ETV Bharat / bharat

ବିଜୁଳି କାଟ ନେଇ ଖପ୍ପା ଧୋନିଙ୍କ ପତ୍ନୀ ସାକ୍ଷୀ, ସରକାରଙ୍କୁ କହିଲେ ଏମିତି

ଝାଡଖଣ୍ଡରେ ବିଜୁଳି ସମସ୍ୟା ନେଇ କ୍ଷୋଭ ପ୍ରକାଶ କଲେ ଧୋନିଙ୍କ ପତ୍ନୀ ସାକ୍ଷୀ । ଟ୍ବିଟ୍ କରି ସରକାରଙ୍କୁ ପଚାରିଲେ ପ୍ରଶ୍ନ । ଅଧିକ ପଢନ୍ତୁ

author img

By

Published : Apr 26, 2022, 12:07 PM IST

ବିଜୁଳ ସମସ୍ୟା ପାଇଁ ଚିନ୍ତିତ ଧୋନିଙ୍କ ପତ୍ନୀ ସାକ୍ଷୀ

ରାଞ୍ଚି: ଝାଡଖଣ୍ଡରେ ଲଗାତାର ବିଜୁଳି କାଟ ହେଉଛି । କେବଳ ଗରିବ ନୁହଁନ୍ତି, ଧନୀ ଲୋକମାନେ ମଧ୍ୟ ବିଜୁଳି ସମସ୍ୟା ସହ ଯୁଝୁଛନ୍ତି । ଅସହ୍ୟ ଗରମ ଭିତରେ ବିଦ୍ୟୁତ କାଟ ନେଇ ଲୋକେ ଏତେ ବିରକ୍ତ ହୋଇସାରିଛନ୍ତି ଯେ, ସଡକ ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ନିଜର କ୍ଷୋଭ ଜାହିର୍ କରୁଛନ୍ତି । ବର୍ତ୍ତମାନ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପତ୍ନୀ ସାକ୍ଷୀ ଧୋନି ମଧ୍ୟ ଏହାକୁ ନେଇ ଝାଡଖଣ୍ଡ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସାକ୍ଷୀ ଧୋନି ଟ୍ବିଟ କରି ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ।

  • As a tax payer of Jharkhand just want to know why is there a power crisis in Jharkhand since so many years ? We are doing our part by consciously making sure we save energy !

    — Sakshi Singh 🇮🇳❤️ (@SaakshiSRawat) April 25, 2022 " class="align-text-top noRightClick twitterSection" data=" ">

ସାକ୍ଷୀ ଧୋନି ଟ୍ବିଟ୍ କରିଛନ୍ତି, 'ଜଣେ କରଦାତା ଭାବରେ ମୁଁ ଜାଣିବାକୁ ଚାହୁଁଛି ଯେ କାହିଁକି ଏତେ ବର୍ଷ ହେଲାଣି ଝାଡଖଣ୍ଡ ବିଦ୍ୟୁତ ସଙ୍କଟ ଦେଇ ଗତି କରୁଛି । ଯେତେବେଳେ କି ଆମେମାନେ ବିଜୁଳି ବଞ୍ଚାଇବାକୁ ନିଜର ଦାୟିତ୍ବ ଠିକ୍ ଭାବେ ନିଭାଉଛୁ' । ଏହାସତ୍ତ୍ବେ ମଧ୍ୟ ବିଜୁଳି କାଟର ସାମ୍ନା କରିବାକୁ ପଡୁଛି । କହିରଖୁଛୁ କି, ଝାଡଖଣ୍ଡରେ ଲଗାତାର ବିଦ୍ୟୁତ କାଟ ସମସ୍ୟା ଦେଖାଯାଉଛି । ଯେଉଁ କାରଣରୁ ରାଜ୍ୟରେ ଅନେକ ଜିଲ୍ଲାରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ମିଳିପାରୁ ନାହିଁ । ଏପରିକି ରାଜଧାନୀ ରାଞ୍ଚି ମଧ୍ୟ ଲୋଡ୍ ସେଡିଂ ସମସ୍ୟା ସହ ଯୁଝୁଛି । ରବିବାର ଦିନ ରାଞ୍ଚିର ଅନେକ ଅଞ୍ଚଳରେ ୩ରୁ ୪ ଘଣ୍ଟା ଯାଏଁ ଲାଇନ କଟି ଯାଇଥିଲା । ସୋମବାର ଦିନ ମଧ୍ୟ ଲୋକେ ସମାନ ଅବସ୍ଥା ଭୋଗିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.