ETV Bharat / bharat

ଭ୍ୟାନକୁ ଧକ୍କା ଦେଲା ଟ୍ରକ; 5 ମୃତ, 15 ଗୁରୁତର - କୁଣ୍ଡଳି ଏକ୍ସପ୍ରେସ ଓ୍ବେରେ ସଡକ ଦୁର୍ଘଟଣା

ହରିୟାଣାର ସୋନିପତ ଜିଲ୍ଲା ଅନ୍ତର୍ଗତ କୁଣ୍ଡଳି ମାନେସର ପଲଓ୍ବଲ ଏକ୍ସପ୍ରେସ ଓ୍ବେରେ ଭୟଙ୍କର ସଡକ ଦୁର୍ଘଟଣା । ଶ୍ରମିକମାନଙ୍କୁ ନେଇ ପିକ ଭ୍ୟାନ ଯାଉଥିବା ବେଳେ ପଛପଟୁ ଧକ୍କା ଦେଲା ଟ୍ରକ । 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 15ଜଣ ଗୁରୁତର । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଗକୁ ପଢନ୍ତୁ

ଭ୍ୟାନକୁ ଧକ୍କା ଦେଲା ଟ୍ରକ; 5 ମୃତ, 15 ଗୁରୁତର

author img

By ETV Bharat Odisha Team

Published : Oct 13, 2023, 2:28 PM IST

ଚଣ୍ଡିଗଡ: ହରିୟାଣାର ସୋନିପତ ଜିଲ୍ଲା ଅନ୍ତର୍ଗତ କୁଣ୍ଡଳି ମାନେସର ପଲଓ୍ବଲ ଏକ୍ସପ୍ରେସ ଓ୍ବେରେ ଭୟଙ୍କର ସଡକ ଦୁର୍ଘଟଣା । ଶ୍ରମିକମାନଙ୍କୁ ନେଇ ପିକ ଭ୍ୟାନ ଯାଉଥିବା ବେଳେ ପଛପଟୁ ଧକ୍କା ଦେଲା ଟ୍ରକ । ଏହି ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 15ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି ।

ଏହାମଧ୍ୟ ପଢନ୍ତୁ..Watch: ବେପରୁଆ ବାଇକ ଚାଳନା, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ଆଜି(ଶୁକ୍ରବାର) ସକାଳ ସମୟରେ ହରିୟାଣାର ସୋନିପତ ଜିଲ୍ଲା ଖରଖୌଦା ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୋନିପତ କୁଣ୍ଡଳି ମାନେସର ପଲଓ୍ବଲ୍‌ ଏକ୍ସପ୍ରେସ୍‌ ଓ୍ୱେ'ରେ ଶ୍ରମିକମାନେ ଏକ ପିକ୍‌ଅପ୍‌ ଭ୍ୟାନରେ ଯାଉଥିବା ବେଳେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ 5 ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 15ଜଣ ଗୁରୁତର ଆହତ ହୋଇଥିଲେ । ଖବର ପାଇ ସୋନିପତ ପୋଲିସ ଓ ଏକ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କୁ ଉଦ୍ଧାର କରିବା ସହ ସମସ୍ତଙ୍କୁ ହସ୍ପିଟାଲକୁ ପଠାଯାଇଥିଲା । ଅନ୍ୟପଟେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସୋନିପତ ସିଭିଲ ହସ୍ପିଟାଲରେ ରଖାଯାଇଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି । ରାସ୍ତା ପାର୍ଶ୍ବରେ ଥିବା ସିସିଟିଭି ଫୁଟେଜ୍‌ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ପୋଲିସ ଯାଞ୍ଚ ଜାରି ରଖିଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ..ଦୁର୍ଘଟଣା ପରେ ଜଳିଗଲା କାର, ଗୋଟିଏ ପରିବାରର 4 ଜୀବନ୍ତ ଦଗ୍ଧ

ସୂଚନାଅନୁଯାୟୀ, ଆଜି ସକାଳ ସମୟରେ ଏହି ପିକ୍‌ଅପ୍‌ ଭ୍ୟାନ୍‌ଟି ପାଖାପାଖି 26 ଜଣ ଶ୍ରମିକଙ୍କୁ ନେଇ ଉତ୍ତରପ୍ରଦେଶର ଲଖିମପୁର ଓ ହରଦୋଇରୁ ଇଜ୍ଜର ଯାଉଥିଲା । ଏହି ଶ୍ରମିକମାନେ ଇଜ୍ଜର ଧାନ କାଟିବା ପାଇଁ ଯାଉଥିବା ସୂଚନା ରହିଛି । ସମସ୍ତ ଶ୍ରମିକ ଉତ୍ତରପ୍ରଦେଶର ଶାହଜହାନପୁର ଜିଲ୍ଲାର ହୋଇଥିବା ଜଣାପଡ଼ିଛି ।

ପ୍ରକାଶଯୋଗ୍ୟ, କୁଣ୍ଡଳି ମାନେସର ପଲବଲ ଏକ୍ସପ୍ରେସ୍‌ ଓ୍ବେ'ରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି । ଏହାପୂର୍ବରୁ ଅକ୍ଟୋବର 7ତାରିଖ ଦିନ ନୁହ ନିକଟରେ କୁଣ୍ଡଳି ମାନେସର ପଲବଲ ଏକ୍ସପ୍ରେସ ଓ୍ବେରେ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ 4 ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ନୁହ ନିକଟସ୍ଥ କେଏମପିଠାରେ ଏକ ଟ୍ରକ ଛିଡାହୋଇଥିଲା । ପଛପଟୁ ଏକ ଟ୍ରକ ସାମ୍ନା ଟ୍ରକକୁ ଧକ୍କା ଦେଇଥିଲା । ଯାହାପରେ ଗାଡି ସାମ୍ନାରେ ଥିବା 3ଟି ଗାଡି ଉପରେ ଟ୍ରକ ଚଢିଯାଇଥିଲା । ସେହି ଗାଡି ମଧ୍ୟରେ ପୋଲିସ ମଧ୍ୟ ସାମିଲ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.