ETV Bharat / bharat

ଶକ୍ତିଶାଳୀ ହେଲା ଭାରତୀୟ ସେନା, ଋଷରୁ ଆସୁଛି ଘାତକ S-୪୦୦ ମିସାଇଲ

author img

By

Published : Nov 14, 2021, 3:15 PM IST

ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ସେନା । ଋଷରୁ ଆସୁଛି ଶକ୍ତିଶାଳୀ ଏସ୍‌-୪୦୦ ମିସାଇଲ, ପଶ୍ଚିମ-ଉତ୍ତର ସୀମାରେ ପ୍ରଥମେ ନିୟୋଜିତ ହେବ । ଅଧିକ ପଢନ୍ତୁ...

Russia starts supplying S-400 air defence missile systems to India
ଶକ୍ତିଶାଳୀ ହେଲା ଭାରତୀୟ ସେନା, ଋଷରୁ ଆସୁଛି ଘାତକ S-୪୦୦ ମିସାଇଲ

ନୂଆଦିଲ୍ଲୀ: ପୁଣି ଭାରତୀୟ ସେନାକୁ ଡରିବ ଶତ୍ରୁପକ୍ଷ । ସେନାକୁ ମିଳିବ ଋଷର ଘାତକ ମିସାଇଲ୍‌ ସିଷ୍ଟମ ଏସ୍‌-୪୦୦ । ଋଷ୍‌ ଏହି ଶକ୍ତିଶାଳୀ ଯୁଦ୍ଧାସ୍ତ୍ରକୁ ଭାରତକୁ ପଠାଇଛି । ଏନେଇ ଫେଡେରାଲ୍‌ ସର୍ଭିସ୍‌ ଫର୍‌ ମିଲିଟାରି-ଟେକ୍ନିକାଲ୍ କୋଅପରେସନ୍‌(FSMTC) ସୂଚନା ଦେଇଛି ।

ଭାରତୀୟ ପ୍ରତିରକ୍ଷା ବିଭାଗ ସୂଚନା ଅନୁଯାୟୀ, ଋଷ ପଠାଇଥିବା ଘାତକ ମିସାଇଲ ପ୍ରଥମେ ପଶ୍ଚିମ ସୀମାରେ ନିୟୋଜିତ ହେବ । ପଶ୍ଚମ-ଉତ୍ତର ସୀମାରେ ଥିବା ଉଭୟ ଚୀନ ଏବଂ ପାକିସ୍ତାନ ଶତ୍ରୁପକ୍ଷଙ୍କୁ ଭୟ ପ୍ରଦାନ କରିବ । ଏହି ଯୁଦ୍ଧାସ୍ତ୍ର ପାଇଁ ଭାରତ ଋଷକୁ ୩୫ ହଜାର କୋଟି ଭାରତୀୟ ମୁଦ୍ରା ଦେଇଛି । ତେବେ ଏଥିପାଇଁ ୨୦୧୮ ଅକ୍ଟୋବରରେ ରୁଷ୍‌ ଓ ଭାରତ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଋଷ ସହିତ ଦୀର୍ଘ ଦିନ ଧରି ପ୍ରତିରକ୍ଷା ସମ୍ପର୍କ ପାଇଁ ଭାରତ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲା ।

ଏସ୍‌-୪୦୦ ପ୍ରଥମେ ପଶ୍ଚିମ-ଉତ୍ତରରେ ନିୟୋଜିତ ହେବା ପରେ ପୂର୍ବ ସୀମାରେ ନିୟୋଜିତ ପାଇଁ ଆଲୋଚନା ହେବ ବୋଲି ବିଶ୍ବସ୍ଥ ସୂତ୍ରରୁ ଜଣାପଡିଛି । ଏହି ସିଷ୍ଟମର ବ୍ୟବହାର ପୂର୍ବରୁ ଚୀନ୍‌ ଏବଂ ତୁର୍କୀ ଦ୍ୱାରା କରାଯାଉଛି । ଋଷ ଦ୍ୱାରା ତିଆରି ହୋଇଥିବା ଏହି ଘାତକ ଏସ୍‌-୪୦୦ ମିସାଇଲ୍‌ ସିଷ୍ଟମ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ ଅଟେ । ଏହା ୪୦୦ କିଲୋମିଟର ସୀମା ଭିତରେ ଶତ୍ରୁ ପକ୍ଷର ଯେକୌଣସି ବିମାନ, ମିସାଇଲ ଏପରିକି ଡ୍ରୋନ୍‌କୁ ମଧ୍ୟ ନଷ୍ଟ କରିପାରିବାରେ ସକ୍ଷମ ରଖିଛି ।

ଏହାର ଟ୍ରାକିଂ କ୍ଷମତା ପ୍ରାୟ ୬୦୦ କିଲୋମିଟର ଏବଂ ପ୍ରାୟ 400 କିଲୋମିଟର ବ୍ୟାସାର୍ଦ୍ଧରେ ବାୟୁରେ ଶତ୍ରୁ ପକ୍ଷର ଲୁକ୍କାୟିତ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିବା ପାଇଁ କ୍ଷମତା ରଖିଛି । ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ହାଇପରସୋନିକ୍କୁ ଟାର୍ଗେଟ୍ କରି ନଷ୍ଟ କରିପାରିବ ଏସ-୪୦୦ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.