ETV Bharat / bharat

Munugode By-poll: ୨୨ ଦିନରେ କିଣି ନେଲେ ୧୬୦ କୋଟିର ମଦ, ୫୦ କୋଟିର ମାଂସ - ୨୨ ଦିନରେ ୧୬୦ କୋଟିର ମଦ ବିକ୍ରି

ମତଦାତାଙ୍କ ବିଶ୍ବାସଭାଜନ ପାଇଁ ମୁନୁଗୋଡୁରେ ମଦ ମାଂସ ଆସର ଜମିଛି । ସମର୍ଥକଙ୍କୁ କୁକୁଡ଼ା ମାଂସ ଓ ବିଦେଶୀ ମଦ ଦେଇ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛନ୍ତି ପ୍ରମୁଖ ରାଜନୈତିକ ଦଳ । ଅଧିକ ପଢନ୍ତୁ

rupees-160-crores-of-liquor-and-over-rupees-50-crores-of-meat-were-sold-in-22-days-for-munugode-by-election
Munugode By election: ୨୨ ଦିନରେ ୧୬୦ କୋଟିର ମଦ ବିକ୍ରି, ୫୦ କୋଟିର ମାଂସ ବିକ୍ରି
author img

By

Published : Oct 26, 2022, 9:59 PM IST

ହାଇଦ୍ରାବାଦ: ନଭେମ୍ବର ୩ ତାରିଖରେ ତେଲେଙ୍ଗାନା ମୁନୁଗୋଡେ ଉପନିର୍ବାଚନ । ତେବେ ଏହାପୂର୍ବରୁ ଏଠାରେ ପ୍ରଚାର ଜୋରଦାର ହେବାରେ ଲାଗିଛି । ତେବେ ମତଦାତାଙ୍କ ବିଶ୍ବାସଭାଜନ ପାଇଁ ମୁନୁଗୋଡୁରେ ମଦ ମାଂସ ଆସର ଜମିଛି । ସମର୍ଥକଙ୍କୁ କୁକୁଡ଼ା ମାଂସ ଓ ବିଦେଶୀ ମଦ ଦେଇ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛନ୍ତି ପ୍ରମୁଖ ରାଜନୈତିକ ଦଳ । ତଥ୍ୟ ମୁତାବକ ଗତ ୨୨ ଦିନ ମଧ୍ୟରେ ଏଠାରେ ୧୬୦.୮ କୋଟି ଟଙ୍କାର କେବଳ ମଦ ବିକ୍ର ହୋଇଛି ।

ଚଳିତ ମାସ ଶେଷ ସୁଦ୍ଧା ଏହି ସଂଖ୍ୟା ୨୩୦ କୋଟି ଟଙ୍କା ପହଞ୍ଚିବ ବୋଲି ଆକଳନ କରାଯାଉଛି । ନାଲଗୋଣ୍ଡା ଜିଲ୍ଲାରେ ପ୍ରତି ମାସରେ ହାରାହାରି ୧୩୨ କୋଟି ଟଙ୍କାର ମଦ ବିକ୍ରି ହେଉଥିଲା । କିନ୍ତୁ ଚଳିତ ମାସରେ ଏହାର ଦ୍ବିଗୁଣିତ ହେବା ନେଇ ଆକଳନ କରାଯାଉଛି । ଅବକାରୀ ବିଭାଗ ସୂଚନା ଅନୁଯାୟୀ ଚଳିତ ମାସରେ ତେଲେଙ୍ଗାନାରେ ନାଲୋଗୋଣ୍ଡା ଜିଲ୍ଲାରେ ସର୍ବାଧିକ ମଦ ବିକ୍ରି ହୋଇଛି । ଗଟ୍ଟୁପାଲ୍ଲୀ ଅଞ୍ଚଳରେ ସବୁଠାରୁ କମ ହାରରେ ମଦ ବିକ୍ରି ହୋଇଛି । ଆଗକୁ ଉପନିର୍ବାଚନ ଥିବାବେଳେ ବାହାରୁ ଏଠାକୁ ମଦ ଆସୁଥିବା ନେଇ ଅଭିଯଗ ହୋଇଛି । ହାଇଦ୍ରାବାଦର ଇବ୍ରାହିମ୍‌ପାଟନମ୍‌ ଓ ଦେବରକୋଣ୍ଡା ଅଞ୍ଚଳରୁ ବିଶେଷ ଭାବରେ ମୁନୁଗୋଡୁକୁ ମଦ ଆସୁଥିବା ଅଭିଯୋଗ ହେଉଛି । ଏଭଳି ଅଭିଯୋଗ ପରେ ମଙ୍ଗଳବାର ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନାଲଗୋଣ୍ଡା ଜିଲ୍ଲାପାଳ ।

ଖାଲି ମଦ ଓ ମାଂସ ନୁହେଁ, ମତଦାତାଙ୍କ ଭୋଟ ହତେଇବାକୁ ଟଙ୍କା ମଧ୍ୟ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି । ଜଣଙ୍କୁ ଅନ୍ୟୁନ ୫୦୦ ଟଙ୍କା ଲଖାଏଁ ଦିଆଯାଉଛି । ଫଳରେ ମୁନୁଗୋଡେରେ ଖୁଚୁରା ଟଙ୍କା ମିଳିବା ମୁସ୍କିଲ୍‌ ହୋଇ ପଡ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏଥିପାଇଁ ବର୍ତ୍ତମାନ ଅଧିକାଂଶ ଡିଜିଟାଲ୍‌ ପେମେଣ୍ଟ୍‌ କରାଯାଉଛି । ମୁଖ୍ୟତଃ ୨୦ରୁ ୩୦ ବର୍ଷୀୟ ଯୁବକଙ୍କ ବିଶ୍ବାସ ଭାଜନ କରିବାକୁ ଯୋଜନା କରିଛନ୍ତି ପ୍ରମୁଖ ରାଜନୈତିକ ଦଳ । ପ୍ରତିଦିନ ପ୍ରାୟ ୨୦୦ ଯୁବକ ଆନ୍ଧ୍ର ପ୍ରଦେଶ ଓ ହାଇଦ୍ରାବାଦରୁ ଏଠାକୁ ଆସୁଛନ୍ତି । ସେମାନଙ୍କୁ ଦୁଇଓଳା ଖାଦ୍ୟ ଓ ୫୦୦ ଟଙ୍କା ଦିଆଯାଉଥିବା ଅଭିଯୋଗ ହୋଇଛି ।

ମୁନୁଗୋଡେ ଉପନିର୍ବାଚନ ପୂର୍ବରୁ କେବଳ ଅକ୍ଟୋବର ମାସରେ ୫୦ କୋଟି ଟଙ୍କା ମାଂସ ବିକ୍ରି ହୋଇଛି । ସ୍ଥାନୀୟ ଚିକେନ ଦୋକାନୀଙ୍କ ମୁତାବକ ଚଳିତ ମାସରେ ବେପାର ୪ରୁ ୫ ଗୁଣା ବୃଦ୍ଧି ପାଇଛି । ଯେଉଁମାନେ ୫୦ କେଜି ଦିନକୁ ବିକ୍ରି କରୁଥିଲେ ସେମାନେ ଏବେ ଦିନକୁ ପ୍ରାୟ ୨୦୦ କେଜି ଚିକେନ ବିକ୍ରି କରୁଛନ୍ତି ।

ସ୍ଥାନୀୟ ଏକ ଗ୍ରାମରେ ପ୍ରାୟ ୧ ହଜାର ୬ ଶହ ଭୋଟର ବାସ କରୁଛନ୍ତି । ଏଥିପାଇଁ ଏହି ଗ୍ରାମକୁ ଗତ ୨୦ ଦିନ ମଧ୍ୟରେ ୮୦ଟି ଛେଳି ପ୍ରଦାନ କରାଗଲାଣି । ଚୌଟୁପାଲ ମଣ୍ଡଳରେ ଏକ ଗ୍ରାମ ନିକଟରେ ପ୍ରାୟ ୧୨୦ ଛେଳି ମାଂସ ବଣ୍ଟନ କରାଯାଇଥିବା ସୂଚନା ମିଳିଛି । ପ୍ରତିଦିନ ମୁନୁଗୋଡୁ ଅଞ୍ଚଳରେ ୩୦ରୁ ୪୦ ଛେଳି ଲୋଡ୍‌ ଗାଡି ଆସୁଛି । ଚିକେନ୍‌ ମଟନରେ ଭୋଜିଭାତ ହିଁ କରାଯାଉଛି ତାହା ନୁହେଁ, ଏଠାରେ ଚିକେନ ଓ ମଟନକୁ ନେଇ ଭେରାଇଟି ଖାଦ୍ୟ ପ୍ରସ୍ତୁତ କରି ଭୋଟରଙ୍କୁ ପରସା ଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.