ETV Bharat / bharat

Sambhal cold storage godown collapse: ଭୁଶୁଡିଲା ଆଳୁ ଶୀତଳ ଭଣ୍ଡାର କୋଠା, ୮ ମୃତ

ଶ୍ରମିକ କାମ କରୁଥିବା ସମୟରେ ଭୁଶୁଡିଲା ଆଳୁ ଶୀତଳ ଭଣ୍ଡାର କୋଠା । ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଚାପି ହୋଇ ରହିଥିବା ସୂଚନା । ଅଧିକ ପଢନ୍ତୁ

author img

By

Published : Mar 17, 2023, 9:26 AM IST

Sambhal cold storage godown collapse
Sambhal cold storage godown collapse

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଏକ ଶୀତଳ ଭଣ୍ଡାରର ଭୁଶୁଡିଲା ଛାତ । ବର୍ତ୍ତମାନ ସୁଦ୍ଧା ୮ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । କୋଠା ତଳେ ଅନେକ ଶ୍ରମିକ ଚାପି ହୋଇ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବା ନେଇ ଆଶଙ୍କା କରାଯାଇଛି । ଗୁରୁବାର ଦିନ ଜିଲ୍ଲାର ଚନ୍ଦୌସୀ ଅଞ୍ଚଳରେ ଏହି ଅଘଟଣ ହୋଇଛି ।

ସୂଚନାଅନୁସାରେ, ଗତକାଲି(ଗୁରୁବାର) ଚନ୍ଦୌସୀ ଅଞ୍ଚଳରେ ରହିଥିବା ଏକ ଶୀତଳ ଭଣ୍ଡାରରେ ଶ୍ରମିକମାନେ କାମ କରୁଥିବା ସମୟରେ ହଠାତ ଛାତ ଭୁଶୁଡି ପଡିଥିଲା । ଫଳରେ ୫୦ରୁ ଅଧିକ ଶ୍ରମିକ ଚାପି ହୋଇଯାଇଥିଲେ । ତେବେ ଏହା ଏକ ଆଳୁ ଶୀତଳ ଭଣ୍ଡାର ହୋଇଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଖବରପାଇ ପୋଲିସ ଏବଂ ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି ।

  • Sambhal cold storage godown collapse | Death toll rises to 8, some persons are still missing; teams of NDRF and SDRF engaged in search & rescue operation. 11 people rescued so far: Moradabad DIG Shalabh Mathur pic.twitter.com/jsKOu65ul8

    — ANI UP/Uttarakhand (@ANINewsUP) March 17, 2023 " class="align-text-top noRightClick twitterSection" data=" ">

ଏନେଇ ମୁରାଦାବାଦର ଡିଆଉଇଜି ସଲଭ ମାଥୁର କହିଛନ୍ତି, "ସମ୍ବଲ ଶୀତଳ ଭଣ୍ଡାରରର ଛାତ ଭୁଶୁଡିବାରେ ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି । କିଛି ଲୋକ ବର୍ତ୍ତମାନ ସୁଦ୍ଧା ଛାତ ତଳେ ଚାପି ହୋଇ ରହିଛନ୍ତି । NDRF ଏବଂ SDRF ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଏଯାଏଁ ୧୧ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।"

  • जनपद सम्भल के चंदौसी स्थित कोल्ड स्टोर दुर्घटना में हुई जनहानि अत्यंत पीड़ादायक है। मेरी संवेदनाएं शोकाकुल परिजनों के साथ हैं।

    प्रभु श्री राम दिवंगत आत्माओं को अपने श्री चरणों में स्थान और परिजनों को यह अथाह दुःख सहने की शक्ति प्रदान करें।

    ॐ शांति!

    — Yogi Adityanath (@myogiadityanath) March 17, 2023 " class="align-text-top noRightClick twitterSection" data=" ">

ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ଚନ୍ଦୌସୀରେ ହୋଇଥିବା ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ବିଟ କରି ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଶୀତଳ ଭଣ୍ଡାରରେ ପ୍ରାଣ ହରାଇଥିବା ଖବର ଅତ୍ୟନ୍ତ ଦୁଃଖଦାୟକ । ଶୋକସନ୍ତପ୍ତ ପରିବାରକୁ ମୋର ସମବେଦନା । ପ୍ରଭୁ ଶ୍ରୀରାମ ମୃତକଙ୍କ ଆତ୍ମାଙ୍କୁ ନିଜ ଚରଣରେ ସ୍ଥାନ ଦିଅନ୍ତୁ । ଏଭଳି ସ୍ଥିତିରେ ମୃତକଙ୍କ ପରିବାରକୁ ଧୌର୍ଯ୍ୟ ରଖିବା ପାଇଁ ପ୍ରଭୁ ସାହାସ ଦିଅନ୍ତୁ । ଓଁ ଶାନ୍ତି!"

ପ୍ରକାଶଥାଉକି, ଶୀତଳଭଣ୍ଡାର କୋଠା ଭୁଶୁଡିବାକୁ ୨୧ ଘଣ୍ଟା ପୁରୁଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ ହୋଇପାରି ନାହିଁ । ଚନ୍ଦୌସୀ ପୋଲିସ ଶୀତଳ ଭଣ୍ଡାରର ମାଲିକଙ୍କ ନାଁରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ଆହତମାନଙ୍କୁ ମୋରଦାବାଦ ହସ୍ପିଟାଲରେ ଚିକିତ୍ସା କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଉଦ୍ଧାର କାର୍ଯ୍ୟରେ ଅନେକ ଜେସିବି ମେସିନ ମଧ୍ୟ ଲାଗିଛି । ଚାରି ହୋଇ ରହିଥିବା ଶ୍ରମିକଙ୍କୁ ଖୋଜିବା ପାଇଁ ସନ୍ଧାନୀ କୁକୁର ମଧ୍ୟ ଲାଗିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.