ETV Bharat / bharat

'ଭାରତ ମାତା' ମନ୍ଦିର, ଯେଉଁଠି ରହିଛି ଅଖଣ୍ଡ ଭାରତର ଏକମାତ୍ର ମାନଚିତ୍ର - ଅମୃତ ମହୋତ୍ସବ

ଭାରତର ସ୍ବାଧୀନତା ସଂଗ୍ରାମ ସମୟରେ ଅନେକ ଐତିହାସିକ ସ୍ଥାନର ଭୂମିକା ରହିଛି । ଯେଉଁଥିରେ ସାମିଲ ହୋଇଛି ଉତ୍ତରପ୍ରଦେଶ ଧର୍ମ ନଗର ବାରଣାସୀର 'ଭାରତ ମାତା' ମନ୍ଦିର । ଏଠାରେ ରହିଛି ମାର୍ବଲରେ ନିର୍ମିତ ଅଖଣ୍ଡ ଭାରତର ଅଦ୍ଭୁତ 3D ମ୍ୟାପ୍‌ । ଏଥିରେ କାଜାକିସ୍ତାନ, ପାକିସ୍ତାନ, ଆଫଗାନିସ୍ତାନ, ଶ୍ରୀଲଙ୍କା ଆଦି ଦେଶ ସାମିଲ ରହିଛନ୍ତି । ବିଶ୍ବରେ ଅଖଣ୍ଡ ଭାରତକୁ ଦର୍ଶାଉଥିବା କେବଳ ଏହି ଗୋଟିଏ ମାତ୍ର ମାନଚିତ୍ର ରହିଛି, ଯାହାକୁ ଦେଖିବା ପାଇଁ ଦେଶ ବିଦେଶରୁ ଏଠାରେ ଜମିଥାଏ ପର୍ଯ୍ୟଟକଙ୍କ ଭିଡ଼ । ତେବେ ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ଇଟିଭି ଭାରତର ଏହି ସ୍ବତନ୍ତ୍ର ସିରିଜରେ ଜାଣନ୍ତୁ ଏହି ଭଗବାନ ଶୂନ୍ୟ ମନ୍ଦିରର ମାହାତ୍ମ୍ୟ ସମ୍ପର୍କରେ.....

'ଭାରତ ମାତା' ମନ୍ଦିର, ଯେଉଁଠି ରହିଛି ଅଖଣ୍ଡ ଭାରତର ଏକମାତ୍ର ମାନଚିତ୍ର

author img

By

Published : Oct 16, 2021, 6:04 AM IST

ଲକ୍ଷ୍ନୌ: ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ । ଏହି ଦିନ ଭାରତୀୟଙ୍କୁ ବ୍ରିଟିଶଙ୍କ ଗୁଲାମିରୁ ମିଳିଥିଲା ଆଜାଦି । ଏହାରି ମଧ୍ୟରେ ବିତିଯାଇଛି ୭୪ ବର୍ଷ । ଆଜି ଦେଶ ସ୍ବାଧୀନତାର ୭୫ତମ ବର୍ଷକୁ ପାଳନ କରୁଛି । ଦେଶର ଏହି ଗୌରବଶାଳୀ ଇତିହାସକୁ ଭାରତର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ସରକାର ଆରମ୍ଭ କରିଛନ୍ତି 'ଅମୃତ ମହୋତ୍ସବ' । ଏହାରି ମାଧ୍ୟମରେ ଅନେକ ବିପ୍ଲବୀଙ୍କ କାହାଣୀ ସମ୍ପର୍କରେ ଅବଗତ ହେଉଛନ୍ତି ଦେଶବାସୀ । ଏହି କାହାଣୀଗୁଡି଼କ ମଧ୍ୟରେ ରହିଛି ଉତ୍ତରପ୍ରଦେଶ ଧର୍ମନଗର ବାରଣାସୀରେ ଥିବା ଅଦ୍ଭୁତ ମନ୍ଦିର । ଯାହାକି 'ଭାରତ ମାତା' ମନ୍ଦିର ନାମରେ ବେଶ ଜଣାଶୁଣା ।

'ଭାରତ ମାତା' ମନ୍ଦିର, ଯେଉଁଠି ରହିଛି ଅଖଣ୍ଡ ଭାରତର ଏକମାତ୍ର ମାନଚିତ୍ର

ଭାରତମାତା ମନ୍ଦିର ଦେଶ ବିଦେଶରୁ ଅନେକ ପର୍ଯ୍ୟଟକଙ୍କୁ ଏଠାକୁ ଆକୃଷ୍ଟ କରିଥାଏ । ଏହା ଏକ ମନ୍ଦିର, କିନ୍ତୁ ଭିତରକୁ ପ୍ରବେଶ କରିବା ପରେ ଏଠାରେ କୌଣସି ମୂର୍ତ୍ତି କିମ୍ବା ଦେବତାଙ୍କର ଫଟୋ ଦେଖିବାକୁ ମିଳେ ନାହିଁ । କାରଣ ଏଠାରେ ରହିଛି ମାକ୍ରାନା ମାର୍ବଲରେ ନିର୍ମିତ ଅଦ୍ଭୁତପୂର୍ବକ ୩D ମାନଚିତ୍ର । ମହାତ୍ମା ଗାନ୍ଧୀ କାଶି ବିଦ୍ୟାପୀଠ ପରିସରରେ ରହିଛି ଏହି ଭବ୍ୟ ମନ୍ଦିର । ସମ୍ପୂର୍ଣ୍ଣ ବିଶ୍ବରେ ଅଖଣ୍ଡ ଭାରତର ଏହି ମାନଚିତ୍ର ଏଠାରେ ରହିଛି । ଏଥିରେ ଆଫଗାନିସ୍ତାନ, ବାଲୁଚିସ୍ତାନ, ପାକିସ୍ତାନ, ବାଙ୍ଗଲାଦେଶ, ବର୍ମା(ବର୍ତ୍ତମାନର ମିଆଁମାର), ସିଲନ(ବର୍ତ୍ତମାନର ଶ୍ରୀଲଙ୍କା) ଆଦି ଭାଗକୁ ମାର୍ବଲରେ ଦର୍ଶାଯାଇଛି ।

ବାରଣାସୀରେ ରହିଥିବା ଏହି ମନ୍ଦିରର ନିର୍ମାଣ ଶୈଳୀ ବେଶ ଆକର୍ଷଣୀୟ । ନିର୍ମାଣରେ ଲାଲ ପଥର, ମାକ୍ରାନା ମାର୍ବଲ ଏବଂ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ବ୍ୟବହୃତ ହୋଇଛି । ବାବୁ ଶିବ ପ୍ରସାଦ ଗୁପ୍ତା ମହାତ୍ମା ଗାନ୍ଧୀଙ୍କଠାରୁ ଅନୁମୋଦନ ନେବା ପରେ 1917 ମସିହାରେ ଏହି ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ । ୧୯୧୭ ମସିହା ଅବିଭକ୍ତ ଭାରତ ଆଧାରରେ ଏହି ମାନଚିତ୍ର ନିର୍ମାଣ ହୋଇଥିଲା । ସମୁଦ୍ରଗର୍ଭଠୁ ଆରମ୍ଭ କରି ପାହାଡ଼ ପର୍ଯ୍ୟନ୍ତ ସମସ୍ତ ସ୍ଥାନକୁ ଏଠାରେ ଦର୍ଶାଯାଇଛି । ଏଥିରେ ୨ଟି ବଡ଼ ନଦୀ ଓ ୮୦୦ ଛୋଟ ନଦୀ ସମେତ ୪୫୦ ପାହାଡ଼ର ଶିଖରକୁ ଦର୍ଶାଯାଇଛି । ଏହି ମନ୍ଦିରରେ କେବଳ ଭାରତ ମାତାଙ୍କ ରାଷ୍ଟ୍ରୀୟ ଧ୍ବଜ ମଧ୍ୟ ଲଗାଯାଇଛି ।

୧୯୨୪ ମସିହାରେ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । କିନ୍ତୁ ଇଂରେଜଙ୍କ ରାଜୁତି ଯୋଗୁଁ ଖୋଲିପାରିନଥିଲା ମନ୍ଦିରର ଦ୍ବାର । ପ୍ରାୟ ୧୨ ବର୍ଷ ପରେ ୧୯୩୬ ମସିହା ଅକ୍ଟୋବରରେ ଜାତିର ପିତା ମହାତ୍ମା ଗାନ୍ଧୀ ଏହି ମନ୍ଦିରର ଉଦଘାଟନ କରିଥିଲେ । ବାରଣାସୀରର ସବଜିମଣ୍ଡି ଅଞ୍ଚଳରେ ଥିବା ଏହି ମନ୍ଦିରଟି ଦେଶପ୍ରେମୀ ଓ ରାଷ୍ଟ୍ରବାଦୀଙ୍କର ପ୍ରମୁଖ ସ୍ଥଳ ଥିଲା । ଏହି ମନ୍ଦିରରେ ମହାତ୍ମା ଗାନ୍ଧୀଙ୍କ ସମେତ ରହିଛି ଅନେକ ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋ, ଯାହାକି ପରାଧୀନ ଭାରତର କାହାଣୀ ବଖାଣିଥାଏ ।

୧୯୧୭ ମସିହା ଶେଷ ଭାଗରେ ବାବୁ ଶିବ ପ୍ରସାଦ ଗୁପ୍ତା ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ବିପ୍ଳବୀମାନେ ବ୍ରିଟିଶଙ୍କ କବଳରୁ ଲୁଚିବା ପାଇଁ ଏହି ମନ୍ଦିରର ମଧ୍ୟ ବ୍ୟବହାର କରୁଥିଲେ । ସେହି ସମୟରେ ବିପ୍ଳବୀମାନେ ପାଠ ପଢିବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ମନ୍ଦିରରେ ଉଭୟ ଧନୀ ଗରିବ ଶ୍ରେଣୀର ବିପ୍ଳବୀମାନେ ଆସି ପାଠ ପଢୁଥିଲେ । ବର୍ତ୍ତମାନ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଏକମାତ୍ର ଅଖଣ୍ଡ ଭାରତର ମାନଚିତ୍ର ଦେଖିବା ପାଇଁ ଏଠାକୁ ଆସିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.