ETV Bharat / bharat

ଉତ୍ତରପ୍ରଦେଶରେ ଛାତିଥରା ଦୁର୍ଘଟଣା 18 ମୃତ, 15 ଆହତ: ସହାୟତା ଘୋଷଣା କଲେ PM

author img

By

Published : Jul 28, 2021, 7:09 AM IST

Updated : Jul 28, 2021, 10:16 AM IST

ଉତ୍ତରପ୍ରଦେଶ ବାରବାଙ୍କୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

road accident in barabanki of uttar pradesh
UP ବାରବାଙ୍କୀରେ ମର୍ମନ୍ତୁଦ ଦୁର୍ଘଟଣା ;18 ମୃତ ,୧୫ ଆହତ

ଲକ୍ଷ୍ମୌ: ଉତ୍ତରପ୍ରଦେଶ ବାରବାଙ୍କୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଆହତଙ୍କ ଚିକିତ୍ସା ଜାରି ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲକ୍ଷ୍ନୌ ଅଯୋଧ୍ୟା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଲକ୍ଷ୍ନୌ ଅଯୋଧ୍ୟା ଜାତୀୟ ରାଜପଥରେ ଏକ ବସ ହରିୟାଣାରୁ ବିହାର ଅଭିମୁଖେ ଯାତ୍ରା କରୁଥିଲା । ଏହି ସମୟରେ କୈଣସି କାରଣରୁ ବସଟି ରାସ୍ତାରେ ଖରାପ ହୋଇଯାଇଥିଲା । ଫଳରେ କଲ୍ୟାଣୀ ନଦୀ ବିଜ୍ର ନିକଟରେ ବସଟିକୁ ଡ୍ରାଇଭର ଓ କଣ୍ତକ୍ଟର ମରାମତି କରୁଥିଲେ । ଏହି ସମୟରେ ଲକ୍ଷ୍ନୌ ଆଡୁ ଦ୍ରୃତ ଗତିରେ ଆସୁଥିବା ଏକ ଟ୍ରକ ବସକୁ ଧକ୍କା ଦେଇଥିଲା ।

ଫଳରେ ଘଟଣାସ୍ଥଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡିକାଲ ନେବା ବାଟରେ ୭ ଜଣ ଆଖି ବୁଜିଥିଲେ । ଏବଂ ୧୫ ଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଥିବା ଯାତ୍ରୀଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସରଜମିନ ତଦନ୍ତ କରୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଡିଜି ପହଞ୍ଚିଛନ୍ତି । ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ଏହି ଦୁର୍ଘଟଣା ବୁଧବାର ବିଳମ୍ବିତ ରାତି ସାଢେ ଗୋଟାଏ ବେଳେ ଘଟିଥିବା ଜଣାପଡିଛି । ଏନେଇ ଲକ୍ଷ୍ନୌ ଏଡିଜି ସୂଚନା ଦେଇଛନ୍ତି ।

ସେପଟେ, ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଲୋକସଭା ବାଚସ୍ପତି ଓମ ବିର୍ଲା । ଏଥିରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ପିଏମ । ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ଏନେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି । ଏହାସହ ଆହତଙ୍କୁ ୫୦ ହଜାର ସହାୟତା ରାଶି ମଧ୍ୟ ଯୋଗାଇ ଦିଆଯିବ ।

  • PM @narendramodi announced an ex-gratia of Rs. 2 lakh each from PMNRF for the next of kin of those who lost their lives in the tragic accident in Barabanki. The injured would be given Rs. 50,000 each.

    — PMO India (@PMOIndia) July 28, 2021 " class="align-text-top noRightClick twitterSection" data=" ">

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଘଟଣାକୁ ନେଇ ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିଛନ୍ତି । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରଭୁ ଶ୍ରୀ ରାମଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

  • जनपद बाराबंकी के रामसनेहीघाट क्षेत्र में घटित सड़क हादसे में लोगों की मृत्यु अत्यंत दुःखद है।

    मेरी संवेदनाएं शोकाकुल परिजनों के साथ हैं।

    प्रभु श्री राम से प्रार्थना है कि दिवंगत आत्माओं को अपने श्री चरणों में स्थान तथा घायलों को शीघ्र स्वास्थ्य लाभ प्रदान करें।

    — Yogi Adityanath (@myogiadityanath) July 28, 2021 " class="align-text-top noRightClick twitterSection" data=" ">

ସେହିପରି , ଲୋକସଭା ବାଚସ୍ପତି ଓମ ବିର୍ଲା ଘଟଣାକୁ ନେଇ ଶୋକବ୍ୟକ୍ତ କରିଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

  • बाराबंकी (उत्तर प्रदेश) में बस और ट्रेलर के टकराने से हुए दर्दनाक हादसे में बड़ी संख्या में लोगों की मृत्यु अत्यंत दुखद है। दुर्घटना में मृत लोगों के परिजनों के प्रति गहन संवेदनाएं। ईश्वर दिवंगत आत्माओं को शांति प्रदान करें तथा परिजनों को इस दुःख को सहन करने का संबल दें।
    ॐ शान्ति

    — Om Birla (@ombirlakota) July 28, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jul 28, 2021, 10:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.