ETV Bharat / bharat

Russia UKraine War: ଅସ୍ତ୍ରବିରତି ଘୋଷଣା କଲା ଋଷ, ଫସିଥିବା ଲୋକଙ୍କୁ ଉଦ୍ଧାର ଫଇସଲା

author img

By

Published : Mar 5, 2022, 12:35 PM IST

Updated : Mar 5, 2022, 1:06 PM IST

ୟୁକ୍ରେନ ବିରୁଦ୍ଧରେ ଋଷର ଅସ୍ତ୍ରବିରତି ଘୋଷଣା । ଅଧିକ ପଢନ୍ତୁ

Russia UKraine War: ନାଗିରକଙ୍କ ଉଦ୍ଧାର ଉପରେ ଗୁରୁତ୍ବ, ଅସ୍ତ୍ରବିରତି କଲା ଘୋଷଣା ଋଷ

କିଭ: ୟୁକ୍ରେନ ବିରୁଦ୍ଧରେ ଋଷର ଅସ୍ତ୍ରବିରତି ଘୋଷଣା(Ceasefire In Ukraine Russia Announcement) । ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଅସ୍ତ୍ରବିରତି ଘୋଷଣା କରିଛି ଋଷ । ସୂଚନା ଅନୁଯାୟୀ, ଯୁଦ୍ଧରେ ଫସି ରହିଥିବା ସାଧାରଣ ନାଗରିକ ସୁରକ୍ଷିତ ନହେବା ପର୍ଯ୍ୟନ୍ତ ଋଷ ଅସ୍ତ୍ରବିରତି ଜାରି ରଖିବ। ଭାରତୀୟ ସମୟ ଅନୁଯାୟୀ ଏହି ଅସ୍ତ୍ରବିରତି ୧୧ଟା ୩୦ରୁ କାର୍ଯ୍ୟକାରୀ ହେବ। ୟୁକ୍ରେନର ୨ଟି ସହରରେ ଏହି ଅସ୍ତ୍ରବିରତି ଘୋଷଣା କରିଛି ଋଷ ।

  • Russia declares ceasefire in Ukraine from 06:00 GMT (Greenwich Mean Time Zone) to open humanitarian corridors for civilians, reports Russia's media outlet Sputnik

    — ANI (@ANI) March 5, 2022 " class="align-text-top noRightClick twitterSection" data=" ">

ଋଷର ସୈନ୍ୟବାହିନୀ ୟୁକ୍ରେନ ସହର ମାରିୟୋପୋଲ ଏବଂ ଭୋଲଭୋନୋଖାରୁ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିବାକୁ ଅନୁମତି ଦେବା ପାଇଁ ଗୁଳି ଚଳାଇବା ବନ୍ଦ କରିବ ବୋଲି ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ଏହାସହିତ ଭାରତୀୟଙ୍କ ସହିତ ଅନ୍ୟ ନାଗରିକଙ୍କ ସ୍ଥାନାନ୍ତରଣ ପାଇଁ ଗ୍ରୀନ କରିଡରର ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ଋଷ କହିଛି । ଅସ୍ତ୍ରବିରତି ଘୋଷଣା କରିଥିବା ୟୁକ୍ରେନର ଏହି ୨ଟି ସହରରେ ଭାରତୀୟଙ୍କ ସଂଖ୍ୟା କମ ରହିଛି । ମାତ୍ର ଶାନ୍ତି ପ୍ରତିଷ୍ଠା ଦିଗରେ ଋଷର ଏହି ପଦକ୍ଷେପକୁ ଏବେ ପ୍ରଶଂସା କରାଯାଇଛି ।

ସୂଚନା ଅନୁସାରେ ଋଷ ଓ ୟୁକ୍ରେନ ମଧ୍ୟରେ ୨ୟ ଥର ଆଲୋଚନା ପରେ ଏହି ଗ୍ରୀନ କରିଡ଼ରର ବ୍ୟବସ୍ଥା କରାଯାଇଛି । ଫଳରେ ସାଧାରଣ ନାଗରିକ ସୁରକ୍ଷିତ ଭାବେ ୟୁକ୍ରେନରୁ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିପାରିବେ । ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ଆଜି ତଥା ମାର୍ଚ୍ଚ ୫ ତାରିଖରେ ମସ୍କୋର ସମୟ ଅନୁଯାୟୀ ସକାଳ ୧୦ଟାରେ ଏହି ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଛି । ଏହାପୂର୍ବରୁ ଚେର୍ନିହିଭ ଏବଂ ସୁମିର ଅନ୍ୟ ପ୍ରମୁଖ ସହର ସହିତ କିଭରେ ଏୟାର ରେଡ୍ ଆଲର୍ଟ ଜାରି କରାଯାଇଥିଲା ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଥିଲା । ଚେର୍ନିହିଭ୍ ସହର ପାଇଁ ପ୍ରଥମ ଏୟାର ରେଡ୍ ଚେତାବନୀ ଦିଆଯାଇଥିଲା ।

ସେପଟେ ୟୁକ୍ରେନ ପ୍ରାୟ ୩୭୦୦ ଭାରତୀୟଙ୍କୁ ବନ୍ଦୀ କରି ରଖିଛି ବୋଲି ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ଏହାସହିତ ଋଷ ସେନା ୟୁକ୍ରେନରେ ରହୁଥିବା ବିଦେଶୀ ନାଗରିକଙ୍କୁ ପ୍ରତିଟି ଦିଗରେ ସାହାଯ୍ୟ କରୁଛି । ୟୁକ୍ରେନରେ ବିଦେଶୀ ନାଗରିକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି । ଖାରକିଭ ସହରରେ ପ୍ରାୟ ୩୧୮୯ ଭାରତୀୟ ନାଗରିକ ରହିଥିବା ବେଳେ ଭିୟତନାମର ୨୭୦୦ ନାଗରିକ, ଚୀନର ୨୦୨ ନାଗରିକ, ସୁମିରେ ୫୭୬ ଭାରତୀୟ ନାଗରିକ, ୧୦୧ ଘାନାର ନାଗରିକ ଓ ୧୨୧ ଚୀନର ନାଗରିକ ରହିଛନ୍ତି ।

@ANI

Last Updated : Mar 5, 2022, 1:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.