ETV Bharat / bharat

Mumbai Murder: ଯୌନ ପିପାସୁ ଥିଲା ମନୋଜ, ସରସ୍ବତୀଙ୍କ ନଗ୍ନ ଶରୀର ସହ ନେଇଥିଲା ସେଲ୍ଫି

ମୁମ୍ବାଇ ସରସ୍ବତୀ ବୈଦ୍ୟ ହତ୍ୟା ଘଟଣା । ଯୌନ ପିପାସୁ ଥିଲା ମନୋଜ । ହତ୍ୟା ପରେ ସରସ୍ବତୀଙ୍କ ନଗ୍ନ ଦେହ ସହ ସେଲ୍ଫି ନେଇଥିଲା । ଅଧିକ ପଢନ୍ତୁ

Mumbai Murder update
Mumbai Murder update
author img

By

Published : Jun 16, 2023, 2:24 PM IST

ମୁମ୍ବାଇ: ମାୟା ନଗରୀରେ ଲିଭ୍ ଇନ ପାର୍ଟନରକୁ ବୀଭତ୍ସ ହତ୍ୟା ଘଟଣାରେ ନୂଆ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତ ମନୋଜ ସେନ ଯୌନ ପିପାସୁ ଥିଲା । ସେ ସବୁବେଳେ ପର୍ଣ୍ଣ ଫିଲ୍ମ ଦେଖୁଥିଲା । ଅଶ୍ଲୀଳ ୱେବସାଇଟରେ ଖୁବ୍ ସକ୍ରିୟ ରହୁଥିଲା । ଏମିତିକି ହାଜେଲ, ଓକେ କୁପିଡ୍ ଭଳି ଡେଟିଂ ଆପ୍‌ରେ ଅଜଣା ଝିଅମାନଙ୍କ ସହ ଚାଟିଂ କରୁଥିଲା । ଏ ସମ୍ପର୍କରେ ଲିଭ୍ ଇନ ପାର୍ଟନର ସରସ୍ବତୀ ଜାଣିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯେଉଁ କାରଣରୁ ମନୋଜ ତାଙ୍କୁ ହତ୍ୟା କରିଥାଇପାରେ ବୋଲି ସନ୍ଦେହ କରୁଛି ପୋଲିସ । ଗୋଟିଏ ପଟେ ଅଭିଯୁକ୍ତ ନିଜକୁ HIV ସଂକ୍ରମିତ କହୁଥିବା ବେଳେ ସେ ସେକ୍ସ ଆଡିକ୍ଟେଡ ଥିବା କଥା ପୋଲିସ କହିଛି ।

ମୋବାଇଲରୁ ମିଳିଲା ଅଶ୍ଲୀଳ ଫଟୋ: ମନୋଜ ସେନ ମୋବାଇଲରୁ ଅନେକ ଅଶ୍ଳୀଳ ଫଟୋ ମିଳିଛି । ବିଭିନ୍ନ ଡେଟିଂ ଆପ୍ ଜରିଆରେ ସେ ଝିଅମାନଙ୍କ ସହ ସମ୍ପର୍କରେ ରହୁଥିଲା । ପର୍ଣ୍ଣ ୱେବସାଇଟ ଦେଖୁଥିଲା । ଏହି କାରଣରୁ ପାଟିତୁଣ୍ଡ ହେବାରୁ ଏହାକୁ କେନ୍ଦ୍ରକରି ଅଭିଯୁକ୍ତ ହତ୍ୟା କରିଛି ବୋଲି ସନ୍ଦେହ କରାଯାଉଛି । ଅନ୍ୟପଟେ ମନୋଜ ନିଜକୁ ନଂପୁସକ ବୋଲି ଦାବି କରିଛି । ସେ ଗମ୍ଭୀର ରୋଗରେ ପୀଡିତ ଥିବା କହୁଥିବାରୁ ଦୁଇ ତିନି ଦିନ ମଧ୍ୟରେ ତା'ର ମେଡିକାଲ ଯାଞ୍ଚ କରାଯିବ ବୋଲି ପୋଲିସ ଜଣାଇଛି । ସେହିପରି ସରସ୍ବତୀ ଆତ୍ମହତ୍ୟା କରିଥିବା ଅଭିଯୁକ୍ତ ଦାବି କରୁଥିବା ବେଳେ ପୋଲିସ ଏହାକୁ ଗ୍ରହଣ କରୁନି । ତେବେ କେମିତି ସେ ସରସ୍ବତୀଙ୍କୁ ହତ୍ୟା କଲା ତାହା ଏ ଯାଏଁ ଜଣାପଡିନି ।

ଅଭିଯୁକ୍ତ ମୃତଦେହ ନଷ୍ଟ କରିବାକୁ ଇଲେକ୍ଟ୍ରିକ କରତ ଓ ଧାରୁଆ ଛୁରୀ ବ୍ୟବହାର କରିଥିଲା । କାଟୁଥିବା ବେଳେ କରତର ଚେନ ବାହାରି ଯାଇଥିଲା । ପରେ ସେ ଏହାର ମରାମତି କରିଥିଲା । ପୋଲିସ ମନୋଜର ଘରୁ କୀଟନାଶକ ଔଷଧ ମଧ୍ୟ ଜବତ କରିଥିଲା । ତେଣୁ ସେ ମହିଳାଙ୍କୁ ଏହି କୀଟନାଶକ ଖୁଆଇ ହତ୍ୟା କରିଥିବା କଥାକୁ ଏଡାଇ ଦିଆଯାଇ ନପାରେ । ପୋଲିସ ମାମଲାରେ ଟିକିନିକ ତଦନ୍ତ ଚଳାଇଛି । ଆହୁରି ମଧ୍ୟ ଜଣାପଡିଛି ଯେ, ସରସ୍ବତୀ ଜୀବନରେ ଭାରି ଏକୁଟିଆ ଥିଲେ । ନିଜ ଭଉଣୀମାନଙ୍କ ସହ କଥା ହେବାକୁ ମନୋଜ ତାଙ୍କୁ ବାରଣ କରୁଥିଲା । ପୁରା ଦିନ ସେ ଘରେ ଏକାକି କାଟୁଥିଲେ ।

ଉଲଗ୍ନ ମୃତଦେହ ସହ ସେଲ୍ଫି ନେଇଥିଲା ମନୋଜ: ଅଭିଯୁକ୍ତ ଅତ୍ୟଧିକ ମଦ ଓ ଧୂମ୍ରପାନ କରୁଥିଲା । ସେ ଏତେ ବିକୃତ ମାନସିକଧାରୀ ଥିଲା ଯେ ହତ୍ୟା ପରେ ସରସ୍ବତୀଙ୍କ ଉଲଗ୍ନ ମୃତଦେହ ସହ ସେଲ୍‌ଫି ନେଇଥିଲା । ପରେ ଏହାକୁ ଖଣ୍ଡ ଖଣ୍ଡ କରିଦେଇଥିଲା । ଯାହାକି ପୋଲିସ ତା' ମୋବାଇଲ ଯାଞ୍ଚ ସମୟରେ ଦେଖିବାକୁ ପାଇଛି । ସେ ମୃତଦେହକୁ ଏମିତି କାଟି ଟିକି ଟିକି କରିଦେଇଛି, ଯଦ୍ବାରା କେମିତି ହତ୍ୟାକାଣ୍ଡ ଘଟିଛି ତାହା ଜାଣିବା ଫରେନସିକ ଓ ଡାକ୍ତରଙ୍କ ପାଇଁ ମୁସ୍କିଲ ହେଉଛି । ତେଣୁ ବାହାର ରାଜ୍ୟର ଫରେନସିକ ଏକ୍ସପର୍ଟଙ୍କ ସହାୟତା ନିଆଯିବା ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.