ETV Bharat / bharat

ଆମେ ସାମୂହିକ ନେତୃତ୍ୱରେ ବିଶ୍ବାସ କରୁ, ଦଳ ନେତା ବାଛିବ: ପାଇଲଟ

ମିଳିତ ଲଢେଇ ଓ ସାମୂହିକ ନେତୃତ୍ୱରେ ବିଶ୍ବାସ କରେ କଂଗ୍ରେସ । ପାଇଲଟ କହିଲେ ସଂଖ୍ୟା ବହୁମତ ହାସଲ କରିବା ପ୍ରାଥମିକ ଲକ୍ଷ୍ୟ । ନେତା ବାଛିବା ଦଳର କାମ । ଅଧିକ ପଢନ୍ତୁ

‘ଆମେ ସାମୂହିକ ନେତୃତ୍ୱରେ ବିଶ୍ବାସ କରୁ, ଦଳ ନେତା ବାଛିବ’

author img

By ETV Bharat Odisha Team

Published : Nov 19, 2023, 9:55 PM IST

ଜୟପୁର: ବିଧାନସଭା ନିର୍ବାଚନ ପୂର୍ବରୁ ବିବାଦ ଓ ଦଳୀୟ ଅନ୍ତଃକନ୍ଦଳ ନେଇ କଳ୍ପନା ଜଳ୍ପନା ମଧ୍ୟରେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଚର୍ଚ୍ଚିତ ଯୁବନେତା ସଚିନ ପାଇଲଟ କହିଛନ୍ତି, ତାଙ୍କ ଦଳ ସାମୂହିକ ନେତୃତ୍ୱ ଉପରେ ବିଶ୍ୱାସ କରେ । ରାଜସ୍ଥାନରେ ବ୍ୟକ୍ତିଗତ ଭାବେ କିଏ କେଉଁ ଦାୟିତ୍ବ ପାଇବ, ସେ ସମ୍ପର୍କିତ ନିଷ୍ପତ୍ତି ଦଳ କ୍ଷମତାକୁ ଫେରିବା ପରେ ହିଁ ଆବଣ୍ଟିତ ହେବ ।

ଆଜି (ରବିବାର) ଜାତୀୟ ଖବର ସରବରାହ ସଂସ୍ଥା ANIକୁ ପ୍ରତିକ୍ରିୟା ଦେଇ ପାଇଲଟ କହିଛନ୍ତି, ‘‘ଆମେ ଦଳ ମଧ୍ୟରେ ପରସ୍ପରକୁ ସମ୍ମାନ ଦେଉଛୁ ଓ ସାମୂହିକ ନେତୃତ୍ୱରେ ବିଶ୍ବାସ କରୁଛୁ । ଆମେ ନିର୍ବାଚନରେ ​​ମିଳିତ ଭାବେ ଲଢିବାରେ ବିଶ୍ବାସ ରଖିଛୁ । ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଆମର ନିର୍ବାଚିତ ବିଧାୟକ ଓ ଦଳ ହିଁ ନିଷ୍ପତ୍ତି ନେବେ କିଏ ନେତୃତ୍ବ ଗ୍ରହଣ କରିବ । ଯଦି ଏହି ବ୍ୟବସ୍ଥାରେ କାହାର କିଛି ସମସ୍ୟା ଥାଏ, ତେବେ ସେମାନେ ଏହାକୁ ଦଳୀୟ ଫୋରମରେ ନେତୃମଣ୍ଡଳୀଙ୍କ ସହ ଆଲୋଚନା କରି ସମାଧାନ କରିବା ଉଚିତ । ଏପରି ବ୍ୟବସ୍ଥା ସର୍ବଦା ଆମ ଦଳର ପରମ୍ପରା, ନୀତି ଓ ଇତିହାସ ଭାବେ ରହିଆସିଛି ।

ଆହୁରି ମଧ୍ୟ ପାଇଲଟ କହିଛନ୍ତି, ‘‘ଏହା ଆମର ମାନସିକତା ରହିଆସିଛି ଯେ, ଆମେ ମିଳିତ ଭାବେ ନିର୍ବାଚନ ଲଢିବୁ ଓ ସଂଖ୍ୟା ବହୁମତ ହାସଲ କରିବୁ । ଆମେ କ୍ଷମତା ହାସଲ କରିସାରିବା ପରେ ଗୋଟିଏ ଟେବୁଲରେ ଏକାଠି ହେବୁ, ସେଠାରେ ହିଁ କାହାକୁ କେଉଁ ନେତୃତ୍ବ ମିଳିବ, ତାହା ସ୍ଥିର ହେବ । ଏହି ପନ୍ଥାରେ ଆମେ ସର୍ବଦା ନିର୍ବାଚନ ଲଢି ଆସିଛୁ । ଗତ ବିଧାନସଭା ନିର୍ବାଚନ (2018) ମଧ୍ୟ ଦଳ ଏହି ପନ୍ଥାକୁ ଅନୁସରଣ କରିଥିଲା । ଚଳିତ ଥର ମଧ୍ୟ ଦଳ ସମାନ ଫଣ୍ଡାରେ ନିର୍ବାଚନ ଲଢୁଛି । ଆମର ପ୍ରାଥମିକତା ନେତୃତ୍ବ ନୁହେଁ ବରଂ ବହୁମତ ହାସଲ କରିବା ।’’

ଏହା ମଧ୍ୟ ପଢନ୍ତୁ:- ମଣିପୁର ଆକାଶରେ ଅଜଣା ଉଡନ୍ତା ବସ୍ତୁ, ବିମାନ ସେବା ପ୍ରଭାବିତ

ତେବେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ସହ ଯୁବନେତା ପାଇଲଟ ଓ ତାଙ୍କ ଗୋଷ୍ଠୀର ବିବାଦ କାହାକୁ ଅଛପା ନାହିଁ । ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଏହି କନ୍ଦଳ ଚରମ ସୀମାରେ ପହଞ୍ଚିଥିଲା । ତଥାପି ଏହି କନ୍ଦଳକୁ ପ୍ରଶମିତ କରିବାରେ ହାଇକମାଣ୍ଡ ଖଡଗେ ଓ ରାହୁଲ ଗାନ୍ଧୀ କିଛି ମାତ୍ରାରେ ସଫଳ ମଧ୍ୟ ହୋଇଥିଲେ । ସଚିନ ପାଇଲଟଙ୍କୁ ଟୋଙ୍କ ବିଧାନସଭା ଆସନରୁ ଦଳ ନିର୍ବାଚନ ମୈଦାନକୁ ଓହ୍ଲାଇଛି । କଂଗ୍ରେସର ସ୍ଥିତି ଭଲ ଥିବା ବେଳେ ଦଳ ପୁଣି ଥରେ କ୍ଷମତାକୁ ଫେରିବା ନେଇ ଆଶା ମଧ୍ୟ କରାଯାଉଛି । ତେଣୁ ଦଳ ଯଦି କ୍ଷମତାକୁ ଆସେ, ତେବେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ପାଇଲଟ ଓ ଗେହଲଟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ମଧ୍ୟ ରହିଛି । ତଥାପି ନିର୍ବାଚନ ସମୟରେ ଉଭୟ ନେତା କେବଳ ଦଳର ନିଷ୍ପତ୍ତି ସର୍ବୋପରି ହେବ ବୋଲି କହି ଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.