ମୁମ୍ବାଇ: ନୱାବ ମଲିକ ଓ ସମୀର ୱାଙ୍ଖଡେଙ୍କ କଳି ଥମିବାର ନାଁ ନେଉନାହିଁ । ଦିନକୁ ଦିନ ଦୁହିଁଙ୍କ ମଧ୍ୟରେ ବିବାଦ ଅଲଗା ରୂପ ନେଉଛି । ପ୍ରତିଦିନ ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ନୱାବ ମଲିକ ବମ୍ବେ ଏନସିବି ଜୋନାଲ ହେଡ ସମୀର ୱାଙ୍ଖଡେ ଓ ତାଙ୍କ ପରିବାରକୁ ବଦନାମ କରିବା ପରି ଆପତ୍ତିଜନକ ମନ୍ତବ୍ୟ ଦେବାକୁ ପଛାଉ ନାହାନ୍ତି । ଏବେ ଏହି ଘଟଣା ଥାନାରେ ପହଞ୍ଚିଲାଣି । ସମୀର ୱାଙ୍ଖଡେଙ୍କ ବାପା ଧ୍ୟାନଦେବ କେ ୱାଙ୍ଖଡେ ଏସସି/ଏସଟି ଧାରାରେ ନୱାବଙ୍କ ନାମରେ ମାମଲା ରୁଜ୍ଜୁ କରିଛନ୍ତି ।
ଓସିୱାରା ଡିଭିଜନ ଆସିଷ୍ଟାଣ୍ଟ କମିଶନର ପୋଲିସଙ୍କ ନିକଟରେ ଏହି ଅଭିଯୋଗ ଦାୟର ହୋଇଛି । ଆମ ଜାତିକୁ ନେଇ ମୋ ସହ ଓ ମୋ ପରିବାର ଉପରେ ନୱାବ ମଲିକ ମିଥ୍ୟା ଓ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । କେବଳ ସେତିକି ନୁହେଁ ଅନେକ କାର୍ଯ୍ୟକ୍ରମରେ ଗଣମାଧ୍ୟମ ଜରିଆରେ ସେ ମୋ ପରିବାର ଉପରେ ଖରାପ କଥା କହିଥିବା କହିଛନ୍ତି ସମୀର ୱାଙ୍ଖଡେଙ୍କ ବାପା । ମୋ ପାଖରେ ତାର ପ୍ରମାଣ ଅଛି ତଦନ୍ତରେ ଦରକାର ପଡିଲେ ସବୁ ଦେଖାଯିବ ବୋଲି କହିଛନ୍ତି ଧ୍ୟାନଦେବ କେ ୱାଙ୍ଖଡେ ।
ଭାରତୀୟ ପିଙ୍ଗଳ ଧାରାରେ ନୱାବଙ୍କ ନାମରେ ଧାରା ୩ ଆଧାରରରେ ଏସସି ଓ ଏସଟି ଧାରା ୧୯୮୯ ସେକ୍ସନ ୫୦୩, ୫୦୮, ୪୯୯ରେ ମାମଲା ରୁଜ୍ଜୁ ହୋଇଛି । ସମୀର ୱାଙ୍ଖଡେ ଜଣେ ମୁସଲିମ ପରିବାରରେ ଜନ୍ମ ହୋଇଥିଲେ । ସେ ନକଲି ଦସ୍ତାବିଜ କାଷ୍ଟ ସାର୍ଟିଫିକେଟ ଦେଖାଇ ୟୁପିଏସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କହିଥିଲେ ନୱାବ । ପ୍ରକାଶ ଥାଉ କି, ଏହା ପୂର୍ବରୁ ନୱାବ ମଲିକଙ୍କ ନାମରେ ୧.୨୫ କୋଟିର ମାନହାନି ମକଦ୍ଦମା ଫାଇଲ୍ କରିଥିଲେ ଧ୍ୟାନଦେବ କେ ୱାଙ୍ଖଡେ ।
@ANI