ETV Bharat / bharat

ଅଜିତ ପାଓ୍ବାରଙ୍କ ବିଦ୍ରୋହ: ପାର୍ଟିର ପୁନଃନିର୍ମାଣ କରି ଦେଖାଇବି କହିଲେ ଶରଦ

author img

By

Published : Jul 2, 2023, 6:10 PM IST

ପୁତୁରାଙ୍କ ବିଦ୍ରୋହ ପରେ ଶରଦ ପାଓ୍ବାର ଦେଲେ କାର୍ଯ୍ୟାନୁଷ୍ଠାନ ସଙ୍କେତ । ପ୍ରଧାନମନ୍ତ୍ରୀଙ୍କ ଦୁର୍ନୀତି ପ୍ରସଙ୍ଗ ଉଠାଇ କଲେ ସମାଲୋଚନା । କହିଲେ ଏପରି ସ୍ଥିତି ତାଙ୍କ ପାଇଁ କିଛି ନୂଆ କଥା ନୁହେଁ । ପାର୍ଟିର ପୁର୍ନଗଠନ କରି ଦେଖାଇବେ । ଅଧିକ ପଢନ୍ତୁ

Sarad power reaction on Ajit power move, says truth will be out soon

ମୁମ୍ବାଇ: ଦଳର ବରିଷ୍ଠ ନେତା ତଥା ପୁତୁରା ଅଜିତ ପାଓ୍ବାରଙ୍କ ବିଦ୍ରୋହ ପରେ ମୁଁହ ଖୋଲିଛନ୍ତି ଏନସିପି ସୁପ୍ରିମୋ ଶରଦ ପାଓ୍ବାର । ଯେଉଁମାନେ ଏପରି କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ତାଙ୍କ ସହ କୌଣସି ଆଲୋଚନା ହୋଇନାହିଁ । କିଛି ଦଳୀୟ ନେତା ଏକନାଥ ସିନ୍ଧେ ନେତୃତ୍ବାଧୀନ ଶାସକ ମେଣ୍ଟରେ ସାମିଲ ହୋଇଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । 6 ଜୁଲାଇରେ ଏନେଇ ଏକ ବୈଠକ ଡକାଯାଇଛି । ଏପରି ସ୍ଥିତ ତାଙ୍କ ସହ 80 ଦଶକରେ ହୋଇଥିଲା । ପାର୍ଟିକୁ ପୁଣି ଥରେ ନିର୍ମାଣ କରିବେ ଓ ମହାରାଷ୍ଟ୍ରକୁ ନୂଆ ନେତୃତ୍ବ ଦେବେ ବୋଲି କହିଛନ୍ତି ଶରଦ ।

ଏହା ମଧ୍ୟ ପଢନ୍ତୁ:-Maharashtra politics:‘ ଆମ ସହ ପୁରା NCP ରହିଛି, ଦଳର ନାମ ଓ ଚିହ୍ନ ଆମର’

ଶପଥ ନେବା ପରେ ଅଜିତ ପ୍ରେସମିଟ କରି ତାଙ୍କ ସହ ସମଗ୍ର ଏନସିପି ଥିବା କହିଥିଲେ । ସେ ସମସ୍ତଙ୍କ ସହଯୋଗରେ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତାଙ୍କ ସହ ସମସ୍ତ ଏନସିପି ନେତା ରହିଛନ୍ତି ବୋଲି କହିଥିଲେ ଅଜିତ । ଅଜିତଙ୍କ ଏପରି ଦାବି ପରେ ଶରଦ ପାଓ୍ବାରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଶରଦ କହିଛନ୍ତି, ତାଙ୍କ ସହ ଏସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ । କିଛି ସହଯୋଗୀ ଏନଡିଏ ମେଣ୍ଟରେ ସାମିଲ ହୋଇଛନ୍ତି । ଜୁଲାଇ 6 ତାରିଖରେ ଏକ ଦଳୀୟ ବୈଠକ ଡକାଯାଇଥିଲା । ହେଲେ ଏହା ପୂର୍ବରୁ କିଛି ଦଳୀୟ ସହଯୋଗୀ ଭିନ୍ନ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଶରଦ କହିଛନ୍ତି, "ଆଗାମି କିଛି ଦିନ ମଧ୍ୟରେ ଲୋକେ ସ୍ପଷ୍ଟ ହୋଇଯିବେ, କାହିଁକି ଏନସିପି ନେତା ଏନଡିଏ ମେଣ୍ଟରେ ସାମିଲ ହେଲେ । ସେମାନେ ମୋ ସହ ଯୋଗାଯୋଗ କରିଥିଲେ । କହିଥିଲେ ବିଜେପି ପକ୍ଷରୁ ସେମାନଙ୍କୁ ନିମନ୍ତ୍ରଣ କରାଯାଉଛି । ତେବେ ଏପରି ସ୍ଥିତି ମୋ ପାଇଁ ନୂଆ ନୁହେଁ ବରଂ ପୂର୍ବରୁ ସେପରି ସ୍ଥିତିର ସାମ୍ନା କରିସାରିଛି । 1980ରେ 58 ବିଧାୟକଙ୍କ ନେତୃତ୍ବ ନେଉଥିବା ବେଳେ ମାତ୍ର 5 ଜଣଙ୍କୁ ଛାଡି ଅନ୍ୟ ସମସ୍ତ ବିଧାୟକ ଦଳ ପରିବର୍ତ୍ତନ କରିଥିଲେ । ମୁଁ ପୁଣି ଥରେ ତୃଣମୂଳ ସ୍ତରରୁ ଦଳର ନିର୍ମାଣ ଆରମ୍ଭ କରିଥିଲି । ଯେଉଁମାନେ ଦଳ ପରିବର୍ତ୍ତନ କରିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ନିର୍ବାଚନରେ ପରାଜୟ ହେବାକୁ ବାଧ୍ୟ ହୋଇଥିଲେ । ମୁଁ ଲୋକଙ୍କ ସହଯୋଗରେ ବିଶ୍ବାସ ରଖେ, ଆମେ ମହାରାଷ୍ଟ୍ରରେ ଦଳକୁ ପୁଣି ଥରେ ନିର୍ମାଣ କରିବୁ । ନୂଆ ନେତୃତ୍ବକୁ ସାମ୍ନାକୁ ଆଣିବୁ ।"

ଏହା ସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । କହିଛନ୍ତି, "କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମହାରାଷ୍ଟ୍ରର ସମବାୟ ବ୍ୟାଙ୍କରେ ବ୍ୟାପକ ଦୁର୍ନୀତି ହୋଇଥିବା ପ୍ରସଙ୍ଗ ଉଠାଇଥିଲେ । କହିଥିଲେ ଏନସିପି ଦଳ ଦୁର୍ନୀତିରେ ଜଡିତ । ମୁଁ ଖୁସି ଯେ ଏନସିପି ଦଳର କିଛି ସଦସ୍ୟ ଆଜି ମହାରାଷ୍ଟ୍ର କ୍ୟାବିନେଟରେ ଯୋଗ ଦେଇଛନ୍ତି । ଏହାର ଅର୍ଥ ହେଉଛି ପ୍ରଧାନମନ୍ତ୍ରୀ ଆଣିଥିବା ଅଭିଯୋଗ ସତ୍ୟ ନୁହେଁ । ସମସ୍ତଙ୍କୁ ଏହି ଅଭିଯୋଗରୁ ମୁକ୍ତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.