ETV Bharat / bharat

ଟଳୁଛି ଯୁଦ୍ଧ ଆଶଙ୍କା ! ଋଷର ସୈନ୍ୟ ପ୍ରତ୍ୟାହାର ଦାବିକୁ ସ୍ବୀକାର କରୁନାହାନ୍ତି ପଶ୍ଚିମ ରାଷ୍ଟ୍ର - ଋଷ-ୟୁକ୍ରେନ ବିବାଦ

ୟୁକ୍ରେନ ସୀମାରୁ ସେନା ହ୍ରାସ କରିଥିବା ଦାବି କରୁଛି ଋଷ । ମାନିବାକୁ ନାରାଜ ୟୁକ୍ରେନ ସମେତ ପଶ୍ଚିମ ଦେଶ । NATO ମୁଖ୍ୟ କହିଲେ, ସ୍ଥିତି ଉପରେ ରଖିଛୁ ନଜର, କିନ୍ତୁ ନାହିଁ ସୈନ୍ୟ ପ୍ରତ୍ୟାହାରର ସଙ୍କେତ । ଅଧିକ ପଢନ୍ତୁ

ଟଳୁଛି ଯୁଦ୍ଧ ଆଶଙ୍କା ! ଋଷର ସୈନ୍ୟ ପ୍ରତ୍ୟାହାର ଦାବିକୁ ସ୍ବୀକାର କରୁନାହାନ୍ତି ପଶ୍ଚିମ ରାଷ୍ଟ୍ର

author img

By

Published : Feb 15, 2022, 9:47 PM IST

ହାଇଦ୍ରାବାଦ: ଋଷ-ୟୁକ୍ରେନ ସୀମା ବିବାଦ ମଧ୍ୟରେ ଏକ ସକରାତ୍ମକ ଖବର ସାମ୍ନାକୁ ଆସିଛି । ଆଜି ୟୁକ୍ରେନ ସୀମାରୁ ସୈନ୍ୟ ପ୍ରତ୍ୟାହାର କରିଥିବା ଦାବି କରିଛି ଋଷ । ୟୁକ୍ରେନ ସୀମାରେ ପ୍ରାୟ 1,00,000 ରୁ ଅଧିକ ସୈନ୍ୟ ମୂତୟନ କରିଥିଲା ଋଷ । ତେବେ ଆଜି କିଛି ସୈନ୍ୟ ହ୍ରାସ କରିଥିବା ଋଷ ସୂଚନା ଦେଇଛି । ଅନ୍ୟପଟେ ଋଷ ପକ୍ଷରୁ କରାଯାଇଥିବା ଏହି ଦାବିର ସତ୍ୟତାକୁ ନେଇ ୟୁକ୍ରେନ, ପଶ୍ଚିମ ରାଷ୍ଟ୍ର ସମୂହଙ୍କ ସମେତ NATO ମଧ୍ୟ ସନ୍ଦେହ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

ଏପରି ଖବର ପ୍ରସାରିତ ହେବା ପରେ ଲାଗି ରହିଥିବା ଯୁଦ୍ଧ ଆଶଙ୍କା ଟଳୁଥିବା ଚର୍ଚ୍ଚାକୁ ନେଇ ନାଟୋ ମୁଖ୍ୟ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି NATO ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ । ୟୁକ୍ରେନ ସୀମାରେ ଋଷର ସାମରିକ ଉପସ୍ଥିତି ହ୍ରାସ ହେବାର କୌଣସି ସୂଚନା ବା ସଙ୍କେତ ଦେଖିବାକୁ ମିଳୁନାହିଁ, କିନ୍ତୁ ସ୍ଥିତି ଉପରେ ନାଟୋ ତୀକ୍ଷ୍ଣ ନଜର ରଖିଛି । ସେହିପରି ଯୁଦ୍ଧ ପାଇଁ ପ୍ରସ୍ତୁତି ବନ୍ଦ କରିବା ସହ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ମଧ୍ୟ ସେ ଗଣମାଧ୍ୟମ ଜରିଆରେ ଋଷକୁ ପରାମର୍ଶ ଦେଇଛନ୍ତି ।

ଅନ୍ୟପଟେ ଋଷ ଏନେଇ ଦାବି କରୁଥିବା ବେଳେ ୟୁକ୍ରେନ ସମେତ ଅନ୍ୟ କିଛି ପାଶ୍ଚାତ୍ୟ ଦେଶ ମଧ୍ୟ ଋଷ ଘୋଷଣାକୁ ସ୍ବୀକାର କରୁନାହାନ୍ତି । ଅନେକ ପଶ୍ଚିମ ରାଷ୍ଟ୍ର ସମୂହ ଏହି ଘଟଣାରେ ସ୍ବତନ୍ତ୍ର ନଜର ରଖିଥିବା ବେଳେ ଯୁଦ୍ଧ ପରିସ୍ଥିତି ନେଇ ନିଜନିଜ ଦେଶର ନାଗରିକଙ୍କୁ ୟୁକ୍ରେନରୁ ସ୍ବଦେଶ ଫେରିଯିବା ପାଇଁ ପରାମର୍ଶ ଜାରି କରିଛନ୍ତି । ଭାରତ ମଧ୍ୟ ନିଜ ନାଗରିକଙ୍କୁ ତୁରନ୍ତ ୟୁକ୍ରେନ ଛାଡିବା ପାଇଁ ପରାମର୍ଶ ଦେଇ ସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.