ETV Bharat / bharat

ଅଯୋଧ୍ୟା ମହୋତ୍ସବ: ନିମନ୍ତ୍ରଣ ଗ୍ରହଣ କଲେ ସଂଘ ପ୍ରମୁଖ ଭାଗବତ - Pran Pratishtha ceremony

RSS chief Mohan Bhagwat get invitation: ନିମନ୍ତ୍ରଣ ଗ୍ରହଣ କଲେ ସଂଘ ପ୍ରମୁଖ ମୋହନ ଭାଗବତ । ଅଧିକ ପଢନ୍ତୁ

ଅଯୋଧ୍ୟା ମହୋତ୍ସବ: ନିମନ୍ତ୍ରଣ ଗ୍ରହଣ କଲେ ସଂଘ ପ୍ରମୁଖ ଭାଗବତ

author img

By ETV Bharat Odisha Team

Published : Jan 10, 2024, 10:14 PM IST

ନୂଆଦିଲ୍ଲୀ: 22 ତାରିଖରେ ଅଯୋଧ୍ୟାରେ ହେବାକୁ ଯାଉଥିବା ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯିବା ପ୍ରକ୍ରିୟା ଜାରି ରଖିଛି । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟମାନେ ଦେଶର ବିଭିନ୍ନ ସ୍ଥାନ ଗସ୍ତ କରି ନିମନ୍ତ୍ରଣ କରିବା ଜାରି ରଖିଛନ୍ତି । ଏହିକ୍ରମରେ ଆଜି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘର ପ୍ରମୁଖ ମୋହନ ଭାଗବତଙ୍କୁ ନିମନ୍ତ୍ରଣ କରାଯାଇଛି । ରାମ ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା, ବିଶ୍ବ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ଆଜି ମୋହନ ଭାଗବତଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ନିମନ୍ତ୍ରଣପତ୍ର ପ୍ରଦାନ କରିଛନ୍ତି ।

  • #WATCH | Ayodhya Ram Temple Construction Committee Chairman, Nripendra Mishra and International Working President of Vishwa Hindu Parishad, Alok Kumar gave an invitation to the Ram Temple 'Pran Pratishtha' ceremony to Rashtriya Swayamsevak Sangh chief, Mohan Bhagwat, today. pic.twitter.com/bjZW6zzVIC

    — ANI (@ANI) January 10, 2024 " class="align-text-top noRightClick twitterSection" data=" ">

ତେବେ କେବଳ ନିମନ୍ତ୍ରିତ ଅତିଥିମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଯଜମାନ ଭାବେ ଅଂଶଗ୍ରହଣ କରୁଛନ୍ତି । ସାରା ଦେଶ ଓ ବିଶ୍ବର କୋଣ ଅନୁକୋଣରୁ ସାଧୁସନ୍ଥ, ରାଜନେତା ଓ ସେଲିବ୍ରିଟିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଏଥିପାଇଁ ଅଯୋଧ୍ୟାରେ ଭବ୍ୟ ଆୟୋଜନ ମଧ୍ୟ ଜାରି ରହିଛି । ଅତିଥିମାନଙ୍କୁ ଅଯୋଧ୍ୟାରେ ପୁରାଣରେ ବର୍ଣ୍ଣିତ ରାମରାଜ୍ୟର ଅନୁଭବ ଦେବା ପାଇଁ ସ୍ଥାନୀୟ ସରକାର ଓ ପ୍ରଶାସନ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ।

କିଛି ଅତିଥି ଦିନେ କିମ୍ବା ଦୁଇ ଦିନ ପୂର୍ବରୁ ଅଯୋଧ୍ୟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେମାନଙ୍କ ପାଇଁ ସରକାର ସମସ୍ତ ରହଣୀ ବ୍ୟବସ୍ଥା କରିବେ । ସେହିପରି ସହରରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ଅଯୋଧ୍ୟାରେ ନୂତନ ଭାବେ ନିର୍ମିତ ମହର୍ଷୀ ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଲୋକାର୍ପିତ ହୋଇସାରିଛି । ଅଯୋଧ୍ୟା ଷ୍ଟେସନର ନାମ ମଧ୍ୟ ‘ଅଯୋଧ୍ୟା ଧାମ’ ଭାବେ ପୁନଃନାମିତ କରାଯାଇଛି । 20 ରୁ 22 ତାରିଖ ମଧ୍ୟରେ ସାଧାରଣ ଶ୍ରଦ୍ଧାଳୁଙ୍କୁ ଅଯୋଧ୍ୟା ଯିବା ପାଇଁ ବାରଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :-ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ବର୍ଜନ କଲା କଂଗ୍ରେସ, କହିଲା BJP-RSS କାର୍ଯ୍ୟକ୍ରମ

କାଶୀ (ବାରାଣାସୀ) ଏକ ବରିଷ୍ଠ ପଣ୍ଡିତ ମଣ୍ଡଳୀ ପ୍ରଭୁଙ୍କ ପ୍ରାଣପ୍ରତିଷ୍ଠା ପ୍ରକ୍ରିୟା ସମ୍ପାଦନ କରିବେ । ଏଥିପାଇଁ ମନ୍ଦିରରେ ଶେଷ ସ୍ପର୍ଶ ଦିଆଯାଉଛି । ଗ୍ରାଉଣ୍ଡ ଫ୍ଲୋରର ସମସ୍ତ କାର୍ଯ୍ୟ ଆସନ୍ତା ଦୁଇ-ଚାରି ଦିନ ମଧ୍ୟରେ ଶେଷ ହେବ । ଗତକାଲି ଗର୍ଭଗୃହର ମୁଖ୍ୟଦ୍ବାରରେ ଏକ ସୁବର୍ଣ୍ଣ କବାଟ ଲଗାଯାଇଛି । ମନ୍ଦିରରେ ମୋଟ 14 ଟି ଦ୍ବାର ଥିବା ବେଳେ ସବୁ ଦ୍ବାରରେ ସ୍ବର୍ଣ୍ଣଖଞ୍ଚିତ କବାଟ ଲଗାଯିବାର ବ୍ୟବସ୍ଥା କରାଯାଇଛି । ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଭବ୍ୟ ପ୍ରସ୍ତୁତିକୁ ତ୍ରୁଟିଶୂନ୍ୟ କରିବା ପାଇଁ ତଦାରଖ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.