ETV Bharat / bharat

Sanatan Dharma Row: ଉଦୟାନିଧିଙ୍କ ବିରୋଧରେ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ଉଦୟାନିଧିଙ୍କ ବିରୋଧରେ ଏତଲା ଦାଏର ପାଇଁ ହୋଇଥିବା ମାମଲାକୁ ଶୁଣାଣି ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ । ବଢିଲା ଜୁନିୟର ଷ୍ଟାଲିନଙ୍କ ଅଡୁଆ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 27, 2023, 6:08 PM IST

Sanatan Dharma row: ଉଦୟାନିଧିଙ୍କ ବିରୋଧରେ ଏତଲା ଦାଏର ପାଇଁ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ତାମିଲନାଡୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ହୋଇଥିବା ଆବେଦନର ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ । ତାମିଲନାଡୁ ସରକାରଙ୍କ ଦୃଢ ଯୁକ୍ତି ସତ୍ତ୍ବେ ଆଜି ସର୍ବୋଚ୍ଚ କୋର୍ଟ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଉଦୟାନିଧି ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ତାଙ୍କ ବିରୋଧରେ ଏକାଧିକ ସ୍ଥାନରେ ଏତଲା ହୋଇଛି । ହେଲେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି । ଏହା ବିରୋଧରେ ଦିଲ୍ଲୀର ବିନିତ ଜିନ୍ଦଲ ନାମକ ଜଣେ ଆଇନଜୀବୀ ସର୍ବୋଚ୍ଚ କୋର୍ଟରେ ମାମଲା କରିଥିଲେ ।

ସର୍ବୋଚ୍ଚ କୋର୍ଟ ଉଦାୟାନିଧିଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ପିଟିସନରେ ଦର୍ଶାଇଥିଲେ । ଆଜି ଏହି ମାମଲାର ଶୁଣାଣି ଜଷ୍ଟିସ ଅନିରୁଦ୍ଧ ବୋଷ ଓ ବେଲା.ଏମ ତ୍ରିଭେଦୀଙ୍କ ଦୁଇଜଣିଆ ଖଣ୍ଡପୀଠରେ ହୋଇଥିଲା । କୋର୍ଟ ଏହି ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି । କୋର୍ଟ ଏହି ମାମଲାରେ କୌଣସି ଉଦୟାନିଧିଙ୍କୁ କୌଣସି ନୋଟିସ୍‌ ଜାରି କରିନାହାନ୍ତି,ବରଂ ଅନ୍ୟ ପୂର୍ବ ଏହି ସମ୍ପର୍କିତ ମାମଲା ସହ ଏହି ଆବେଦନକୁ ଏକକ ଶୁଣାଣି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଉଦୟାନିଧିଙ୍କ ପକ୍ଷରୁ ତାମିଲନାଡୁ ଅତିରିକ୍ତ ଆଡଭୋକେଟ ଜେନେରାଲ ଅମିତ ଆନନ୍ଦ ତିଓ୍ବାରୀ ପକ୍ଷ ରଖିଥିଲେ । ଏହି ମାମଲାକୁ ବିଚାରଯୋଗ୍ୟ ନୁହେଁ ବୋଲି ସେ ଯୁକ୍ତି ବାଢିଥିଲେ । ପୂର୍ବରୁ ଏକାଧିକ କୋର୍ଟରେ ଉଦୟାନିଧିଙ୍କ ବିରୋଧରେ ମାମଲା ଚାଲିଛି । ପୁଣି ଥରେ ସମାନ ଅଭିଯୋଗ ସହ ଏହି ପିଟିସନକୁ ଶୁଣାଣି ପାଇଁ ଗ୍ରହଣ କରିବାର କୌଣସି ଆବଶ୍ୟକତା ନଥିବା ଉଦୟାନିଧିଙ୍କ ଓକିଲ କହିଥିଲେ । କୌଣସି ନୋଟିସ୍‌ ଜାରି କରାଯାଉନାହିଁ ବରଂ ଏହି ମାମଲାକୁ ସମ୍ପର୍କିତ ପୂର୍ବ ମାମଲାରେ ଯୋଡା ଯାଉଛି ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଥିଲେ । ଚଳିତମାସ 22 ତାରିଖରେ ସର୍ବୋଚ୍ଚ କୋର୍ଟ ଉଦୟାନିଧିଙ୍କୁ ଚେନ୍ନାଇର ଜଣେ ଆଇନଜୀବୀଙ୍କ ଆବେଦନ ଅନୁସାରେ ନୋଟିସ ମଧ୍ୟ ଜାରି କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- Sanatana Dharma row: ଉଦୟାନିଧିଙ୍କ ନାମରେ ସୁପ୍ରିମକୋର୍ଟରେ ମାମଲା

ଅଗଷ୍ଟ 2 ତାରିଖରେ ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସନାତନ ଧର୍ମକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ । ଉଦୟାନିଧିଙ୍କ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଡିଏମ୍‌କେ ସାଂସଦ ଏ.ରାଜା ସନାତନ ଧର୍ମକୁ HIV ଓ କୁଷ୍ଠ ରୋଗ ପରି ବୋଲି କହିଥିଲେ । ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.