ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀରେ ଗୋଲାକାର ପଥରକୁ ନେଇ ଏକ ଅନନ୍ୟ ଘଟଣା ଦେଖିବାକୁ ମିଳେ। ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହା ବିଷୟରେ ଜାଣିବାକୁ ଆପଣଙ୍କ ମନରେ ବି ଉତ୍ସାହ ଜାଗ୍ରତ ହେବ। ମଲେଘାଟର ନାରନାଲା ଅଭୟାରଣ୍ୟ ମଲକାପୁର ଗୋଣ୍ଡ ଗାଁ ନିକଟରେ ଦେଖିବାକୁ ମିଳେ ଗୋଲାକାର ପଥର । ନାଳରେ ଥିବା ପ୍ରାୟ ସମସ୍ତ ପଥର ଗୋଲାକାର । ପଥର ଯୋଗୁଁ ଏହି ନାଳ ଗୋଲିଆଦେବ ନାମରେ ବି ପରିଚିତ। ସ୍ଥାନୀୟ ଲୋକେ ଗୋଲିଆଦେବଙ୍କୁ ପୂଜା ମଧ୍ୟ କରନ୍ତି। ଗାଁରେ ମୋଟ 4ଟି ଗୋଲିଆଦେବ ରହିଥିବା ବେଳେ ଜଙ୍ଗଲରେ ପୂଜା ପାଆନ୍ତି ଗୋଲିଆଦେବ।
ପ୍ରତିବର୍ଷ ଏଠାରେ ଗୋଲିଆଦେବଙ୍କୁ ପୂଜା କରାଯାଏ। ଗାଁ ପାଖରେ ଏକ ନଦୀ ରହିଛି। ସେହି ସ୍ଥାନରେ ବଡ଼ ଆକାର ପଥର ଦେଖିବାକୁ ମିଳେ। ଏହାକୁ ହିଁ ଗୋଲିଆ ଭଗବାନ ଭାବରେ ପୂଜା କରାଯାଏ। 1990ରେ ବନ ବିଭାଗ ଲହରରୁ ପ୍ରାୟ 80ଟି ଗୋଲାକାର ପଥର ଉଦ୍ଧାର କରିଥିଲା। କିଛି ପଥରର ଓଜନତ 3ଶହ କେଜିରୁ ଅଧିକ ଥିଲା। ଏଥିରେ ପ୍ରତ୍ନତତ୍ତ୍ବ ବିଭାଗର ବିଜୟ ଭୋସଲେଙ୍କ ବଡ଼ ଯୋଗଦାନ ରହିଥିଲା। ଭୂବିଜ୍ଞାନୀ ବିଜୟ ଭୋସଲେ ହିଁ ଏହି ପଥରର ଆକୃତିର ରାସାୟନିକ ଓ ଯାନ୍ତ୍ରିକ ସଂରଞ୍ଚନାକୁ ବୁଝି ପାରୁଥିଲେ।
ଏହି ପଥର ବିଷୟରେ ବନ ବିଭାଗ ବି ଅଗଗତ ରହିଛି। ଏତେ ବଡ଼ ପଥର ତିଆରି କରିବା ମଣିଷ ପକ୍ଷରେ ସମ୍ଭବ ନୁହେଁ। ଏହି ପଥର ଏଲିଆନମାନେ ତିଆରି କରିଥାଇ ପାରନ୍ତି ବୋଲି କିଛି ରିପୋର୍ଟ ଓ ଡିସ୍କୋଭେରୀ ଚ୍ୟାନେଲ ଦାବି କରିଥିଲା। ଏହି ସ୍ଥାନରୁ କିଛି ପଥର ବାହାରକୁ କାଢ଼ି ଦିଆଯାଇଛି। କିଛି ପଥର ମଲକାପୁର ଗୌଣ୍ଡରୁ ବାହାର କରାଯାଇଥିଲା। ଗାଁ ଲୋକେ ଏହାକୁ ଭଗବାନ ଭାବି ପୂଜା କରୁଛନ୍ତି। କିଛି ପଥର ମଲକାପୁର ଘାଟି ଉପରେ ଏବେ ପଡ଼ି ରହିଛି। ଏହି ପଥର କିଏ ତିଆରି କରିଥିଲେ। ଏହାର ଉଦ୍ଦେଶ୍ୟ କଣ ଥିଲା, ଏହିସବୁ ପ୍ରଶ୍ନର ଉତ୍ତର ଆଜି ବି ମିଳିପାରିନାହିଁ।
ସଠିକ ଗୋଲାକାର ପଥର ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଭୌଗଳିକ ଦୃଷ୍ଟିକୋଣରୁ ଦେଖିଲେ ଉଚ୍ଚତାରୁ ପଡ଼ୁଥିବା ପାଣି ଏହି ପଥର ଆକାରର କାରଣ ହୋଇଥାଇ ପାରେ। ଏହାଦ୍ବାରା ପଥର ଭାଙ୍ଗିଯାଏ ଓ ପାଣିର ସ୍ରୋତ ସହ ବହିଯାଏ। ଏହି ସମୟରେ ପଥର ପରସ୍ପର ମଧ୍ୟରେ ବାଡ଼େଇ ହେବା ଫଳରେ ଘର୍ଷଣ ସୃଷ୍ଟି ହୁଏ। ଏହି ପ୍ରକ୍ରିୟା ଯୋଗୁଁ ପଥରକୁ ଗୋଲ ଆକାର ମିଳିଯାଏ। ଏହି ପଥର ଖଣିଜ ସମୃଦ୍ଧ, ଏଥିପାଇଁ ପଥରରୁ ରାସାୟନ କ୍ଷରଣ ହୁଏ। ଗୋଲାକାର ପଥର ପଛରେ ଏହା ହିଁ କାରଣ ହୋଇଥାଇ ପାରେ।
ଯଦି ଆପଣଙ୍କ ମଧ୍ୟରେ ବି ଭୌଗଳିକ ରହସ୍ୟକୁ ନେଇ କିଛି ଜାଣିବାର ଉତ୍ସାହ ରହିଛି, ତେବେ ଆପଣ ମହାରାଷ୍ଟ୍ରର ଗୋଲିଆଦେବକୁ ନିଶ୍ଚୟ ବୁଲି ଆସିବା ଆବଶ୍ୟକ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ