ୱାସିଂଟନ: କିଛି ଦିନ ତଳେ ବିଶିଷ୍ଟ ଲେଖକ ସଲମାନ ରୁଶ୍ଦୀଙ୍କ(Salman Rushdie) ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ରୁଶ୍ଦୀ ନ୍ୟୁୟର୍କରେ ଷ୍ଟେଜ ଉପରେ ସମ୍ବୋଧିନ ଦେବା ସମୟରେ ତାଙ୍କୁ ହାଦୀ ମାତର(୨୪) ନାମକ ଯୁବକ ଛୁରୀ ଭୁସିଥିଲା । କିନ୍ତୁ ରୁଶ୍ଦୀଙ୍କ ଜୀବନ ବଞ୍ଚିଯାଇଥିବାବେଳେ, ତାଙ୍କର ଜୀବତ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛି ଆକ୍ରମଣକାରୀ । ଜେଲ୍ରେ 'ଦ ନିଉୟର୍କ ପୋଷ୍ଟ' ସହ ଏକ ସାକ୍ଷାତକାରରେ ଅଭିଯୁକ୍ତ ହାଦୀ ମାତର ଲେଖକଙ୍କ ବଞ୍ଚିବା ଖବର ଜାଣି ଆଶ୍ଚର୍ଯ୍ୟନ୍ବିତ ହୋଇଯାଇଥିବା କହିଛି ।
ହାଦୀ ମାତର କହିଛି ଯେ, ''ମୁଁ ସେହି ଲୋକକୁ ଜମା ପସନ୍ଦ କରେନି । ସେ ଜଣେ ଭଲ ଲୋକ ବୋଲି ମୁଁ ଭାବେନି । ରୁଶ୍ଦୀ ଇସଲାମକୁ ଆକ୍ରମଣ କରନ୍ତି । ସେ ଧର୍ମ ବିଶ୍ବାସକୁ ଆଘାତ ଦିଅନ୍ତି ।'' ତେବେ ଅଭିଯୁକ୍ତ ମାତର ଦିବଙ୍ଗତ ଇରାନି ନେତା ଆୟୋତୋଲ୍ଲା ରୁହୋଲ୍ଲା ଖୋମୈନିଙ୍କୁ (Ayatollah Ruhollah Khomeini)ମହାନ ବ୍ୟକ୍ତି ବୋଲି କହିଛି । କିନ୍ତୁ ଆୟୋତୋଲ୍ଲା ୧୯୮୯ରେ ଜାରି କରିଥିବା ଫତୱା ଦ୍ବାରା ସେ ପ୍ରେରିତ କି ନାହିଁ ତାହା କହିନାହିଁ ।
ଏହାମଧ୍ୟ ପଢନ୍ତୁ:ବିଶିଷ୍ଟ ଲେଖକ ସଲମାନ ରୁସ୍ଦୀଙ୍କୁ ମରଣାନ୍ତକ ଆକ୍ରମଣ, ଦୀର୍ଘଦିନ ଧରି ମିଳୁଥିଲା ଧମକ
ଆକ୍ରମଣ ସମ୍ପର୍କରେ ମତାର କହିଛି, ''ଚୌତୌକ୍ବା ପ୍ରତିଷ୍ଠାନରେ(Chautauqua Institution) ରୁଶ୍ଦୀ ବକ୍ତବ୍ୟ ଦେବେ ବୋଲି ପୂର୍ବରୁ କିଛି ଟ୍ବିଟ୍ରୁ ଜାଣିଥିଲି ଏବଂ ସେବେଠୁ ତାଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲି । ଏଥିରେ ଇରାନୀ ରେଭୋଲେସ୍ୟୁନାରୀ ଗାର୍ଡଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିବା ସେ ଜଣାଇଛି । କହିରଖୁଛୁ କି, ଗତ ଶୁକ୍ରବାର ଦିନ ୭୫ ବର୍ଷୀୟ ପ୍ରସିଦ୍ଧ ଲେଖକ ସଲମାନ ରୁଶ୍ଦୀଙ୍କ ଉପରେ ଆକ୍ରମଣ ହୋଇଥିଲା ।