ନୂଆଦିଲ୍ଲୀ: ରାଜସ୍ଥାନର ଅଲୱାରରେ କୃଷକ ନେତା ରାକେଶ ଟିକାୟତଙ୍କ ଉପରକୁ ପଥର ଫିଙ୍ଗାଯାଇଥିଲା । ତେବେ ଏହି ଘଟଣାରେ ଅଖିଳ ଭାରତୀୟ ବିଦ୍ୟା ପରିଷଦ ସହ ଜଡିତ ଥିବା ଜଣେ ଛାତ୍ର ନେତାଙ୍କୁ ପୋଲିସ ଗିରଫ କରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କହିଛନ୍ତି ଯେ ସଂଘ ସେମାନଙ୍କୁ ଆକ୍ରମଣ ଶିଖାଇଛି ଓ ଅହଂସା ସତ୍ୟାଗ୍ରହ ଚାଷୀଙ୍କୁ ନିର୍ଭୀକ କରାଇଛି । ତେବେ ଆମେ ସଂଗଠନକୁ ଏକତ୍ର କରି କୃଷି ଆଇନ ରଦ୍ଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ।
-
उनका संघ हमला करना सिखाता है,
— Rahul Gandhi (@RahulGandhi) April 3, 2021 " class="align-text-top noRightClick twitterSection" data="
अहिंसक सत्याग्रह किसान को निडर बनाता है।
संघ का सामना संग मिलकर करेंगे- तीनों कृषि व देश विरोधी क़ानून वापस कराके ही दम लेंगे!#FarmersProtest
">उनका संघ हमला करना सिखाता है,
— Rahul Gandhi (@RahulGandhi) April 3, 2021
अहिंसक सत्याग्रह किसान को निडर बनाता है।
संघ का सामना संग मिलकर करेंगे- तीनों कृषि व देश विरोधी क़ानून वापस कराके ही दम लेंगे!#FarmersProtestउनका संघ हमला करना सिखाता है,
— Rahul Gandhi (@RahulGandhi) April 3, 2021
अहिंसक सत्याग्रह किसान को निडर बनाता है।
संघ का सामना संग मिलकर करेंगे- तीनों कृषि व देश विरोधी क़ानून वापस कराके ही दम लेंगे!#FarmersProtest
ରାକେଶଙ୍କୁ ଆକ୍ରମଣ କରିବା ଘଟଣାରେ ପୋଲିସ ଏବିଭିପିର ଜଣେ ଛାତ୍ର ନେତାଙ୍କୁ ଗିରଫ କରିଛି । ଏହି ଘଟଣା ପରେ ରାହୁଲ ଏଭଳି ମନ୍ତବ୍ୟ ନିଜ ଟ୍ବିଟର ପୃଷ୍ଠାରେ ଦେଇଛନ୍ତି । ତେବେ କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ସଂଗଠନକୁ ଏକତ୍ରିତ କରି କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ ମୁଖ୍ୟ ରାହୁଲ କହିଛନ୍ତି ।
କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ଗାଜିପୁର, ସିଘୁଂ, ଟିକ୍ରି ସୀମାରେ ଗତ ବର୍ଷ ନଭେମ୍ବର ମାସଠାରୁ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ଦୃଢୋକ୍ତି ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ