ETV Bharat / bharat

ଟ୍ରାକରେ ବିଶାଳ ଲୁହାରଡ ରଖିଥିଲେ ଦୁର୍ବୃତ୍ତ, ଲୋକୋ ପାଇଲଟଙ୍କ ସତର୍କତାରେ ଟଳିଲା ଟ୍ରେନ୍‌ ଦୁର୍ଘଟଣା - ଆନ୍ଧ୍ର ପ୍ରଦେଶ ଖବର

ଆନ୍ଧ୍ରରେ ଟଳିଲା ବଡ ଧରଣ ଟ୍ରେନ ଦୁର୍ଘଟଣା । ଟ୍ରାକରେ ଦୁର୍ବୃତ୍ତ ରଖିଥିଲେ 2 ମିଟର ଲମ୍ବ ଲୁହାରଡ । ବେଗ ନିୟନ୍ତ୍ରଣ କରି ଦୁର୍ଘଟଣା ଟାଳିଲେ ଲୋକୋ ପାଇଲଟ । ଘଟଣାର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ଆନ୍ଧ୍ରରେ ଟଳିଲା ବଡ ଧରଣ ଟ୍ରେନ ଦୁର୍ଘଟଣା, ଟ୍ରାକରେ ଖସିଲା 2 ମିଟର ଲମ୍ବ ଲୁହାରଡ

author img

By

Published : Jul 30, 2023, 6:13 PM IST

ଅମରାବତୀ: ଆନ୍ଧ୍ର ପ୍ରଦେଶରେ ଏକ ବଡ ଧରଣର ଟ୍ରେନ୍‌ ଦୁର୍ଘଟଣା ଟଳିଛି । ରେଳ ଧାରଣାରେ ଏକ ବିଶାଳ ଲୁହାରଡ ରଖିଥିଲେ କେହି ଦୁର୍ବୃତ୍ତ । ହେଲେ ଲୋକୋ ପାଇଲଟଙ୍କ ସାବଧାନତା ଓ ଉପସ୍ଥିତି ବୁଦ୍ଧି ଯୋଗୁଁ ଦୁର୍ଘଟଣା ଟଳିଛି । ଆନ୍ଧ୍ର ପ୍ରଦେଶ ନେଲୋର ଜିଲ୍ଲାର କଭାଲି ଏବଂ ବିଟ୍ରାଗୁଣ୍ଟା ରେଳ ଷ୍ଟେସନ ମଧ୍ୟରେ ନରସାପୁରରୁ ଧର୍ମଭାରମ ମଧ୍ୟରେ ଯାତ୍ରା କରୁଥିବା ଏକ ଏକ୍ସପ୍ରେସ ଟ୍ରେନ ଏହି ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଛି । ଏହି ରୁଟ୍‌ରେ ମୁସୁନୁର ନିକଟରେ ଦୁର୍ବୃତ୍ତମାନେ ରେଳ ଧାରଣା ଉପରେ ଦୁଇ ମିଟର ଲମ୍ବ ଏକ ବିଶାଳ ଲୁହାରଡ ରଖିଥିଲେ । ଯାହା ଟ୍ରେନକୁ ଦୁର୍ଘଟଣାଗ୍ରସ୍ତ କରାଇବା ଷଡ଼ଯନ୍ତ୍ରରେ ରଖାଯାଇଥିଲା ସନ୍ଦେହ କରାଯାଉଛି । ଯେଉଁଥିରେ ଦୃତଗତିରେ ଧକ୍କା ଖାଇବା ପରେ ରେଳ ଇଞ୍ଜିନ ଲାଇନଚ୍ୟୁତ ହେବାର ଯଥେଷ୍ଟ ଆଶଙ୍କା ମଧ୍ୟ ରହିଥିଲା ।

ହେଲେ ଟ୍ରେନର ଲୋକୋ ପାଇଲଟ୍ ଧାରଣାରେ ଥିବା ଏହି ବିଶାଳ ଲୁହାଛଡକୁ କିଛି ଦୂରରୁ ଦେଖିପାରି ତୁରନ୍ତ ଟ୍ରେନ୍‌ର ବେଗ ନିୟନ୍ତ୍ରଣ କରିଥିଲେ । ଟ୍ରେନର ଗତି ମନ୍ଥର ହୋଇ ରଡ ଖଣ୍ଡକୁ ଧକ୍କା ଦେଇଥିଲା । ରଡଟି ରେଳ ଧାରଣା ବାହାରକୁ ଛିଟିକି ପଡିବାରୁ ଟ୍ରେନ ଇଞ୍ଜିନ ଲାଇନଚ୍ୟୁତ ହେବାରୁ ବର୍ତ୍ତି ଯାଇଥିଲା । ପରେ ଲୋକୋ ପାଇଲଟ୍ ତୁରନ୍ତ ଟ୍ରେନକୁ ଅଟକାଇଲେ । ଘଟଣା ସମ୍ପର୍କରେ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ଟ୍ରେନରେ ନିଆଁ ଲାଗିଥିବା ଗୁଜବ, ନଦୀକୁ ଡେଇଁଲେ ଯାତ୍ରୀ !

ସେହିପରି ଜୁଲାଇ 23 ତାରିଖରେ ଲକ୍ଷ୍ନୌରୁ ଚଣ୍ଡିଗଡ଼ ଅଭିମୁଖେ ଯାଉଥିବା ସଦଭାବନା ଏକ୍ସପ୍ରେସରେ ନିଆଁ ଲାଗିଯାଇଥିବା ଗୁଜବ କାରଣରୁ କିଛି ଯାତ୍ରୀ ନଦୀକୁ ଡେଇଁ ପଡିଥିବା ଦେଖିବାକୁ ମିଳିଥିଲା । ଉତ୍ତରାଖଣ୍ଡର ଲକ୍ସର ଅଞ୍ଚଳରେ କେହି ଜଣେ ଯାତ୍ରୀ ଚେନ୍‌ ପୁଲିଂ କରିଥିଲେ । ଯାହାଫଳରେ ଟ୍ରେନ୍‌ଟି ବାଣଗଙ୍ଗା ପୋଲ ଉପରେ ଅଟକି ଯାଇଥିଲା । ଅଚାନକ ଟ୍ରେନ୍‌ରେ ବ୍ରେକ୍‌ ଲାଗିବା କାରଣରୁ ବ୍ରେକ ପାର୍ଟରୁ ଧୂଆଁ ବାହାରିବାକୁ ଲାଗିଲା ।

ଧୂଆଁ ଦେଖି ଟ୍ରେନରେ ଥିବା ଯାତ୍ରୀମାନେ ଟ୍ରେନରେ ନିଆଁ ଲାଗିଯାଇଥିବା ସନ୍ଦେହରେ ଭୟଭୀତ ହୋଇପଡ଼ିଥିଲେ । ନିଆଁ ଲାଗିଥିବା ଗୁଜବ ଟ୍ରେନର ଅନ୍ୟ ବଗିକୁ ପ୍ରସାରିତ ହେବା ପରେ ଯାତ୍ରୀମାନେ ଟ୍ରେନରୁ ଡେଇଁ ଜୀବନ ବଞ୍ଚାଇବା ପାଇଁ ପ୍ରୟାସ କରିଥିଲେ । ଏହାରି ମଧ୍ୟରେ କିଛି ଯାତ୍ରୀ ପୋଲ ଉପରୁ ନଦୀକୁ ଡେଇଁ ପଡ଼ିଥିଲେ । ଏଥିରେ କାହାରି ମୃତାହତ ସୂଚନା ନାହିଁ । ପରେ ଟ୍ରେନରେ କୌଣସି ନିଆଣ ଲାଗିନଥିବା ଓ ଏମରଜେନ୍ସି ବ୍ରେକ୍‌ କାରଣରୁ ଧୂଆଁ ବାହାରିଥିବା ଜଣାପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.