ETV Bharat / bharat

ସମୀର ଓ୍ବାଙ୍ଖଡେଙ୍କ ଧର୍ମକୁ ନେଇ ନଓ୍ବାବ ମଲିକଙ୍କ ଟାର୍ଗେଟ, ଫଟୋ ଜାରି କରି ପ୍ରମାଣ ଦେଖାଇଲେ କ୍ରାନ୍ତି ରେଡକର

author img

By

Published : Oct 27, 2021, 8:45 PM IST

(ଏନସିବି) ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଧର୍ମକୁ ନେଇ ଏନସିପି ନେତା ନଓ୍ବାବ ମଲିକଙ୍କ ମନ୍ତବ୍ୟ ପରେ ଉତ୍ତର ରଖିଲେ ପତ୍ନୀ କ୍ରାନ୍ତି ରେଡକର ଓ୍ବାଙ୍ଖଡେ । ଅଭିଯୋଗକୁ ନେଇ ଜାରି କଲେ ଫଟୋ । ସେପଟେ ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାର ତଦନ୍ତ ସମୀର ଜାରି ରଖିବା ନେଇ ସ୍ପଷ୍ଟ କଲା NCB । ଅଧିକ ପଢନ୍ତୁ...

ସମୀର ଓ୍ବାଙ୍ଖଡେଙ୍କ ଧର୍ମକୁ ନେଇ ନଓ୍ବାବ ମଲିକଙ୍କ ଟାର୍ଗେଟ, ଫଟୋ ଜାରିକରି ପ୍ରମାଣ ଦେଖାଇଲେ ସମୀରଙ୍କ ପତ୍ନୀ

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେଙ୍କ ଧର୍ମକୁ ନେଇ NCP ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକ ପ୍ରଶ୍ନ ପରେ ପ୍ରଶ୍ନ ଉଠାଇ ଚାଲିଥିବାବେଳେ ଏହାର ପ୍ରତିକ୍ରିୟା ରଖିଛନ୍ତି ସମୀରଙ୍କ ଅଭିନେତ୍ରୀ ପତ୍ନୀ କ୍ରାନ୍ତି ରେଡକର ଓ୍ବାଙ୍ଖଡେ । ତେବେ ସେ ନଓ୍ବାବଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଏ ସମ୍ପର୍କରେ ଏକ ଫଟୋ ମଧ୍ୟ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ସମୀର ଓ୍ବାଙ୍ଖଡେ ଜଣେ ମୁସଲିମ ଏବଂ ତାଙ୍କର ପ୍ରକୃତ ନାମ ସମୀର ଦାଓ୍ବଦ ଓ୍ବାଙ୍ଖଡେ ବୋଲି ଦାବି କରିଥିଲେ NCP ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ । ସେହିପରି ୨୦୦୬ରେ ସମୀରଙ୍କ ବିବାହ ଜଣେ ମୁସଲିମ ମହିଳାଙ୍କ ସହ ହୋଇଥିବା ମଧ୍ୟ ଫଟୋ ପୋଷ୍ଟ କରିଥିଲେ ନଓ୍ବାବ ।

ଏନସିପି ନେତା ନଓ୍ବାବ ମଲିକ ନିଜ ଟ୍ବିଟରରେ ପୋଷ୍ଟ କରିଥିବା ଫଟୋ

ନିଜ ମନ୍ତବ୍ୟ ଉପରେ ଦୃଢତା ଦେଖାଇ ଯଦି ତାଙ୍କ ଅଭିଯୋଗ ମିଛ ହୁଏ, ତେବେ ରାଜନୀତି ଛାଡିଦେବେ ବୋଲି କହିଥିଲେ ନଓ୍ବାବ । ସମୀରଙ୍କ ଜନ୍ମ ପ୍ରମାଣପତ୍ର ସମ୍ପର୍କିତ ଦଲିଲ ଜାଲିଆତି କରାଯାଇଛି ବୋଲି ମଧ୍ୟ ଅଭିଯୋଗ କରିଥିଲେ ନଓ୍ବାବ । ନଓ୍ବାବ ଆହୁରି ମଧ୍ୟ କହିଥିଲେ ଯେ ସମୀରଙ୍କ ବିବାହ ସାବାନା କୁରୈଶୀଙ୍କ ସହ 2006 ମସିହା ଡିସେମ୍ବର 7 ତାରିଖରେ ମୁମ୍ବାଇ ଆନ୍ଧେରିର ଲୋଖଣ୍ଡୱାଲା କମ୍ପ୍ଲେକ୍ସରେ ସମ୍ପନ୍ନ ହୋଇଥିଲା । ସେତେବେଳେ ସମୀରଙ୍କ ବିବାହର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ନଓ୍ବାବ ।

ସେହିପରି ଅନ୍ୟ ଏକ ଅଭିଯୋଗ କ୍ରମେ ନଓ୍ବାବ ମଲ୍ଲିକ ସମୀରଙ୍କ ପିତାଙ୍କ ଧର୍ମୀୟ ପରିଚୟ ପ୍ରତି ମଧ୍ୟ ପ୍ରଶ୍ନ ଉଠାଇ ସେ ଜଣେ ହିନ୍ଦୁ ନୁହନ୍ତି ମୁସଲିମ ବୋଲି କହିବା ସହ ତାଙ୍କର ପ୍ରକୃତ ନାମ ଦାଉଦ ଓ୍ବାଙ୍ଖଡେ ବୋଲି ଦର୍ଶାଇଥିଲେ । ଏପରି ମନ୍ତବ୍ୟକୁ ଖଣ୍ଡନ କରି ସମୀରଙ୍କ ପିତା ସେ କହିଛନ୍ତି ସରକାରୀ କାଗଜପତ୍ରରେ ତାଙ୍କ ନାମ ଦୟାନଦେବ ଓ୍ବାଙ୍ଖଡେ ବୋଲି ଉଲ୍ଲେଖ ରହିଛି ।

ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ଲିଙ୍କ ମାମଲାର ତଦନ୍ତ କରୁଛନ୍ତି ଏନସିବିର ଏହି ଯୁବ ଅଧିକାରୀ ସମୀର ଓ୍ବାଙ୍ଖଡେ । ତେବେ ଏହି ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲ୍ଲିକଙ୍କର ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବାରେ ଲାଗିଥିବାବେଳେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମୀର । ଡ୍ରଗ୍ସ ମାମଲାରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ତାଙ୍କୁ ଆକ୍ରୋଶମୂଳକ ଭାବେ ଏପରି ବିବାଦ ମଧ୍ୟକୁ ଟଣାଯାଉଥିବା ଅଭିଯୋଗ କରିଛନ୍ତି ସମୀର ।

ଏବେ ଡ୍ରଗ୍ସପାର୍ଟି ମାମଲାର ଆଉ ଏକ ଦିଗ ସାମ୍ନାକୁ ଆସିଛି । ଡ୍ରଗ୍ସ ଲିଙ୍କ ମାମଲାରେ କିଙ୍ଗଖାନ ଶାହାରୁଖଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ବୁଝାମଣା ପାଇଁ ଲାଞ୍ଚ ମାଗିବା ଅଭିଯୋଗ ପରେ ତଦନ୍ତକାରୀ ଅଧିକାରୀ ସମୀର ନିଜେ ମଧ୍ୟ ତଦନ୍ତ ପରିସରକୁ ଆସିଛନ୍ତି । ତେବେ ବିଭାଗୀୟ ତଦନ୍ତର ସମ୍ମୁଖୀନ ହୋଇଥିବା ସମୀରଙ୍କ ବିରୋଧରେ ଲାଞ୍ଚ ମାଗିବା ନେଇ ସେମିତି କିଛି ପ୍ରମାଣ ନିଜ ବିଭାଗ ଏନସିବି ହାତରେ ଲାଗିନାହିଁ । ତେଣୁ ସେ ପୂର୍ବଭଳି ଆର୍ଯ୍ୟନ ଖାନଙ୍କ ମାମଲାର ତଦନ୍ତକାରୀ ଅଧିକାରୀ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି NCB ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.