ETV Bharat / bharat

SC to Punajb Governor: 'ଆପଣ ନିଆଁ ସହିତ ଖେଳୁଛନ୍ତି, ରାଜ୍ୟରେ ଯାହା ଘଟୁଛି ତାହା ଗମ୍ଭୀର ପ୍ରସଙ୍ଗ'

author img

By ETV Bharat Odisha Team

Published : Nov 10, 2023, 4:17 PM IST

ରାଜ୍ୟ ବିଧାନସଭାରେ ପାରିତ ହୋଇଥିବା ବିଲ୍‌କୁ ପଞ୍ଜାବ ରାଜ୍ୟପାଳ ମଞ୍ଜୁରୀ ନଦେବା ପ୍ରସଙ୍ଗ । ଆପଣ ନିଆଁ ସହିତ ଖେଳୁଛନ୍ତି ବୋଲି କହିଲେ ସର୍ବୋଚ୍ଚ ନ୍ୟାୟାଳୟ । ଅଧିକ ପଢନ୍ତୁ

SC to Punajb Governor
SC to Punajb Governor

ନୂଆଦିଲ୍ଲୀ: ବିଧାନସଭାରେ ପାରିତ ହୋଇଥିବା ବିଧେୟକକୁ ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ମଞ୍ଜୁରୀ ନ ଦେବା ଘଟଣା । ରାଜ୍ୟପାଳଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ଏନେଇ ପଞ୍ଜାବ ରାଜ୍ୟପାଳଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଆପଣ ନିଆଁ ସହିତ ଖେଳୁଛନ୍ତି । ଜନପ୍ରତିନିଧିଙ୍କ ଦ୍ବାରା ଆଗତ ହୋଇଥିବା ବିଲ୍‌କୁ ଏପରି ଅଟକାଇ ରଖାଯାଇପାରିବ ନାହିଁ । ବିଧାନସଭାରେ ଆଗତ ହୋଇଥିବା ବିଲ୍‌ ଭୁଲ ବୋଲି ରାଜ୍ୟପାଳ କହିପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଏନେଇ ସୁପ୍ରିମକୋର୍ଟ ପଞ୍ଜାବ ସରକାରଙ୍କୁ ମଧ୍ୟ ପ୍ରଶ୍ନ କରି କହିଛନ୍ତି । କୋର୍ଟ କହିଛନ୍ତି ଯେ ବିଧାନସଭାର ବଜେଟ ଅଧିବେଶନର ବୈଠକକୁ କାହିଁକି ସ୍ଥଗିତ ରଖାଗଲା ? ଏହାସହିତ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଓ ରାଜ୍ୟପାଳଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଉଭୟ ପଞ୍ଜାବ ରାଜ୍ୟପାଳ ଓ ସରକାରଙ୍କୁ କହିଛନ୍ତି, "ଆମ ଦେଶ ସ୍ଥାପିତ ପରମ୍ପରାକୁ ନେଇ ଚାଲେ ଏବଂ ଏହି ନିୟମର ପାଳନ କରିବା ମଧ୍ୟ ଉଚିତ୍‌ । ପଞ୍ଜାବରେ ଯାହା ସବୁ ଘଟୁଛି, ସେଥିରେ ଆମେ ଖୁସି ନାହୁଁ । ଏହା ଏକ ଗମ୍ଭୀର ତଥା ଚିନ୍ତାଜନକ ବିଷୟ ।"

ଏହା ବି ପଢନ୍ତୁ- ସର୍ବୋଚ୍ଚ ନ୍ୟାୟାଳୟ ତାରିଖ-ପେ-ତାରିଖ କୋର୍ଟରେ ସୀମିତ ନରହୁ: CJI

ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ପ୍ରତିନିଧିତ୍ବ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟକୁ କହିଛନ୍ତି, "କୋର୍ଟ ଏହି ମାମଲାରେ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି । ଏହି ମାମଲାରେ ରାଜ୍ୟପାଳ କୌଣସି ସମାଧାନ ବାହାର କରିବେ ।" ଏପରି ସ୍ଥିତିରେ ବେଞ୍ଚ ପ୍ରଶ୍ନ କରିଥିଲେ ଯେ ଯଦି ସମାଧାନର ରାସ୍ତା ଥିଲା ତେବେ କୋର୍ଟ ଆସିବାର ଆବଶ୍ୟକତା କଣ ଥିଲା ? ଏହାପରେ ସଲିସିଟିର ଜେନେରାଲ କହିଛନ୍ତି ଯେ ଏହି ମାମଲାରେ ସେମାନଙ୍କୁ ଆସନ୍ତା ସୋମବାର ପର୍ଯ୍ୟନ୍ତ କୋର୍ଟ ସମୟ ଦେଇଛନ୍ତି ।

ସୂଚନା ଥାଉ କି ରାଜ୍ୟ ବିଧାନସଭାରେ ପାରିତ ହୋଇଥିବା ବିଲ୍‌କୁ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ମଞ୍ଜୁରୀ ମିଳିବାରେ ବିଳମ୍ବ ହୋଇଥିବା ଅଭିଯୋଗ କରି ପଞ୍ଜାବ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି "ଅସାମ୍ବିଧାନିକ ପ୍ରକ୍ରିୟା" ବୋଲି ଅଭିଯୋଗ କରିଥିଲେ । ଏହାପରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ବିଧାନସଭାରେ ଜନ ପ୍ରତିନିଧିଙ୍କ ଦ୍ବାରା ପାରିତ ହୋଇଥିବା ବିଲ୍‌କୁ ରାଜ୍ୟପାଳ ମଞ୍ଜୁରୀ ନ ଦେବା ପ୍ରସଙ୍ଗ ଗ୍ରହଣୀୟ ନୁହେଁ । ଏହାପରେ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ପ୍ରତିନିଧିତ୍ବ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଏକ ମାସ ସମୟ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.