ETV Bharat / bharat

ମୋଦିଙ୍କ ପୂର୍ବରୁ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେ ଉଦଘାଟନ କଲେ ସପା କର୍ମୀ

author img

By

Published : Nov 16, 2021, 12:02 PM IST

ଆଜି ଉତ୍ତର ପ୍ରଦେଶ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେ ଉଦଘାଟନ କରିବେ ପିଏମ ମୋଦି । ପିଏମଙ୍କ ପୂର୍ବରୁ ସେଠାରେ ସାଇକେଲ ଚଳାଇ ଉଦଘାଟନ କଲେ ସପା କର୍ମୀ । ଅଧିକ ପଢନ୍ତୁ

ମୋଦିଙ୍କ ପୂର୍ବରୁ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେ ଉଦଘାଟନ କଲେ ସପା କର୍ମୀ
ମୋଦିଙ୍କ ପୂର୍ବରୁ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେ ଉଦଘାଟନ କଲେ ସପା କର୍ମୀ

ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶ ସୁଲତାନପୁର ଜିଲ୍ଲା କରୱାଲ ଖେରୀରେ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ପିଏମଙ୍କ ପୂର୍ବରୁ ଏକ୍ସପ୍ରେସ-ୱେର ଉଦଘାଟନ କଲା ସାମଜବାଦୀ ପାର୍ଟି । ଆଜି ସକାଳୁ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେର ବିଭିନ୍ନ ସ୍ଥାନରେ ସାଇକେଲ ଚଳାଇ ସପା କର୍ମୀ ଏହାକୁ ଉଦଘାଟନ କରିଛନ୍ତି । ସପା କର୍ମୀଙ୍କ ସାଇକେଲ ଚଲାଇବାର ଫଟୋକୁ ନିଜ ଟ୍ବିଟର ହ୍ୟାଣ୍ଡଲରେ ପୋଷ୍ଟ କରିଛନ୍ତି ଖୋଦ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ।

  • फ़ीता आया लखनऊ से और नयी दिल्ली से कैंची आई
    सपा के काम का श्रेय लेने को मची है ‘खिचम-खिंचाई’

    आशा है अब तक अकेले में बैठकर लखनऊवालों ने ‘समाजवादी पूर्वांचल एक्सप्रेसवे’ की लंबाई का आँकड़ा रट लिया होगा।

    सपा ‘बहुरंगी पुष्पवर्षा’ से इसका उद्घाटन करके एकरंगी सोचवालों को जवाब देगी। pic.twitter.com/AeHDiJYTuH

    — Akhilesh Yadav (@yadavakhilesh) November 16, 2021 " class="align-text-top noRightClick twitterSection" data=" ">

ମୋଦିଙ୍କ ଏହି ଉଦଘାଟନୀ କାର୍ଯ୍ୟକ୍ରମକୁ ନେଇ ଅଖିଳେଶ ବ୍ୟଙ୍ଗାତ୍ମକ ଶୈଳୀରେ କହିଛନ୍ତି, ଫିତା ଆସିଲା ଲକ୍ଷ୍ନୌରୁ ଏବଂ କଇଁଚି ଆସିଲା ଦିଲ୍ଲୀରୁ । ସପା କାର୍ଯ୍ୟର ଶ୍ରେୟ ନେବାକୁ ଚାଲିଛି ଏଠାରେ ଟଣାଓଟରା । ଅର୍ଥାତ୍ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେ କାର୍ଯ୍ୟ ସମାଜବାଦୀ ପାର୍ଟିର କିନ୍ତୁ ବିଜେପି ସରକାର ଏହାର ଶ୍ରେୟ ନେବାକୁ ବସିଛନ୍ତି ବୋଲି କହିଛନ୍ତି ଅଖିଳେଶ ।

ସୂଚନାଯୋଗ୍ୟ, ସୋମବାର ଅଖିଳେଶ ଯାଦବ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ସେ କହିଥିଲେ ଯେ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ସମାଜଦାବୀ ସରକାର ଅମଳରେ ଆରମ୍ଭ ହୋଇଥିଲା । ହେଲେ ବିଜେପି ସରକାର ସମାଜବାଦୀ ଦଳ କାର୍ଯ୍ୟକୁ ନିଜର କହି ଉଦଘାଟନ କରୁଛନ୍ତି । ତେଣୁ ଦଳୀୟ କାର୍ଯ୍ୟକର୍ତ୍ତା ସାଇକେଲ ଚଳାଇ ଏହି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ କରିବେ ବୋଲି ସେ ପ୍ରକାଶ କରିଥିଲେ । ଯାହାପରେ ଆଜି ସକାଳୁ ଏକ୍ସପ୍ରେସ ୱେରେ ସପା କାର୍ଯ୍ୟକର୍ତ୍ତା ସାଇକେଲ ଚଲାଇଛନ୍ତି ।

କେବଳ ଏତିକି ନୁହେଁ, ଅଖିଳେଶ ଯାଦବ ଆସନ୍ତା ୧୭ ତାରିଖ ଦିନ ଗାଜିପୁର ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରୁ ସମାଜବାଦୀ ବିଜୟ ରଥଯାତ୍ରାର ଶୁଭାରମ୍ଭ କରିବେ ବୋଲି ମଧ୍ୟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.