ETV Bharat / bharat

Rajasthan Political Crisis: ଦିଲ୍ଲୀରେ ସଚିନ ପାଇଲଟ୍‌, ଗେହଲଟଙ୍କ ବାସଭବନରେ ମନ୍ତ୍ରୀଙ୍କ ବୈଠକ

author img

By

Published : Sep 27, 2022, 6:45 PM IST

ଦିଲ୍ଲୀରେ ପହଞ୍ଚିଛନ୍ତି ସଚିନ ପାଇଲଟ (Sachin Pilot visits Delhi) । ସଚିନ ପାଇଲଟ କିଛି ମନ୍ତବ୍ୟ ଦେଇଥିବା ମିଡିଆରେ ଚର୍ଚ୍ଚା ହେଉଥିଲା । ତେବେ ଏହାକୁ ନେଇ ସାମ୍ନାକୁ ଆସି କୌଣସି ମନ୍ତବ୍ୟ ଦେଇନଥିବା କଥା କହିଥିଲେ । ଅଧିକ ପଢ଼ନ୍ତୁ

Sachin Pilot visits Delhi amid Rajasthan Political Crisis will discuss with congress leaders
Rajasthan Political Crisis: ଦିଲ୍ଲୀ ଆସିଲେ ସଚିନ ପାଇଲଟ୍‌, କଂଗ୍ରେସ ନେତାଙ୍କ ସହ କରିବେ ଆଲୋଚନା ?

ନୂଆଦିଲ୍ଲୀ: ରାଜସ୍ଥାନରେ ରାଜନୈତିକ ହଟଚମଟ ଜାରି ରହିଛି (Sachin Pilot visits Delhi )। କଂଗ୍ରେସ ପାଇଁ ସଙ୍କଟ ସ୍ଥିତି ଉତ୍ପନ୍ନ ହୋଇଛି(Rajasthan Political Crisis) । ଏହାରି ମଧ୍ୟରେ ଅନେକ ନେତାଙ୍କ ଅନେକ ମନ୍ତବ୍ୟ ଦେବାରେ ଲାଗିଛନ୍ତି । ତୁଙ୍ଗନେତା ସଚିନ ପାଇଲଟ ମଧ୍ୟ କିଛି ମନ୍ତବ୍ୟ ଦେଇଥିବା ମିଡିଆରେ ଚର୍ଚ୍ଚା ହେଉଥିଲା । ତେବେ ଏହାକୁ ନେଇ ସାମ୍ନାକୁ ଆସି କୌଣସି ମନ୍ତବ୍ୟ ଦେଇନଥିବା କଥା କହିଥିଲେ । ଏହାପରେ ଦିଲ୍ଲୀରେ ପହଞ୍ଚିଛନ୍ତି ସଚିନ ପାଇଲଟ । ଏପଟେ ଗେହଲଟଙ୍କ ବାସଭବନରେ ମନ୍ତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି ।

ଏହା ବି ପଢ଼ନ୍ତୁ Rajasthan Political Crisis: ସୋନିଆଙ୍କ କଠୋର ଆଭିମୁଖ୍ୟ, ଦୁର୍ବଳ ହେଉଛି ଗେହଲଟ ଗୋଷ୍ଠୀ !

ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ଦରକାର ବୋଲି ସଚିନ ମନ୍ତବ୍ୟ ଦେଉଥିବା ମିଡିଆ ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଏଭଳି କୌଣସି ମନ୍ତବ୍ୟ ଦେଇନଥିବା ସ୍ପଷ୍ଟ କରିଥିଲେ । ସ୍ପଷ୍ଟୀକରଣ ଦେବାପରେ ଜୟପୁରରୁ ବାହାରି ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି । ଏଠାରେ କଂଗ୍ରେସର ଛାମୁଆ ନେତାଙ୍କ ସହ ଆଲୋଚନା କରିବେ ପୋଲିସ ସୂତ୍ରରୁ ସୂଚନା ମିଳିଛି । ଏହାକୁ ନେଇ ସଚିନ ପାଇଲଟ୍‌ କୌଣସି ସୂଚନା ଦେଇ ନାହାନ୍ତି ।

ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ହେବାକୁ ଥିବାରୁ ତାଙ୍କ ପରେ ସଚିନ ପାଇଲଟ୍‌ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବେ ବୋଲି ଆଲୋଚନା ହେଉଥିଲା । ଏହାକୁ ନେଇ କଂଗ୍ରେସ ବିଧାୟକ ଦଳ ବୈଠକ ମଧ୍ୟ ଡକାଇଥିଲା । କିନ୍ତୁ ଗେହଲଟ ଗୋଷ୍ଠୀ ବିଧାୟକ ସଚିନ ପାଇଲଟ୍‌ଙ୍କୁ ସମର୍ଥନ କରିନଥିଲେ । ହାଇକମାଣ୍ଡଙ୍କ ନିର୍ଦ୍ଦେଶ ରହିଥିବା ସତ୍ତ୍ବେ ସଚିନଙ୍କୁ ସମର୍ଥନ ମିଳିନଥିଲା । ବିଧାୟକ ଦଳ ନେତା ଶାନ୍ତି ଧାରିୱାଲଙ୍କ ବାସଭବନରେ ଗେହେଲଟ ବିଧାୟକ ଗୋଷ୍ଠୀ ଏକାଠି ସମୁହ ଇସ୍ତଫା ଦେବାକୁ ଧମକ ଦେଇଥିଲେ । ପରବର୍ତ୍ତୀ ସମୟରେ ୭୬ ବିଧାୟକ ବାଚସ୍ପତ୍ତିଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ।

ଏଭଳି ସଙ୍କଟସ୍ଥିତିରେ ବିଦ୍ରୋହୀ ବିଧାୟକଙ୍କ ସହ ଆଲୋଚନା କରିବାକୁ କଂଗ୍ରେସ ପର୍ଯ୍ୟବେକ୍ଷକ ଅଜୟ ମାକନ ଓ ମଲ୍ଲିକାର୍ଜୁନ ଖଡ଼ଗେ ରାଜସ୍ଥାନରେ ପହଞ୍ଚିଥିଲେ । ଜଣେ ଜଣେ ବିଧାୟକଙ୍କ ବିଧାୟକଙ୍କ ପ୍ରତ୍ୟକ୍ଷ ଆଲୋଚନା କରିବାକୁ ଚାହିଁଥିଲେ କଂଗ୍ରେସ ପର୍ଯ୍ୟବେକ୍ଷକ । କିନ୍ତୁ ବିଦ୍ରୋହୀ ବିଧାୟକ କଂଗ୍ରେସ ପର୍ଯ୍ୟବେକ୍ଷକଙ୍କ ଆଲୋଚନା କରିବାକୁ ମଧ୍ୟ ଆସିନଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କ ପ୍ରତିନିଧି ଭାବରେ ଶାନ୍ତି ଧାରିୱାଲ୍‌ ଆସି ବିଧାୟକଙ୍କ ୩ ସର୍ତ୍ତ ବିଷୟରେ ଜଣାଇଥିଲେ । ବିଦ୍ରୋହୀ ବିଧାୟକ ସମୂହ ଭାବରେ ଆଲୋଚନା କରିବାକୁ ଚାହୁଁଥିବା କଥା କହିଥିଲେ ଶାନ୍ତି ଧାରିୱାଲ । ଏହାକୁ ନେଇ ଅଶୋକ ଗେହେଲଟଙ୍କ ଉପରେ ଖପ୍ପା ହୋଇଥିଲେ ସୋନିଆ ଗାନ୍ଧୀ । ରାଜସ୍ଥାନକୁ ନେଇ ସୋନିଆଙ୍କ କଠୋର ଆଭିମୁଖ୍ୟ ପରେ ବିଦ୍ରୋହି ବିଧାୟକ ସାମାନ୍ୟ ନରମ ପଡ଼ିଥିବା କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.