ETV Bharat / bharat

Wagner Group Mercenaries: କ'ଣ ଏହି ୱାଗନର ଗ୍ରୁପ ? ଯେବେ ଘାତକ ସାଜେ ବିଶ୍ୱସ୍ତ... - ପୁଟିନ ପ୍ରଶାସନ ବିରୋଧରେ ବିଦ୍ରୋହ

ୱାଗନର ଗ୍ରୁପ ଋଷର ପ୍ରାଇଭେଟ ଆର୍ମି ହୋଇଥିବାବେଳେ ଯୁଦ୍ଧ ସମୟରେ ଏହାକୁ ଭଡା ସୂତ୍ରରେ ମଧ୍ୟ ନିଆଯାଇଥାଏ। ଶକ୍ତିଶାଳୀ ମିଲିଟାରୀ ସଂସ୍ଥା ୱାଗନର ଗ୍ରୁପ ବିଷୟରେ ଅଧିକ ପଢନ୍ତୁ

ପ୍ରାଇଭେଟ ଆର୍ମି ୱାଗନର ଗ୍ରୁପ
ପ୍ରାଇଭେଟ ଆର୍ମି ୱାଗନର ଗ୍ରୁପ
author img

By

Published : Jun 24, 2023, 10:06 PM IST

ମସ୍କୋ: ୱାଗନର ଗ୍ରୁପ ହେଉଛି ଏକ ଶକ୍ତିଶାଳୀ ମିଲିଟାରୀ ସଂସ୍ଥା । ୱାଗନର ଗ୍ରୁପ ଋଷର ପ୍ରାଇଭେଟ ଆର୍ମି ହୋଇଥିବାବେଳେ ଯୁଦ୍ଧ ସମୟରେ ଏହାକୁ ଭଡା ସୂତ୍ରରେ ମଧ୍ୟ ନିଆଯାଇଥାଏ। ଏହା ଋଷୀୟ ଅର୍ଦ୍ଧସୈନିକ ସଂଗଠନ ଭାବେ ମଧ୍ୟ ଜଣାଶୁଣା। ତେବେ ୱାଗନର ଗ୍ରୁପକୁ ଯେକୌଣସି ଦେଶ ଯୁଦ୍ଧ ସମୟରେ ଭଡ଼ା ସୂତ୍ରରେ ନେଇ ଯୁଦ୍ଧକ୍ଷେତ୍ରକୁ ଛାଡିପାରିବେ । ହେଲେ ଋଷରେ ଭଡ଼ା ସୂତ୍ରରେ ସେନା ଆଣିବାକୁ ପ୍ରତିବନ୍ଧକ ଥିବା କାରଣରୁ ସେଠାରେ ୱାଗନର ଗ୍ରୁପ ତରଫରୁ ଏକ କମ୍ପାନି କାମ କରିଆସୁଥିବା ଜଣାପଡିଛି । ତେବେ ଏହି ଗ୍ରୁପ ମୁଖ୍ୟ ଏକଦା ରାଷ୍ଟ୍ରପତିଙ୍କ ଖାସ ଥିବା ବେଳେ ଆଜି ବିଦ୍ରୋହ କରି ପିଠି ପଛରୁ ଛୁରା ଭୁସିଥିବା କୁହାଯାଉଛି । ଏହାକୁ ମଧ୍ୟ ବିଶ୍ୱସ୍ତ ଘାତକ ସାଜିଲା ବୋଲି କହାଯାଉଛି ।

ଏପରି ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ପରେ ରାଷ୍ଟ୍ରପତି ପୁଟିନଙ୍କୁ ସହାୟତା କରିବାକୁ ଆଗେଇ ଆସିଛି ଆଉ ଏକ ଅତ୍ୟନ୍ତ ଦୁର୍ଦ୍ଧର୍ଷ ସାମରିକ ସ୍ଥଂସ୍ଥା ଚେଚାନ ଗ୍ରୁପ (Chechen) । ଚେଚାନ ଲଡାକାଙ୍କୁ ମଧ୍ୟ ରୋସ୍ତୋଭ ଅଭିମୁଖେ ପ୍ରରଣ କରାଯାଇଥିବା ପ୍ରେସ୍ ରିଲିଜ ଜାରି କରି କହିଛି କାଦରୋଭ୍ (Kadyrov) ।

କେବେ ପ୍ରତିଷ୍ଠା ହେଲା ୱାନଗର ଗ୍ରୁପ?

ତେବେ ୱାଗନର ଗ୍ରୁପ (Wagner Group private military company) 2014ରେ ଋଷର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ୟେଭଗେନି ପ୍ରିଗୋଝିନଙ୍କ ଦ୍ବାରା ସ୍ଥାପନ କରାଯାଇଥିଲା। ଏହି ଗ୍ରୁପ ଜରିଆରେ ବିଭିନ୍ନ ଦେଶରୁ ଯୁବକମାନଙ୍କୁ ଅଣାଯାଇ ପ୍ରଶିକ୍ଷଣ ଦିଆଯାଇଆସୁଛି। ଏପରିକି ସେମାନେ ଅନେକ ଯୁଦ୍ଧରେ ମଧ୍ୟ ଅଂଶଗ୍ରହଣ କରିସାରିଥିବା ନଜିର ରହିଛି। ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ଋଷ ତରଫରୁ ଯୁଦ୍ଧ କରି ୟୁକ୍ରେନର ନିଦ ହଜାଇଥିଲା ୱାଗନର ଗ୍ରୁପ୍। ସୂଚନା ଅନୁସାରେ, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ହତ୍ୟା ପାଇଁ ଋଷ ତରଫରୁ 400 ଜଣ ୱାଗନର ସେନାଙ୍କୁ କିବ୍ ପଠାଯାଇଥିଲା।

କେଉଁ ଦେଶରେ ରହିଛି ସକ୍ରିୟ?

ଯେଉଁ ଦେଶ ମାନଙ୍କରେ ନିଯୁକ୍ତି ଅଭାବ ରହିଥାଏ, ସେହି ଦେଶ ମାନଙ୍କରୁ ବହୁ ସଂଖ୍ୟାରେ ଯୁବକଙ୍କୁ ଅଣାଯାଇ ତାଲିମ ପ୍ରଦାନ କରାଯିବା ସହ ଯୁଦ୍ଧ କ୍ଷେତ୍ରକୁ ପଠାଯାଇଥାଏ। ସିରିଆ, ଲିବ୍ୟା, ମୋଜାମ୍ବିକ, ସୁଡାନ ଭଳି ଆଫ୍ରୀକିୟ ଦେଶମାନଙ୍କରେ ଏହି ଗ୍ରୁପର ନେଟୱାର୍କ ରହିଥିବା କୁହାଯାଉଛି। ଏହାସହ ଋଷର ସେଣ୍ଟସ ପିଟର୍ସବର୍ଗରେ ମଧ୍ୟ ୱାଗନ ସେନା ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଥିଲା। ୱାଗନର ଗ୍ରୁପ ଏକ ସକ୍ରିୟ ସଂଗଠନ ଭାବରେ ଅନେକ ଦେଶ ପାଇଁ କାମ କରିଆସୁଛି।

ମାସିକ ଦରମା:

ୱାଗନର ଗ୍ରୁପକୁ ଭଡା ସୂତ୍ରରେ ନେବା ପାଇଁ ହେଲେ ବହୁ ମୂଲ୍ୟ ଦେବାକୁ ପଡିଥାଏ। ଏକ ରିପୋର୍ଟ ଅନୁସାରେ, ଯୁଦ୍ଧ ଲଢିବାକୁ ପ୍ରତିଦିନ ଜଣଙ୍କ ପିଚ୍ଛା 2000 ଆମେରିକୀୟ ଡଲାର ସେମାନେ ନେଇଥାନ୍ତି। ଭାରତୀୟ ମୁଦ୍ରା ହିସାବରେ ଯାହାର ମୂଲ୍ୟ ପ୍ରାୟ 1 ଲକ୍ଷ 63 ହଜାର ଲକ୍ଷ ହେବ। ସୂଚନା ଅନୁସାରେ, ଏଥିରେ କାମ କରୁଥିବା ମର୍ସିନାରୀ କମାଣ୍ଡରଙ୍କ ମାସିକ ଦରମା 5ଲକ୍ଷ ଆମେରିକୀୟ ଡଲାର ହୋଇଥିବାବେଳେ ଏପର୍ଯ୍ୟନ୍ତ ୱାଗନର ଗ୍ରୁପ ତରଫରୁ ଏନେଇ ସେପରି କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ସେପଟେ ଋଷ ବିପକ୍ଷରେ ୱାଗନର ଗ୍ରୁପ ଯୁଦ୍ଧ ଡାକରା ଦେଇଥିବାବେଳେ ଋ, ତରଫରୁ ଚେଚାନ୍ ଗ୍ରୁପ ମଇଦାନକୁ ଓହ୍ଲାଇଛି।

ସେପଟେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନସ୍କି କହିଛନ୍ତି, ଋଷରେ ଚାପି ହୋଇ ରହିଥିବା ରାଜନୈତିକ ଅସ୍ଥିରତା ପଦାକୁ ଆସିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.