ETV Bharat / bharat

ଜନସଂଖ୍ୟା ବୃଦ୍ଧି ବିରୁଦ୍ଧରେ ଭାଗବତଙ୍କ ସ୍ବର, ନୂଆ ଆଇନ ପାଇଁ କଲେ ଅପିଲ - Mohan Bhagwat

ଜନସଂଖ୍ୟା ନୀତି ଉପରେ ପୁଣି ଥରେ ବିଚାର କରିବାର ଆବଶ୍ୟକତା ରହିଛି । ଏନେଇ ଆଗାମୀ 50 ବର୍ଷ ପାଇଁ ନୀତି ଗଠନ ହେବା ଦରକାର ବୋଲି ବିଜୟା ଦଶମୀ ଅବସରରେ ଅପିଲ କରିଛନ୍ତି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତ । ଅଧିକ ପଢନ୍ତୁ...

ଜନସଂଖ୍ୟା ବୃଦ୍ଧି ବିରୁଦ୍ଧରେ ଭାଗବତଙ୍କ ସ୍ବର, ନୂଆ ଆଇନ ପାଇଁ କଲେ ଅପିଲ

author img

By

Published : Oct 15, 2021, 3:51 PM IST

ନାଗପୁର: ଦେଶରେ ବଢୁଛି ଜନସଂଖ୍ୟା ଅସନ୍ତୁଳନା । ଜନସଂଖ୍ୟା ନୀତି ଉପରେ ପୁଣି ଥରେ ବିଚାର କରିବାର ଆବଶ୍ୟକତା ରହିଛି । ଏନେଇ ଆଗାମୀ 50 ବର୍ଷ ପାଇଁ ନୀତି ଗଠନ ହେବା ଦରକାର । ଜନସଂଖ୍ୟା ନୀତିକୁ ସମାନ ରୂପରେ ଲାଗୁ କରିବା ଉଚିତ ବୋଲି ବିଜୟା ଦଶମୀ ଅବସରରେ ଅପିଲ କରିଛନ୍ତି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତ ।

ସଂଘ ମୁଖ୍ୟ କହିଛନ୍ତି ଯେ ଜନ ସଂଖ୍ୟା ବଢିଚାଲିଛି । ଏନେଇ ଜନସଂଖ୍ୟା ନୀତି ରହିବା ଆବଶ୍ୟକ | ଏହାକୁ ନେଇ ସେ ଚିନ୍ତା ବ୍ୟକ୍ତ କରିଛନ୍ତି । ଗୋଟିଏ ପରିବାରରେ ଦୁଇଟି ପିଲା ରହିବା ଆବଶ୍ୟକ। ମୋହନ ଭାଗବତ କହିଛନ୍ତି ଯେ ଆମେ ଅନୁଭବ କରୁଛୁ କି ପୁଣି ଥରେ ଜନସଂଖ୍ୟା ନୀତି ଉପରେ ବିଚାର କରାଯିବା ଉଚିତ।

ଭାଗବତ କହିଛନ୍ତି ଯେ ବର୍ତ୍ତମାନ ଆମେ ଯୁବପୀଢିର ଦେଶ ଏବଂ 56-57 ପ୍ରତିଶତ ଦେଶରେ ଯୁବବର୍ଗ। 30 ବର୍ଷ ପରେ ସମସ୍ତେ ବୃଦ୍ଧ ହୋଇଯିବେ। ସେମାନଙ୍କୁ ଖାଇବାକୁ ଦେବା ପାଇଁ ହାତ ମଧ୍ୟ ଆବଶ୍ୟକ ହେବ । ସେହି ସମୟରେ କେତେ ଲୋକ କାମ କରିବେ ତାହା ମଧ୍ୟ ବିଚାର କରିବାର ଆବଶ୍ୟକତା ଥିବା ସଂଘ ମୁଖ୍ୟ କହିଛନ୍ତି ।

ନାଗପୁରର ରେଶମବାଗ ମୈଦାନରେ ବାର୍ଷିକ ବିଜୟାଦଶମୀ ରାଲିକୁ ସମ୍ବୋଧିତ କରି ସଂଘ ପ୍ରମୁଖ ମୋହନ ଭାଗବତ କହିଛନ୍ତି, ଜମ୍ମୁ କାଶ୍ମୀରରେ ଭୟର ବାତାବରଣ ସୃଷ୍ଟି ପାଇଁ ସାଧାରଣ ନାଗରିକଙ୍କୁ ଖୋଜି ଖୋଜି ହତ୍ୟା କରୁଛନ୍ତି ଆତଙ୍କବାଦୀ । ଏଥିପାଇଁ ସୀମାରେ ସୈନ୍ୟ ଶକ୍ତି ବଢାଇବା ଜରୁରୀ । ସେହପରି ବିଟ୍‌କଏନ ଓ ଓଟିଟି ପ୍ଲାଟଫର୍ମ ଉପରେ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି ଭାଗବତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.