ETV Bharat / bharat

UP: ଘର ଛାତ ଭୁଶୁଡି ଯିବାରୁ ଗୋଟିଏ ପରିବାରର ୫ ମୃତ - ଛାତ ଭୁଶୁଡି ବାମାମାଆ ଓ ଛୁଆ ମୃତ

ହଠାତ୍ ଭୁଶୁଡି ପଡିଲା ଘର ଛାତ । ଏହା ତଳେ ଚାପି ହୋଇ ବାପାମାଆ ସହ ୩ ଛୁଆଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଘର ଛାତ ଭୁଶୁଡି ଯିବାରୁ ଗୋଟିଏ ପରିବାରର ୫ ମୃତ

author img

By ETV Bharat Odisha Team

Published : Sep 16, 2023, 11:59 AM IST

ଲକ୍ଷ୍ନୌ: ଏମିତି ବି ଆସେ ମୃତ୍ୟୁ । ବାପାମାଆ ଓ ୩ ପିଲା ଘରେ ଶୋଇଥିଲେ । ହଠାତ୍ ଭୁଶୁଡି ପଡିଲା ଘରର ଛାତ । ଭଙ୍ଗା ଛାତ ତଳେ ଚାପି ହୋଇଯିବାରୁ ଏକାଥରେ ଚାଲିଗଲା ୫ ଜୀବନ । ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆଜି(ଶନିବାର) ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ଘରର ଛାତ ଭୁଶୁଡି ପଡିବାରୁ ଗୋଟିଏ ପରିବାରର ୫ ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିଜନଙ୍କୁ ସମବେଦନା ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ଲକ୍ଷ୍ନୌ ଆଲମବାଗ ସ୍ଥିତ ରେଲୱେ କଲୋନୀରେ ଆଜି(ଶନିବାର) ସକାଳେ ଏହି ଅଘଟଣ ଘଟିଛି । ଏହି କଲୋନୀରେ ସତୀଶ ଚନ୍ଦ୍ର ନିଜର ପତ୍ନୀ ସରୋଜିନୀ ଦେବୀ(୩୫), ଝିଅ ହର୍ଷିତା (୧୦), ଦୁଇ ପୁଅ ହର୍ଷିତ(୧୩) ଓ ଅଂଶ(୧୦) ସହ ରହୁଥିଲେ । କିଛି ଦିନ ପୂର୍ବରୁ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା, ଯିଏକି ରେଲୱେ କର୍ମଚାରୀ ଥିଲେ । ମାଆଙ୍କ ଦେହାନ୍ତ ପରେ ସତୀଶଙ୍କୁ ରେଲୱେରେ ଚାକିରି ମିଳିଥିଲା ।

ଏହାମଧ୍ୟ ପଢନ୍ତୁ: ଏହାମଧ୍ୟ ପଢନ୍ତୁ: ARTO checking: ଗାଡ଼ି ଚେକିଂ ପାଇଁ ଟାଣ ଖରାରେ ୩ ଘଣ୍ଟା ଅଟକିଲା ବସ୍‌, ୨ ଯାତ୍ରୀଙ୍କ ମୃତ୍ୟୁ

ଆଜି ସକାଳେ ଘରେ ସେ ନିଜର ପତ୍ନୀ ଓ ପିଲାଙ୍କ ସହ ଘରେ ଥିବାବେଳେ ହଠାତ୍ ଛାତ ଭୁଶୁଡି ପଡିଥିଲା । ଫଳରେ ପୁରା ପରିବାର ଏହାତଳେ ଦବି ଯାଇଥିଲେ । ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ରେଲୱେ କଲୋନୀରେ ଥିବା ଉକ୍ତ କୋଠାଟି ଖୁବ୍ ପୁରୁଣା ହୋଇଥିବାରୁ ଛାତ ଭୁଶୁଡି ଯାଇଥିବା ସନ୍ଦେହ କରାଯାଉଛି । କୋଠା ଭଗ୍ନାବଶେଷ ଆଉ କେହି ଫସିଥିବାର ଆଶଙ୍କ କରି ଏହାକୁ ସଫା କରାଯାଉଛି ।

ୟୁପି ମୁଖ୍ୟମନ୍ତ୍ରୀ ସମେତ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ମଧ୍ୟ ଏହି ଅଘଟଣର ଗଭୀର ଦୁଃଖ ବ୍ୟକ୍ତି କରିଛନ୍ତି । ଏନେଇ ସେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ କଥାହୋଇ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୀଡିତ ପରିବାରର ପରିଜନଙ୍କୁ ସରକାରଙ୍କୁ ପକ୍ଷରୁ ଯଥାସମ୍ଭବ ସହାୟତା ପ୍ରଦାନ କରାଯିବ ବୋଲି ପାଠକ ଆଶ୍ବସନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.