ETV Bharat / bharat

ପୁଣି ଆପ୍‌ରୁ ରାଜ୍ୟସଭା ପ୍ରାର୍ଥୀ ହେବେ ସଂଜୟ ସିଂହ, ନାମାଙ୍କନ ପାଇଁ ଅନୁମତି ଦେଲେ ଦିଲ୍ଲୀ କୋର୍ଟ

author img

By ETV Bharat Odisha Team

Published : Jan 5, 2024, 1:48 PM IST

Updated : Jan 5, 2024, 2:12 PM IST

Sanjay Singh Re-Nominated by AAP: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ସଞ୍ଜୟ ସିଂଙ୍କୁ ଅନୁମତି ପ୍ରଦାନ କଲେ କୋର୍ଟ। ଅଧିକ ପଢନ୍ତୁ,

Sanjay Singh Re-Nominated by AAP
Sanjay Singh Re-Nominated by AAP

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ରହିଥିବା ଆମ‌ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂହଙ୍କୁ ଆଶ୍ବସ୍ତି। ଆମ୍ ଆଦମୀ ପାର୍ଟି ତରଫରୁ ପୁଣି ଥରେ ସଞ୍ଜୟ ସିଂହଙ୍କୁ ରାଜ୍ୟ ସଭା ପଠାଇବ ଆପ୍। ରାଜ୍ୟସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ପାଇଁ ରାଉଜ ଆଭେନ୍ୟୁ କୋର୍ଟ ପୁନଃ ଅନୁମତି ଦେଇଛନ୍ତି। 19 ଜାନୁଆରୀରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ କରିବା ପାଇଁ କୋର୍ଟ ପକ୍ଷରୁ ଅନୁମତି ମିଳିଛି। ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇ ଏବେ ଜେଲରେ ଅଛନ୍ତି ଆମ ଆଦମୀ ପାର୍ଟି (AAP)ର ଏହି ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ।

ଆମ‌ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂହଙ୍କ ଆବେଦନ:

ସଞ୍ଜୟ ସିଂହଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ବିଚାରପତି ଏମ. କେ ନାଗପାଲ ଏହି ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶଥାଉ କି ସଞ୍ଜୟ ସିଂହ କରିଥିବା ଆବେଦନରେ କହିଥିଲେ, ରାଜ୍ୟସଭା ସଦସ୍ୟ ଭାବେ ତାଙ୍କ କାର୍ଯ୍ୟକାଳ ଆସନ୍ତା ଜାନୁଆରୀ 27 ତାରିଖରେ ଶେଷ ହେବ। ଜାନୁଆରୀ 2 ତାରିଖରେ ନିର୍ବାଚନ ନେଇ ନିର୍ବାଚନ ଅଧିକାରୀ ନୋଟିସ ଜାରି କରିଥିଲେ । ଏଥିପାଇଁ ନାମାଙ୍କନ ପତ୍ର ଆସନ୍ତା 9 ତାରିଖ ସୁଦ୍ଧା ଦାଖଲ କରିବାକୁ ପଡ଼ିବ ।

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: 21ରେ ଆସିବ ସଞ୍ଜୟଙ୍କ ବେଲ ଆବେଦନର ରାୟ

ଏବେ ତିହାର ଜେଲରେ ଅଛନ୍ତି ସଂଜୟ ସିଂହ । ତିହାର ଜେଲ ଅଧୀକ୍ଷକ ସଞ୍ଜୟ ସିଂହଙ୍କ ଡକ୍ୟୁମେଣ୍ଟରେ ହସ୍ତାକ୍ଷର କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନରେ ନିବେଦନ କରାଯାଇଥିଲା। ଗୁରୁବାର ଏକ ଆଦେଶରେ କୁହାଯାଇଥିଲା , "ଯଦି ଜାନୁଆରୀ 6 ତାରିଖରେ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୁକ୍ତଙ୍କ ଓକିଲ ଦସ୍ତାବିଜ ପ୍ରସ୍ତୁତ କରନ୍ତି, ତାହେଲେ ଉକ୍ତ ଦସ୍ତାବିଜରେ ଅଭିଯୁକ୍ତ ହସ୍ତାକ୍ଷର କରିବେ କି ନାହିଁ ସେଥିପାଇଁ ଜେଲ ଅଧୀକ୍ଷକ ନିଶ୍ଚିତ କରିବେ। "

ଏହି ବିଷୟକୁ ନେଇ କୋର୍ଟ ପକ୍ଷରୁ କୁହାଯାଇଛି, "ନାମାଙ୍କନ ପତ୍ର ଦାଖଲ କରିବା ସମ୍ପର୍କରେ ଓକିଲଙ୍କ ସହିତ ଆଲୋଚନା କରିବା ପାଇଁ ତାଙ୍କୁ ଅଧ ଘଣ୍ଟା ଭେଟିବାକୁ ଅନୁମତି ଦିଆଯିବ। " ପ୍ରକାଶଥାଉକି ଗତ ଅକ୍ଟୋବର 4 ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ- ଇଡି ଆମ‌ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା। ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ପଲିସି ଘୋଟାଲାରେ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ଏହା ହେଉଛି ଆମ ଆଦମୀ ପାର୍ଟି ନେତାଙ୍କ ଦ୍ବିତୀୟ ଗିରଫଦାରୀ । ପୂର୍ବରୁ ମନୀଷ ସିସୋଦିଆ ଗିରଫ ହୋଇ ଜେଲରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 5, 2024, 2:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.