ETV Bharat / bharat

2000 ଟଙ୍କିଆ ବଦଳର ଆଜି ଶେଷ ଦିନ; ଡେଡଲାଇନ ସରିଲା ପରେ ବି ଏମିତି କରିହେବ ଏକ୍ସଚେଞ୍ଜ - ଆରବିଆଇ

ଆଜି 7 ଅକ୍ଟୋବର 2023 । 2ହଜାର ଟଙ୍କିଆ ନୋଟ ଅଦଳବଦଳର ଶେଷ ତାରିଖ । ବ୍ୟାଙ୍କକୁ ଯାଇ ଆଜି ହିଁ ନୋଟ ବଦଳ କରିନିଅନ୍ତୁ । ତେବେ 7 ଅକ୍ଟୋବର ପରେ ନୋଟ ଅଦଳବଦଳ କରିବାକୁ ଚାହୁଁଥିଲେ କ'ଣ କରିବେ ପଢନ୍ତୁ

2000 ଟଙ୍କା ନୋଟ ବଦଳର ଆଜି ଶେଷ ଦିନ
2000 ଟଙ୍କା ନୋଟ ବଦଳର ଆଜି ଶେଷ ଦିନ
author img

By ETV Bharat Odisha Team

Published : Oct 7, 2023, 8:16 AM IST

Updated : Oct 7, 2023, 9:38 AM IST

ନୂଆଦିଲ୍ଲୀ: ଆଜି (ଶନିବାର) ଅର୍ଥାତ 7 ଅକ୍ଟୋବର 2023 । 2ହଜାର ଟଙ୍କିଆ ନୋଟ ଅଦଳବଦଳର ଶେଷ ତାରିଖ । ଯଦି 2ହଜାର ନୋଟ ଆପଣଙ୍କ ପାଖରେ ଅଛି ତେବେ ଆଜି ହିଁ ବ୍ୟାଙ୍କ ଯାଇ ବଦଳ( ଏକ୍ସଚେଞ୍ଜ) କିମ୍ବା ଜମା(ଡିପୋଜିଟ) କରିନିଅନ୍ତୁ । ପୂର୍ବରୁ ନୋଟ ବଦଳାଇବାର ଶେଷ ତାରିଖ ସେପ୍ଟମ୍ବର 30 ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଏହାକୁ ଆଉ 7 ଦିନ ବୃଦ୍ଧି କରିଥିଲe ଭାରତୀୟ ରିଜର୍ଭ ବ୍ୟାଙ୍କ । ଏନେଇ ସେପ୍ଟମ୍ବର 30 ତାରିଖ ଦିନ ପ୍ରେସ ରିଲିଜ ଜରିଆରେ ଘୋଷଣା କରିଥିଲା ଆରବିଆଇ ।

ତେବେ ଶୁକ୍ରବାର ଦିନ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଦେଇଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସୁଦ୍ଧା 96 ପ୍ରତିଶତରୁ ଊର୍ଦ୍ଧ୍ୱ 2000 ଟଙ୍କିଆ ନୋଟ ବ୍ୟାଙ୍କକୁ ଆସିଛି । ଯାହାର ମୂଲ୍ୟ 3.43 ଲକ୍ଷ କୋଟି ଟଙ୍କା ଅଟେ । ଏଥିରୁ 87 ପ୍ରତିଶତ ନୋଟ ବ୍ୟାଙ୍କରେ ଜମା କରାଯାଇଥିବା ବେଳେ ବାକି ଟଙ୍କା ଅନ୍ୟ ନୋଟ ସହ ଅଦଳବଦଳ କରାଯାଇଛି । ଆରବିଆଇ ଗଭର୍ଣ୍ଣରଙ୍କ ସୂଚନା ଅନୁଯାୟୀ, ଏବେ ବି 12 ହଜାର କୋଟି ଟଙ୍କାର 2ହଜାର ଟଙ୍କିଆ ନୋଟ ବଜାରରେ ଉପଲବ୍ଧ ଅଛି । ଯାହା ବ୍ୟାଙ୍କକୁ ଆସିନାହିଁ ।

7 ଅକ୍ଟୋବର ପରେ 2ହଜାର ନୋଟ ଫେରାଇବାକୁ ଚାହୁଁଥିଲେ କ'ଣ କରିବେ: ଯଦି ଆପଣଙ୍କ ପାଖରେ 2ହଜାର ଟଙ୍କିଆ ନୋଟ ଅଛି ଓ ଆପଣ ଅବଧି ମଧ୍ୟରେ ତାକୁ ଫେରାଇ ପାରୁନାହାନ୍ତି ତେବେ ବି ଆପଣଙ୍କ ପାଖରେ ଆଉ ଏକ ସୁଯୋଗ ରହିଛି ଏହି ନୋଟ ବଦଳ କିମ୍ବା ଡିପୋଜିଟ ପାଇଁ । ବ୍ୟାଙ୍କରେ ନୋଟ ଜମା କରିବା ଅବଧି ଶେଷ ହେବା ପରେ ମଧ୍ୟ ଆପଣ ନୋଟ ଅଦଳବଦଳ କରିପାରିବେ । 7 ଅକ୍ଟୋବର ପରେ ଆପଣ ସିଧାସଳଖ ଆରବିଆଇ କାର୍ଯ୍ୟାଳୟରେ ହିଁ ଏହି ନୋଟ ଫେରାଇ ପାରିବେ । ଏକାକାଳୀନ ଆପଣ 10ଟି 2ହଜାର ଟଙ୍କିଆ ନୋଟ ଅର୍ଥାତ 20 ହଜାର ଟଙ୍କାର ଅଦଳବଦଳ କିମ୍ବା ଡିପୋଜିଟ କରିପାରିବେ ।

ଆରବିଆଇର 19ଟି କାର୍ଯ୍ୟାଳୟରେ ଆପଣ ନୋଟ ବଦଳ କିମ୍ବା ଡିପୋଜିଟ କରିପାରିବେ । ସେହି 19ଟି ଆରବିଆଇ କାର୍ଯ୍ୟାଳୟ ଅହମ୍ମଦାବାଦ, ବେଙ୍ଗାଲୁରୁ, ବେଲାପୁର, ଭୋପାଳ, ଭୁବନେଶ୍ବର, ଚଣ୍ଡିଗଡ, ଚେନ୍ନାଇ, ଗୌହାଟି, ହାଇଦ୍ରାବାଦ, ଜୟପୁର, ଜମ୍ମୁ, କାନପୁର, କୋଲକାତା, ମୁମ୍ୱାଇ, ନାଗପୁର, ନୂଆଦିଲ୍ଲୀ, ପାଟନା, ଥିରୁଅନନ୍ତପୁରମରେ ଅବସ୍ଥିତ ।

କ'ଣ ରହିଛି ଆରବିଆଇ ନିର୍ଦ୍ଦେଶ:

  • ଆରବିଆଇର ସୂଚନା ଅନୁଯାୟୀ, 7 ଅକ୍ଟୋବର 2023 ପରେ 2ହଜାର ଟଙ୍କିଆ ନୋଟ ଡିପୋଜିଟ କିମ୍ୱା ଅଦଳବଦଳ ସମସ୍ତ ବ୍ୟାଙ୍କ ଶାଖାଗୁଡିକରେ ବନ୍ଦ ହୋଇଯିବ ।
  • ଏହି ନୋଟ କେବଳ ଆରବିଆଇର 19ଟି କାର୍ଯ୍ୟାଳୟରେ ହୋଇପାରିବ ।
  • ତେବେ ଏକାକାଳୀନ ମାତ୍ର 10ଟି 2ହଜାର ଟଙ୍କିଆ ନୋଟ ଅର୍ଥାତ୍ 20ହଜାର ଟଙ୍କା ମଧ୍ୟରେ ଅଦଳବଦଳ କିମ୍ବା ଡିପୋଜିଟ ହୋଇପାରିବ ।
  • ଦେଶ ମଧ୍ୟରେ ଇଣ୍ଡିଆ ପୋଷ୍ଟ ଜରିଆରେ ମଧ୍ୟ ଆରବିଆଇ କାର୍ଯ୍ୟାଳୟକୁ ନୋଟ ପଠାଇ ଏକ୍ସଚେଞ୍ଜ କିମ୍ବା ସେହି ଟଙ୍କା ଆପଣଙ୍କ ଆକାଉଣ୍ଟରେ କ୍ରେଡିଟ କରିହେବ ।

ଏହାମଧ୍ୟ ପଢନ୍ତୁ.. ୨୦୦୦ ଟଙ୍କିଆ ନୋଟ ବଦଳର ଆଜି ଶେଷ ଦିନ, ଆଉ ଚଳିବନି ଏହି ନୋଟ

ନୋଟ ବଦଳିବା ପାଇଁ ଡକ୍ୟୁମେଣ୍ଟର ଆବଶ୍ୟକତା ରହିଛି କି ? ନୋଟ ବଦଳ କିମ୍ବା ଡିପୋଜିଟ ପାଇଁ ଆପଣଙ୍କ କୌଣସି ଡକ୍ୟୁମେଣ୍ଟର ଆବଶ୍ୟକତା ନାହିଁ । ନୋଟ ବଦଳିରେ ଅସୁବିଧାର ସମ୍ମୁଖୀନ ହେଲେ ଆପଣ ବ୍ୟାଙ୍କ କର୍ମଚାରୀଙ୍କ ସୁବିଧା ନେଇପାରିବେ । ଏପରିକି ଆପଣଙ୍କ ସେହି ବ୍ୟାଙ୍କରେ ଆକାଉଣ୍ଟ ନଥିଲେ ମଧ୍ୟ ଆପଣ ବଦଳ କରିପାରିବେ ।

ସୂଚନାଯୋଗ୍ୟ, କ୍ଲିନ ନୋଟ ପଲିସି ଅନୁଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ 2ହଜାର ଟଙ୍କିଆ ନୋଟ ବଜାରରୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି । ତେବେ ଏହି ନୋଟ ଫେରସ୍ତର ଶେଷ ତାରିଖ ପ୍ରଥମେ ସେପ୍ଟମ୍ବର 30 ଘୋଷଣା କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏଥିରେ ପରିବର୍ତ୍ତନ ଆଣିଥିଲା ଆରବିଆଇ । ଏହାକୁ 7 ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ତେବେ ମେ' 19 ତାରିଖରେ 2 ହଜାର ଟଙ୍କା ନୋଟ ସର୍କୁଲେସନ କରିବା ବନ୍ଦ କରିଥିଲା ଆରବିଆଇ ।

ମେ' 19ରେ 2 ହଜାର ଟଙ୍କା ବଦଳ କରିବା ଘୋଷଣା ହେବା ପରର 20 ଦିନ ମଧ୍ୟରେ 50 ପ୍ରତିଶତ ନୋଟ ବ୍ୟାଙ୍କରେ ଜମା କରାଯାଇ ଥିଲା । ପାଖାପାଖି 6 ବର୍ଷ ପୂର୍ବରୁ ହୋଇଥିବା ବିମୁଦ୍ରୀକରଣ ପରେ ସରକାର 2000 ଟଙ୍କା ନୋଟର ପ୍ରଚଳନ ଆରମ୍ଭ କରିଥିଲେ । ଏହା ସହ ପୂର୍ବରୁ ପ୍ରଚଳିତ ହେଉଥିବା 1000 ଟଙ୍କା ନୋଟକୁ ବନ୍ଦ କରିବା ସହ ପୁରୁଣା 500 ଟଙ୍କିଆ ନୋଟ ବନ୍ଦ କରି ନୂଆ ନୋଟର ଆରମ୍ଭ କରିଥିଲେ । ସେହିପରି ଆରବିଆଇ, RBI Act 24(1) ଦ୍ବାରା 2016 ନଭେମ୍ବରରେ 2 ହଜାର ଟଙ୍କା ନୋଟ ଜାରି କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 7, 2023, 9:38 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.