ମୁମ୍ବାଇ: ଗତ ଜୁଲାଇରେ ମହାରାଷ୍ଟ୍ରରେ ଏକ ଚଳନ୍ତା ଟ୍ରେନ୍ରେ ଗୁଳିକାଣ୍ଡ ଘଟିଥିଲା । ଜଣେ ରେଳବାଇ କର୍ମଚାରୀ 4 ଜଣଙ୍କୁ ଗୁଳି କରିଥିଲେ । ପୂର୍ବରୁ ୨୦୧୭ ଜଣେ ମୁସଲମାନ ମହିଳା ନିର୍ଯାତନା ଅଭିଯୋଗରେ ସେହି ରେଳବାଇ ପୋଲିସ କର୍ମଚାରୀ ଜଣଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିଲା । ଏହି ଘଟଣା ପରେ ସେହି ରେଳବାର ପୋଲିସ କର୍ମଚାରୀକୁ ଗିରଫ କରିଥିଲା ପୋଲିସ । ଆଜି ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି ।
ଗତ ଜୁଲାଇ ୩୧ରେ ମହାରାଷ୍ଟ୍ରର ପାଲଘର ରେଳ ଷ୍ଟେସନ ନିକଟରେ ଜୟପୁର-ମୁମ୍ବାଇ ସୁପର୍ଫାଷ୍ଟ୍ ଏକ୍ସପ୍ରେସରେ ଗୁଳି କାଣ୍ଡ ଘଟିଥିଲ । ଚେତନ୍ସିନ୍ ଚୌଧୁରୀ ନାମକ ଜଣେ ରେଳବାଇ ପୋଲିସ କର୍ମଚାରୀ ସମ୍ପୃକ୍ତ ଥିବା ସୂଚନା ମିଳିଥିଲା । ଚେତନ୍ସିନ୍ ଚୌଧରୀ ନିଜ ସରକାରୀ ବନ୍ଦୁକରୁ ପ୍ରଥମେ ଜଣେ ରେଳବାଇ ପୋଲିସର କର୍ମଚାରୀ ଟିକାରମ୍ ମୀନାଙ୍କ ଉପରେ ଗୁଳି ଚଳାଇଥିଲେ । ଏହାପରେ B5 କୋଚ୍ରେ ଥିବା ଜଣେ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲେ, ଏହାପରେ ସେ ଟ୍ରେନ୍ର ପ୍ୟାଣ୍ଟ୍ରି କାର୍ରେ ଆଉ ଜଣେ ଯାତ୍ରୀ ଏବଂ S6 କୋଚ୍ରେ ଆଉ ଜଣେ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ଗୁଳିକାଣ୍ଡ ପଛର କାରଣ କଣ ଏବେ ସୁଧା ଜଣା ପଡିନାହିଁ ।
ଏହା ମଧ୍ୟ ପଢନ୍ତୁ...ତେଲ ଟ୍ୟାଙ୍କର ଟ୍ରେନରେ ନିଆଁ, ଅଳ୍ପକେ ଟଳିଗଲା ବଡ ଦୁର୍ଘଟଣା
ଏହି ଘଟଣାକୁ ନେଇ ଆଜି ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ରେଳ ଉପଖଣ୍ଡ ସୁରକ୍ଷା ଆୟୁକ୍ତ ସୂଚନା ଦେଇଛନ୍ତି । ଏହା ପୂର୍ବରୁ କନେଷ୍ଟବଳ ଚେତନ୍ ସିଙ୍ଗିଙ୍କ ଉପରେ ୩ ଥର ଶୃଙ୍ଗଳା ଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲ । ସେ ପୂର୍ବରୁ କନେଷ୍ଟବଳ ଚେତନ୍ସିନ୍ ଚୌଧୁରୀ ୨୦୧୭ ମସିହାରେ ମଧ୍ୟପ୍ରଦେଶର ଉଜ୍ଜୈନ୍ରେ ଡଗ୍ ସ୍କ୍ୱାଡ୍ରେ କାର୍ଯ୍ୟରତ ଥିଲେ । ଏହି ସମୟରେ ଜଣେ ମୁସଲିମ ମହିଳାଙ୍କୁ ନିର୍ଯାତନା ଅଭିଯୋଗରେ ତାଙ୍କ ଉପରେ ଶୃଙ୍ଗଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ପୂର୍ବରୁ ଗୁଜୁରାଟରେ ପୋଷ୍ଟିଂ ସମୟରେ ସହକର୍ମୀଙ୍କୁ ଆକ୍ରମଣ କରିଥିଲେ ଏବଂ ଜଣେ ସହକର୍ମୀଙ୍କ ଏଟିଏମ୍ କାର୍ଡ ବ୍ୟବହାର କରି ଟଙ୍କା ଉଠାଇଥିଲେ ବୋଲି ଅଧିକାରୀ ସୂଚନା ଦେଇଛନ୍ତି । କନେଷ୍ଟବଲ ଚେତନ୍ସିନ୍ ଚୌଧୁରୀଙ୍କୁ ପୋଲିସ ହେପାଜତରେ ରଖାଯାଇଛି । ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ କରୁଥିବା ଜଣା ପଡିଛି ।
ବ୍ୟୁରୋ ରିପେର୍ଟ,ଇଟିଭି ଭାରତ