେ କୋର୍ଟରୁ ମଧ୍ୟ ନିରାଶ ହେଲେ ପୂର୍ବତନ AIADMK ନେତ୍ରୀ ବି.ଶଶିକଳା । 2017ରେ ଦଳୀୟ ନିଷ୍ପତ୍ତି ବିରୋଧରେ କୋର୍ଟରେ ହୋଇଥିଲେ ଦ୍ବାରସ୍ଥ । ଅଧିକ ପଢନ୍ତୁ

author img

By

Published : Apr 11, 2022, 10:45 PM IST

କୋର୍ଟରୁ ନିରାଶ ହେଲେ ଶଶୀକଳା, ନିଜ ବହିସ୍କାର ନିଷ୍ପତ୍ତିକୁ କରିିଥିଲେ ଚ୍ଯାଲେଞ୍ଜ

ଚେନ୍ନାଇ: ମହାସଚିବ ପଦରୁ ତାଙ୍କୁ ହଟାଯିବା ଓ ଦଳରୁ ବହିଷ୍କାର କରାଯିବା ପ୍ରସଙ୍ଗରେ କୋର୍ଟର ଦ୍ବାରସ୍ଥ ହୋଇଥିବା ପୂର୍ବତନ AIADMK ନେତ୍ରୀ ବି.ଶଶିକଳାଙ୍କୁ ପୁଣି ବଡ ଧକ୍କା ଲାଗିଛି । ଚେନ୍ନାଇ ସିଟି ସିଭିଲ କୋର୍ଟ ପନୀର ସେଲଭମ ଓ ପଲାନିସାମୀଙ୍କ ଦ୍ବାରା ଦାଏର କରାଯାଇଥିବା ଶଶିକଳାଙ୍କୁ ବହିଷ୍କାର ସମ୍ପର୍କିତ ଆବେଦନକୁ ଗ୍ରହଣ କରିବା ସହ ଶଶିକଳାଙ୍କ ଆବେଦନକୁ ଖାରଜ କରିଛନ୍ତି । ଫଳରେ ଶଶିକଳାଙ୍କୁ କୋର୍ଟରୁ ମଧ୍ୟ ନିରାଶ ହେବାକୁ ପଡିଛି ।

ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଦେହାନ୍ତ ପରେ 2016 ମସିହା ଫେବୃଆରୀ 29 ତାରିଖରେ ଦଳର ମହାସଚିବ ଭାବେ ନିର୍ବାଚିତ ହୋଇଥିଲେ ଶଶିକଳା । କିନ୍ତୁ ଏହାର ମାତ୍ର କିଛି ଦିନ ପରେ ତାଙ୍କୁ ଆର୍ୟବହିର୍ଭୂତ ସମ୍ପତ୍ତି ଓ ଦୁର୍ନୀତି ମାମଲାରେ ଜେଲ ଯିବାକୁ ପଡିଥିଲା । ଜୟଳଳିତାଙ୍କ ପରେ ଦଳରେ ଦ୍ବିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ଶଶିକଳାଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଦଳ ।

ତାଙ୍କୁ ଦଳୀୟ ମହାସଚିବ ପଦବିରୁ ହଟାଯିବା ପରେ ତାଙ୍କୁ ସମ୍ପୂର୍ଣ୍ଣ ଦଳରୁ ବହିଷ୍କାର କରାଯାଇଥିଲା । କାର୍ଯ୍ଯାନୁଷ୍ଠାନ ବିରୋଧରେ ଚେନ୍ନାଇ ସିଟି ସିଭିଲ କୋର୍ଟରେ ଏକ ମାମଲା ଦାୟର କରି AIADMK ଜେନେରାଲ ବଡି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁୁ ଅସିଦ୍ଧ ଘୋଷଣା କରିବା ପାଇଁ ଆବେଦନରେ ଦର୍ଶାଇଥିଲେ ଶଶିକଳା । ସେହିପରି ଦଳରେ ଆବାହାକ ଓ ଉପ ଆବାହକ ପଦବୀ ସୃଷ୍ଟି କରିବା ନିଷ୍ପତ୍ତି ମଧ୍ୟ ଅସିଦ୍ଧ ବୋଲି ଶଶିକଳା ନିଜ ଆବେଦନରେ ଦର୍ଶାଇଥିଲେ ।

ଅନ୍ୟପଟେ ଶଶିକଳାଙ୍କ ପିଟିସନର ଉତ୍ତର ରଖି AIADMK ନେତା ପନିର ସେଲଭମ ଓ ପଲାନିସାମୀଙ୍କ ପକ୍ଷରୁ ଉତ୍ତର ରଖାଯାଇଛି । ଶଶିକଳାଙ୍କ ଉପରେ ଗ୍ରହଣ କରାଯାଇଥିବା ଦଳୀୟ କାର୍ଯ୍ୟାନୁଷ୍ଠାନ ଭାରତୀୟ ନର୍ବାଚନ କମିଶନ ଓ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରା ଗ୍ରହଣ କରାଯାଇ ସାରିଥିବା ବେଳେ ସେ ବାରମ୍ବାର ମିଛ କହି ଆସୁଥିବା କହିଛନ୍ତି ଏହି ଦୁଇ ନେତା । କୋର୍ଟ ମଧ୍ୟ ସେଲଭମ ଓ ପଲାନିସାମୀଙ୍କ ପିଟିସନ ଗ୍ରହଣ କରିଥିବା ବେଳେ ଶଶିକଳାକୁ ଧକ୍କା ଲାଗଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.