ଲକ୍ଷ୍ନୌ: ଯମୁନା ଏକ୍ସପ୍ରେସ ଓ୍ବେରେ ମର୍ମନ୍ତୁତ ସଡକ ଦୁର୍ଘଟଣା । ଡମ୍ପରକୁ ପଛପଟୁ ଧକ୍କାଦେଲା ବୋଲେରୋ । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଗ୍ରେଟର ନୋଏଡାର ଜେବର ଥାନା ଅନ୍ତର୍ଗତ ଯମୁନା ଏକ୍ସପ୍ରେସ ଓ୍ବେରେ ଆଜି(ଗୁରବାର) ସକାଳ ୫ଟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଗୋଟିଏ ବୋଲେରୋରେ ୭ଜଣ ଆଗ୍ରାରୁ ନୋଏଡା ଯାଉଥିଲେ । ଜେବର ଟୋଲପ୍ଲାଜା ଠାରୁ ୪୦ କିଲୋମିଟର ମାଇଲଷ୍ଟୋନ ପାଖରେ ବୋଲେରୋଟି ଭାରସାମ୍ୟ ହରାଇ ଡମ୍ପରକୁ ପଛପଠୁ ଧକ୍କା ଦେଇଥିଲା ।
ବୋଲେରୋର ଗତି ଅଧିକ ରହିଥିବା କାରଣରୁ ବୋଲେରୋଟି ଡମ୍ପର ଭିତରକୁ ପସିଯାଇଥିଲା । ଖବରପାଇ ପୋଲିସ ଙଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ସ୍ଥାନୀୟ କୈଳାସ ହସ୍ପିଟାଲରେ ଭର୍ତ୍ତି କରିଥିଲା । ତେବେ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ପୋଲିସ ଘଟଣାସ୍ଥଳରୁ ୨ଟି ଗାଡିକୁ ଜବତ କରିଛି ।