ETV Bharat / bharat

କୋରୋନାରେ ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର

author img

By

Published : Sep 22, 2021, 7:05 PM IST

Updated : Sep 22, 2021, 7:38 PM IST

କୋରୋନାରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦିଆଯିବା ନେଇ ହୋଇଛି ଘୋଷଣା । ଏହି ଟଙ୍କା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପାଣ୍ଠିରୁ ମିଳିବ । ସର୍ବନିମ୍ନ କ୍ଷତିପୂରଣ ଉପରେ ଗାଇଡଲାଇନ ପାଇଁ କହିଥିଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

କୋରୋନାରେ ମୃତକଙ୍କ ପରିବାରକୁ ମିଳବ ୫୦ ହଜାର
କୋରୋନାରେ ମୃତକଙ୍କ ପରିବାରକୁ ମିଳବ ୫୦ ହଜାର

ନୂଆଦିଲ୍ଲୀ: ମହାମାରୀ କୋରୋନାରେ ହୋଇଥିବା ମୃତ୍ୟୁ ପାଇଁ ମିଳିବ କ୍ଷତିପୂରଣ । ଏନେଇ ସୂଚନା ଦେଇଛି ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(NDMA) । ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦିଆଯିବା ନେଇ ହୋଇଛି ଘୋଷଣା । ଏହି ଟଙ୍କା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପାଣ୍ଠିରୁ ମିଳିବ । ସର୍ବନିମ୍ନ କ୍ଷତିପୂରଣ ଉପରେ ଗାଇଡଲାଇନ ପାଇଁ କହିଥିଲେ ସୁପ୍ରିମକୋର୍ଟ ।

ଏହାପୂର୍ବରୁ ନିଜ ଆଦେଶରେ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ପାଇଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ମହାମାରୀ କୋରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଏଯାଏଁ କ୍ଷତିପୂରଣ ନୀତି ନିର୍ଦ୍ଧାରଣ ନହେବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଏନେଇ କେନ୍ଦ୍ର ସରକାରଙ୍କୁ ଭତ୍ସନା କରିଥିଲେ ସର୍ବୋଚ୍ଚ ଅଦାଲତ । କ୍ଷତିପୂରଣ ନୀତି ସମେତ ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର ସଠିକ କାରଣ ଦର୍ଶାଇବାର ବ୍ୟବସ୍ଥା କରିବାକୁ ମଧ୍ୟ କହିଥିଲେ ସୁପ୍ରିମକୋର୍ଟ ।

ମାମଲାରେ ବର୍ତ୍ତମାନ ସୁଦ୍ଧା କୌଣସି ଉତ୍ତର ନ ଦିଆଯିବା କାରଣରୁ ଏହା ଉପରେ ସୁପ୍ରିମକୋର୍ଟ କହିଥିଲେ, ଯେବେ ଏହି ପଦକ୍ଷେପ ନିଆଯିବ ସେବେ କୋରୋନାର ତୃତୀୟ ଲହରୀ ବିତିସାରିଥିବ । ଏହାପୂର୍ବରୁ ଜୁନ ୩୦ରୁ ଦେଶରେ କୋରୋନା ଯୋଗୁଁ ହୋଇଥିବା ପ୍ରତ୍ୟେକ ମୃତ୍ୟୁ ପାଇଁ କ୍ଷତିପୂରଣ ଅର୍ଥ ଦେବାକୁ କହିଥିଲେ ସୁପ୍ରିମକୋର୍ଟ । 6 ସପ୍ତାହ ମଧ୍ୟରେ କ୍ଷତିପୂରଣ ଅର୍ଥ ନିର୍ଦ୍ଧାରିତ କରି ରାଜ୍ୟକୁ ସୂଚିତ କରିବା ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏଭଳି ବିପର୍ଯ୍ୟୟ ଯୋଗୁଁ ଅନୁକମ୍ପା ଅର୍ଥ ଦେବା ସରକାରଙ୍କ କର୍ତ୍ତବ୍ୟ ବୋଲି ସୁପ୍ରିମକୋର୍ଟ ମାନିଥିଲେ । ହେଲେ ଅନୁକମ୍ପା ଅର୍ଥ କେତେ ହେବ ଏହି ନିଷ୍ପତ୍ତି ସରକାରଙ୍କ ଉପରେ ଛାଡି ଦେଇଥିଲେ ସର୍ବୋଚ୍ଚ ଅଦାଲତ ।

ଦୁଇ ଆଇନଜୀବୀ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ପିଟିସନ ଅନୁଯାୟୀ, ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନର ଧାରା 12ରେ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ସରକାରୀ କ୍ଷତିପୂରଣ ପ୍ରଦାନର ପ୍ରାବଧାନ ରହିଛି । ଗତ ବର୍ଷ ସମସ୍ତ ରାଜ୍ୟକୁ କୋରୋନାରେ ମୃତ୍ୟୁ ହୋଇଥିବା ସମସ୍ତଙ୍କୁ କ୍ଷତିପୂରଣ ହିସାବରେ 4 ଲକ୍ଷ ଟଙ୍କା ଦେବାକୁ କହିଥିଲେ କେନ୍ଦ୍ର ସରକାର । ଏହି ବର୍ଷ ଏହା ହୋଇନାହିଁ ବୋଲି ଯାଚିକାରେ ଦର୍ଶାଯାଇଥିଲା ।

ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନର ଧାରା 12ରେ ଜାତୀୟ ବିପର୍ଯ୍ୟୟ କାରଣରୁ ମୃତ୍ୟୁ ପାଇଁ କ୍ଷତିପୂରଣ ପ୍ରଦାନର ପ୍ରାବଧାନ ଥିବା କହିଥିଲେ କୋର୍ଟ । ଏହି କ୍ଷତିପୂରଣ ସ୍ଥିର କରିବା NDMAର ଆଇନଗତ ଦାୟିତ୍ବ । ଆର୍ଥିକ ସମସ୍ୟା ଦର୍ଶାଇ ଏହାକୁ ଏଡାଯାଇପାରିବ ନାହିଁ । କୋର୍ଟ ଏହା ମଧ୍ୟ ଗ୍ରହଣ କରିଥିଲେ ଯେ ଏହି ସମୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସେମାନଙ୍କର ସୀମିତ ଉତ୍ସରୁ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବାକୁ ପଡ଼ିବ । ଏଭଳି ପରିସ୍ଥିତିରେ କ୍ଷତିପୂରଣ ରାଶି କୋର୍ଟ ସ୍ଥିର କରିବ ନାହିଁ ବୋଲି କୋର୍ଟଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ପୂର୍ବ ଶୁଣାଣିକୁ ଦୀର୍ଘ ଦିନ ବିତିଯାଇଥିଲେ ବି କୌଣସି ଉତ୍ତର ନ ଆସିବା କାରଣରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ଏନେଇ କିଛି ଦିନ ସମୟ ମାଗିଥିଲେ ସରକାର ।

Last Updated : Sep 22, 2021, 7:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.