ETV Bharat / bharat

ତାମିଲନାଡୁ ରାଜ୍ୟପାଳ ଭାବେ ଶପଥ ନେଲେ ଆରଏନ ରବି

ତାମିଲନାଡୁ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ଆରଏନ ରବି । ଅଧିକ ପଢନ୍ତୁ...

ତାମିଲନାଡୁ ରାଜ୍ୟପାଳ ଭାବେ ଶପଥ ନେଲେ RN Ravi

author img

By

Published : Sep 18, 2021, 12:49 PM IST

ଚେନ୍ନାଇ: ତାମିଲନାଡୁର ପଞ୍ଚଦଶ ରାଜ୍ୟପାଳ ଶପଥ ପାଠ କଲେ ରବିନ୍ଦ୍ର ନାରାୟଣ ରବି । ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରବି ପୂର୍ବରୁ ନାଗାଲାଣ୍ଡର ୧୮ତମ ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିଲେ ।

ତାମିଲନାଡୁ ରାଜ୍ୟପାଳ ଭାବେ ଶପଥ ନେଲେ RN Ravi

ସେ ଭାରତୀୟ ପୋଲିସ ସେବା(IPS)ର ମୁଖ୍ୟ ଅଧିକାରୀ ଭାବେ କାର୍ଯ୍ୟ କରିବା ପରେ ନାଗାଲାଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଉଥିଲେ । ସେ ୨୦୧୯ ଅଗଷ୍ଟ ୧ ତାରିଖରୁ ଚଳିତ ବର୍ଷ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ନାଗାଲାଣ୍ଡର ରାଜ୍ୟପାଳ ଥିଲେ । ଏହାପରେ ସେ ତାମିଲନାଡୁ ରାଜ୍ୟପାଳ ଭାବେ ସେପ୍ଟେମ୍ବର ୯ ତାରିଖରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶପଥ ପାଠ ପାଇଁ ଗତ ଗୁରୁବାର ନୂତନ ରାଜ୍ୟପାଳ ଚେନ୍ନାଇରେ ପହଞ୍ଚିଛନ୍ତି ।

ତେବେ ଆଜି(ଶନିବାର) ଶପଥ ପାଠ ସମାରୋହରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ବାଚସ୍ପତି ଅପ୍ପଭୁ, ବିରୋଧୀ ଦଳ ନେତା ଏଡାପଡି ପଲାନିସ୍ବାମୀ, କେନ୍ଦ୍ରମନ୍ତ୍ରୀ ଏଲ ମୁରୁଗାନ, ରାଜ୍ୟ ସରକାରଙ୍କ କିଛି ମନ୍ତ୍ରୀ, MDMK ମୁଖ୍ୟ ଭାଇକୋ ପ୍ରମୁଖ ଉପସ୍ଥିତ ଥିଲେ । ଗତ ଗୁରୁବାର ରବି ଚେନ୍ନାଇ ଏୟାରପୋର୍ଟରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ସହିତ କ୍ୟାବିନେଟର ବରିଷ୍ଠ ଅଧିକାରୀ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.