ETV Bharat / bharat

Ukraine War: S-400 ଯୋଗାଣରେ ପଡିବ ନାହିଁ କୌଣସି ପ୍ରଭାବ କହିଲେ ଋଷ ରାଷ୍ଟ୍ରଦୂତ - ଯୁଦ୍ଧ ସତ୍ବେ ଆସିବ S-400

ମଧ୍ୟପ୍ରାଚ୍ୟ ଓ ପଶ୍ଚିମ ଦେଶ ଗୁଡିକ ଋଷ ଉପରେ ଲଗାଇଥିବା ଆର୍ଥିକ କଟକଣା ଭାରତ ଓ ଋଷ ଉପରେ ପଡିବ ନାହିଁ । କାରଣ ଋଷ ନିଜ ଆବଶ୍ୟକତା ପୂରଣ ପାଇଁ ନିଜେ ସମର୍ଥ । ଆମେ ଏକାଧିକ କ୍ଷେତ୍ରରେ ଚାହିଦା ଅନୁସାରେ ଅଧିକ ଉତ୍ପାଦନ କରୁଛୁ । ଏହାସହ ଭାରତ ସହ ଆମର ପ୍ରତିରକ୍ଷା ବ୍ୟବସାୟ ଜାରି ରହିବ । ଏଥିରେ କୌଣସି ପ୍ରଭାବ ପଡିବ ନାହିଁ । ଗୁରୁତ୍ବପୂର୍ଣ୍ଣ S-400ର ଯୋଗାଣ ପ୍ରକ୍ରିୟାରେ ମଧ୍ୟ କୌଣସି ବିଳମ୍ବ ହେବ ବୋଲି ମୁଁ ଭାବୁନାହିଁ । ଅଧିକ ପଢନ୍ତୁ

ଋଷ ରାଷ୍ଟ୍ରଦୂତ
ଋଷ ରାଷ୍ଟ୍ରଦୂତ
author img

By

Published : Mar 2, 2022, 4:56 PM IST

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଲଢେଇ (Ukraine Russia War ) ଲଗାତାର ଜାରି ରହିଛି । ଏହି ଆକ୍ରମଣ ପ୍ରତି ଆକ୍ରମଣ ଆଜି ସପ୍ତମ ଦିନରେ ଆହୁରି ତୀବ୍ରତର ହେବାରେ ଲାଗିଛି । ଫଳରେ ଏବେ ଏହି ଲଢେଇର ପ୍ରଭାବ ଭାରତ-ଋଷ ପ୍ରତିରକ୍ଷା (Defence Deals with Russia) କାରବାର ଉପରେ ପଡିବାର ଆଶଙ୍କା ବଢିଛି ।

  • Don't foresee any obstacles as far as S-400 supply to India is concerned; have routes to continue with this deal unobstructed. Sanctions - old or new, do not interfere in any way: Denis Alipov, Russian Envoy-designate to India on the impact of sanctions in defence deal with India pic.twitter.com/Cyj9iWNkTU

    — ANI (@ANI) March 2, 2022 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପ୍ରଶ୍ନ ଉଠୁଛି ବର୍ତ୍ତମାନ ଋଷ ବିରୋଧରେ ପଶ୍ଚିମ ଦେଶ ଗୁଡିକ ଲଗାଇଥିବା ଆର୍ଥିକ କଟକଣାର ପ୍ରଭାବ ଭାରତ ଉପରେ ମଧ୍ୟ ପଡିବ କି ? ଏହାସହ ଋଷ ପାଖରୁ ଭାରତକୁ ମିଳିବାକୁ ଥିବା S-400 ଏୟାର ଡିଫେନ୍ସ ସିଷ୍ଟମ (S-400 Air Defence System)ର ହସ୍ତାନ୍ତର ପ୍ରକ୍ରିୟା ଚୁକ୍ତି ମୁତାବକ ନିର୍ଦ୍ଧାରିତ ସମୟରେ ହୋଇପାରିବ ତ?

ଏହି ସବୁ ଆଶା ଆଶଙ୍କା ଲାଗି ରହିଥିବାବେଳେ ଭାରତ -ଋଷ ସମ୍ପର୍କ ଓ ପ୍ରତିରକ୍ଷା କାରବାରକୁ ନେଇ ଆଜି ବଡ ଟିପ୍ପଣୀ ଦେଇଛନ୍ତି ଭାରତରେ ଅବସ୍ଥାପିତ ଋଷ ରାଷ୍ଟ୍ରଦୂତ ଡେନିସ ଅଲୀପୋଭ (Denis Alipov) । ଜାତୀୟ ଗଣମାଧ୍ୟମ ସହ ଆଲୋଚନା କରି କହିଛନ୍ତି , ଋଷ- ଭାରତର ସମ୍ପର୍କ ବେଶ ସୁଦୃଢ । ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ ସମ୍ପର୍କ ରହିଛି। ଋଷ-ୟୁକ୍ରେନର ଏହି ଲଢେଇ ଭାରତ-ଋଷ ସମ୍ପର୍କରେ କୌଣସି ପ୍ରଭାବ ପକାଇବ ନାହିଁ । ଉଭୟ ଦେଶ ମଧ୍ୟରେ ଯେଉଁ ସବୁ କାରବାର ଚାଲିଛି ତାହା ଚାଲିବ । ଭାରତ ହେଉଛି ଆମର ବିଶ୍ବସ୍ତ ସହଯୋଗୀ । ଭାରତର ସୁରକ୍ଷା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । ଉଭୟ ଦେଶର ଅଧିକାରୀ ସବୁବେଳେ ଯୋଗାଯୋଗରେ ରହିଛନ୍ତି ।

ସେହିପରି ମଧ୍ୟପ୍ରାଚ୍ୟ ଓ ପଶ୍ଚିମ ଦେଶ ଗୁଡିକ ଋଷ ଉପରେ ଲଗାଇଥିବା ଆର୍ଥିକ କଟକଣା ଭାରତ ଋଷ ଉପରେ ପଡିବ ନାହିଁ । କାରଣ ଋଷ ନିଜ ଆବଶ୍ୟକତା ପୂରଣ ପାଇଁ ନିଜେ ସମର୍ଥ । ଆମେ ଏକାଧିକ କ୍ଷେତ୍ରରେ ଚାହିଦା ଅନୁସାରେ ଅଧିକ ଉତ୍ପାଦନ କରୁଛୁ । ଏହାସହ ଭାରତ ସହ ଆମର ପ୍ରତିରକ୍ଷା ବ୍ୟବସାୟ ଜାରି ରହିବ । ଏଥିରେ କୌଣସି ପ୍ରଭାବ ପଡିବ ନାହିଁ । ଗୁରୁତ୍ବପୂର୍ଣ୍ଣ S-400 ର ଯୋଗାଣ ପ୍ରକ୍ରିୟାରେ ମଧ୍ୟ କୌଣସି ବିଳମ୍ବ ହେବ ବୋଲି ମୁଁ ଭାବୁନାହିଁ । ସେଭଳି କୌଣସି ସଂକଟ ଆସିନାହିଁ । ତେଣୁ ଚୁକ୍ତି ମୁତାବକ ନିର୍ଦ୍ଧାରିତ ସମୟରେ ଭାରତକୁ ଅବଶିଷ୍ଟ S-400 Air Defence System ମିଳିଯିବ ବୋଲି ଋଷ ରାଷ୍ଟ୍ରଦୂତ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଭାରତ ନିଜ ପାରମ୍ପରିକ ପ୍ରତିରକ୍ଷା ସହଯୋଗୀ ଋଷ ଠାରୁ 5 ଟି S-400 ଏୟାର ଡିଫେନ୍ସ ସିଷ୍ଟମ (S-400 Air Defence System) ଆଣିବାକୁ ଚୁକ୍ତି କରିଛି। S-400 ର ପ୍ରଥମ ବ୍ୟାଚ ଆସି ଭାରତରେ ପହଞ୍ଚି ସାରିଛି ମଧ୍ୟ । ଚୁକ୍ତି ମୁତାବକ ଚଳିତ ବର୍ଷ ହିଁ ସମସ୍ତ S-400 ଭାରତକୁ ହସ୍ତାନ୍ତର କରିବ ଋଷ ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.