ETV Bharat / bharat

ସନାତନ ଧର୍ମ ପଢିବେ ଆଲିଗଡ ମୁସଲିମ୍ ୟୁନିଭରସିଟି ବିଦ୍ୟାର୍ଥୀ, ଚାଲିଛି ଯୋଜନା

ଉତ୍ତରପ୍ରଦେଶ ଆଲିଗଡ ମୁସଲିମ୍ ୟୁନିଭରସିଟି(AMU) ଛାତ୍ରଛାତ୍ରୀଙ୍କୁ ଦିଆଯିବ ସନାତନ ଧର୍ମର ଶିକ୍ଷା । ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବା ନେଇ ସୂଚନା । ଅଧିକ ପଢନ୍ତୁ

author img

By

Published : Aug 3, 2022, 10:30 PM IST

ସନାତନ ଧର୍ମ ପଢିବେ ଆଲିଗଡ ମୁସଲିମ୍ ୟୁନିଭରସିଟି ବିଦ୍ୟାର୍ଥୀ, ଚାଲିଛି ଯୋଜନା
ସନାତନ ଧର୍ମ ପଢିବେ ଆଲିଗଡ ମୁସଲିମ୍ ୟୁନିଭରସିଟି ବିଦ୍ୟାର୍ଥୀ, ଚାଲିଛି ଯୋଜନା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଆଲିଗଡ ମୁସଲିମ୍ ୟୁନିଭରସିଟି(AMU) ଛାତ୍ରଛାତ୍ରୀଙ୍କୁ ଦିଆଯିବ ସନାତନ ଧର୍ମର ଶିକ୍ଷା । ଆସନ୍ତା ବର୍ଷ ଠାରୁ ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀଙ୍କୁ ସନାତନ ଧର୍ମ ବାବଦରେ ପଢାଯିବା ନେଇ ଯୋଜନା ଚାଲିଥିବା ଜଣାପଡିଛି । ଇସଲାମିକ ଷ୍ଟଡି ଡିପାର୍ଟମେଣ୍ଟରେ ଏହି କୋର୍ସ ଆରମ୍ଭ ହେବ ।

ଛାତ୍ରଛାତ୍ରୀଙ୍କୁ ସମସ୍ତ ଧର୍ମର ଶିକ୍ଷା ବିଷୟରେ ଅବଗତ କରାଇବା ଉଦ୍ଦେଶ୍ୟରେ ବିଶ୍ବିଦ୍ୟାଳୟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ତେଣୁ AMU ର ଇସଲାମିକ୍ ଷ୍ଟଡିଜ୍ ବିଭାଗ ଏକ ନୂତନ ପାଠ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ବିଦ୍ୟାର୍ଥୀଙ୍କୁ ତୁଳନାତ୍ମକ ଧର୍ମ ନାମକ ଏକ ପାଠ୍ୟକ୍ରମ ମାଧ୍ୟମରେ ସନାତନ ଧର୍ମ ବାବଦରେ ପଢାଯିବ । ଏହା ସହିତ ଅନ୍ୟ ଧର୍ମଗୁଡ଼ିକୁ ମଧ୍ୟ ବିସ୍ତୃତ ଭାବରେ କୁହାଯିବ | ଇସଲାମିକ୍ ଷ୍ଟଡିଜ୍ ବିଭାଗ ପକ୍ଷରୁ କୁହାଯାଇଛି ଯେ, 'ପରବର୍ତ୍ତୀ ଏକାଡେମିକ୍ ଅଧିବେଶନରୁ ଏହି ପାଠ୍ୟକ୍ରମ ଆରମ୍ଭ ହେବ । ବୋର୍ଡ ଅଫ୍ ଷ୍ଟଡିଜ୍ ଏବଂ ଏକାଡେମିକ୍ କାଉନସିଲରେ ଆଲୋଚନା ହୋଇସାରିଛି । ଏହି ପାଠ୍ୟକ୍ରମ ଏପର୍ଯ୍ୟନ୍ତ ଅନୁମୋଦନ ହୋଇନାହିଁ ।'

ସୂଚନା ମୁତାବକ, ପ୍ରାୟ ଏକ ହଜାର ବିଦେଶୀ ଛାତ୍ର ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରନ୍ତି । ଏଭଳି ପରିସ୍ଥିତିରେ ଆମ ଦେଶର ସଂସ୍କୃତିକୁ ବିଦେଶରେ ଆଦୃତି କରିବା AMU ଆଗରେ ଏକ ଗୁରୁ ଦାୟିତ୍ବ ସୃଷ୍ଟି କରିଛି । କାରଣ AMU କୁ ଭାରତର ଏକ ପରିଚୟ ବୋଲି ମନାଯାଏ । ଇସଲାମିକ ଅଧ୍ୟୟନ ବିଭାଗର ପ୍ରଫେସର ମହମ୍ମଦ ଇସମାଇଲ କହିଛନ୍ତି ଯେ, 'ବର୍ତ୍ତମାନ ବିଭାଗରେ ଏକ ତୁଳନାତ୍ମକ ଧର୍ମ ପାଠ୍ୟକ୍ରମ ଆରମ୍ଭ ହେଉଛି । ଏହି ପାଠ୍ୟକ୍ରମ ମାଧ୍ୟମରେ ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରମାନଙ୍କୁ ସନାତନ ଧର୍ମ ଏବଂ ଅନ୍ୟାନ୍ୟ ଧର୍ମର ଜ୍ଞାନ ଦିଆଯିବ।' ନୂତନ ଅଧିବେଶନରୁ ଏହି ପାଠ୍ୟକ୍ରମ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି ।

ସନାତନ ଧର୍ମର ଛାତ୍ରମାନଙ୍କୁ ପୁରାଣ, ବେଦ, ରାମାୟଣ, ଗୀତା, ମନୁସ୍ମୃତି ବିଷୟରେ କୁହାଯିବ । ଏଥିସହ ବୌଦ୍ଧ ଧର୍ମ, ଜୈନ ଧର୍ମ ଏବଂ ଶିଖ ଧର୍ମ ସଂକ୍ରାନ୍ତରେ ଶିକ୍ଷା ଦିଆଯିବ । ଇସଲାମିକ୍ ଷ୍ଟଡିଜ୍ ବିଭାଗରେ ଦେଶର ବିଭିନ୍ନ ରାଜ୍ୟ ତଥା ବିଦେଶର ଛାତ୍ରମାନେ ଏଠାରେ ଶିକ୍ଷା ଗ୍ରହଣ କରନ୍ତି । ଇରାନ, ଥାଇଲାଣ୍ଡ, ବାଂଲାଦେଶ ଏବଂ ମଧ୍ୟ ଏସିଆର 10 ରୁ ଅଧିକ ଛାତ୍ର ଏଠାରେ ଅଧ୍ୟୟନ କରୁଛନ୍ତି । ଏଥି ସହିତ ବିଭାଗରେ 70,000 ରୁ ଅଧିକ ପୁସ୍ତକ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.