ETV Bharat / bharat

ମଧ୍ୟପ୍ରଦେଶରେ ବସକୁ ପିଟିଲା ଡମ୍ପର; ୭ ମୃତ, ୧୩ ଆହତ

author img

By

Published : Oct 1, 2021, 9:38 AM IST

Updated : Oct 1, 2021, 9:45 AM IST

ମଧ୍ୟପ୍ରଦେଶର ଜାତୀୟ ରାଜପଥ 719ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସକୁ ପିଟିଲା ଡମ୍ପର । ଏହି ବସ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ବସକୁ ପିଟିଲା ଡମ୍ପର ; ୭ ମୃତ, ୧୩ ଆହତ
ବସକୁ ପିଟିଲା ଡମ୍ପର ; ୭ ମୃତ, ୧୩ ଆହତ

ଭୋପାଳ: ମଧ୍ୟପ୍ରଦେଶର ଜାତୀୟ ରାଜପଥ 719ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସକୁ ପିଟିଲା ଡମ୍ପର । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ମଧ୍ୟପ୍ରଦେଶର ଗୋହାଡରେ ଏ ଦୁର୍ଘଟଣାଟି ଘଟିଛି ।

ମଧ୍ୟପ୍ରଦେଶରେ ବସକୁ ପିଟିଲା ଡମ୍ପର; ୭ ମୃତ, ୧୩ ଆହତ

ସୂଚନା ଅନୁସାରେ, ଯାତ୍ରୀବାହୀ ବସଟି ଏକାଧିକ ଯାତ୍ରୀଙ୍କୁ ନେଇ ଗ୍ବାଲିୟରରୁ ବରେଲି ଯାଉଥିଲା । ଏହି ସମୟରେ ଏକ ଡମ୍ପରଟି ବସଟିକୁ ଧକ୍କା ଦେଇଥିଲା । ଫଳରେ ବସରେ ଥିବା ୭ ଜଣଙ୍କ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏ ଖବର ଜଣାପଡିବା ପରେ ଘଟଣାସ୍ଥଳରେ ପହଞ୍ଚି ଥିଲା ପୋଲିସ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ଏବଂ ଚିକିତ୍ସା ପାଇଁ ଗୋଡାଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ଅବସ୍ଥା ଜାଣିବା ପାଇଁ ମେଡିକାଲରେ ପହଞ୍ଚିଛନ୍ତି ଏସପି ।

ତେବେ, ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ବସଟି କିଭଳି ଭାବରେ ଦୁର୍ଘଟଣାଗ୍ରସ୍ତ ହେଲା ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 1, 2021, 9:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.